PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟ: କରୋନାରେ ଆଖିବୁଜିଲେ ୧୭ ଜଣ ସଂକ୍ରମିତ, ମୃତକଙ୍କ ସଂଖ୍ୟା ୨୧୨୧କୁ ଛୁଇଁଲା
  • ||
  • ଓଡ଼ିଶାରେ ୫ ଲକ୍ଷ ଟପିଲା କରୋନା ସଂକ୍ରମିତଙ୍କ ସଂଖ୍ୟା, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୫୨୧ ଜଣ ଆକ୍ରାନ୍ତ
  • ||
  • ଜାମ୍ମୁ କାଶ୍ମୀର : ସୁରକ୍ଷାବାହିନୀକୁ ବଡ଼ ସଫଳତା, ୩ ଆତଙ୍କୀ ନିପାତ, ଭୟରେ ଜଣେ ଆତଙ୍କବାଦୀ କଲା ଆତ୍ମସମର୍ପଣ
  • ||
  • ଭୁବନେଶ୍ଵର : ତାତିରୁ ମିଳିଛି ସାମାନ୍ୟ ଆଶ୍ଵସ୍ତି, ଖସିଛି ପାରଦ, ୯ ଯାଏଁ କାଳବୈଶାଖୀ ସମ୍ଭାବନା
  • ||
  • ତାଳଚେର : ଅନୁଗୁଳ ତଳଗଡ଼ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ମହିଳା ମୃତ
  • ||

ଚକା ଫାଟି ଘରୋଇ ବସ୍ ଦୁର୍ଘଟଣା ଗସ୍ତ: ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ବାଲେଶ୍ବର ୧୮/୧୨: ବାଲେଶ୍ବର ଜିଲ୍ଳା ସୋର ଥାନା ଅନ୍ତର୍ଗତ ଚପରପଦା ନିକଟରେ ଏକ ଘରୋଇ ବସର ଆଗ ଚକ ଫାଟିବାରୁ ଭାରସାମ୍ୟ ହରାଇ ଦୁର୍ଘଟଣା ହୋଇଛି। ଏହି ବସ୍‌ରେ ଥିବା ୪୦ଜଣ ଯାତ୍ରୀ ଆହାତ ହୋଇଥିବା ବେଳେ ୫ ଜଣ ଗୁରୁତର ଥିବା ସୂଚନା ମିଳିଛି। ଘଟଣା ସ୍ଥଳରେ ଦମକଳ ବାହିନୀ ପହଞ୍ଚି ଯାତ୍ରୀଙ୍କୁ ଉଦ୍ଧାର କରିଛନ୍ତି। ଏଥିସହ ଗୁରୁରତ ଥିବା ଯାତ୍ରୀ ମାନଙ୍କୁ ସ୍ଥାନୀୟ ଲୋକଙ୍କ ସାହାର୍ଯ୍ୟରେ ନିକଟଙ୍କ ଗୋଷ୍ଠି ସ୍ବାସ୍ଥ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।

ସୂଚନା ଯୋଗ୍ୟ ଯେ, ଆଜି ଭୋରରେ ଏହି ଦୁର୍ଘଟଣା ଘଟିଛି। ଗ୍ରାଣ୍ଡ ନାମକ ଏକ ବସ୍‌ କୋଲକତାରୁ ପୁରୀ ଅଭିମୁଖେ ଯାଉଥିବା ବେଳେ ଚପରପଦା ନିକଟରେ ବସ୍‌ର ଆଗ ଚକ ଫାଟି ଯାଇଥିଲା।। ବସଟି ଚକା ପାଟି ଯିବାରୁ ଭାରସାମ୍ୟ ହରାଇ ରୋଡ ଡିଭାଇଡରରେ ପିଟି ହୋବା ପରେ ରାସ୍ତା ପାର ହୋଇ ଅପର ପାର୍ଶ୍ବ ନୟନଯୋଡି ନାଳକୁ ଖସିଯାଇଥିଲା। ବସରେ ଥିବା ୪୦ ଜଣ ଯାତ୍ରୀ ସାମାନ୍ୟ ଆହାତ ହୋଇଥିବା ବେଳେ ଘଟଣାସ୍ଥଳରେ ସୋର ପୋଲିସ ଓ ଦମକଳ ବାହିନୀ ପହଞ୍ଚି ଆହାତ ଯାତ୍ରୀମାନଙ୍କୁ ଚିକିତ୍ସା କରାଇ ଅନ୍ୟ ଏକ ବସରେ ସ୍ଥାନାନ୍ତର କରାଯାଇଥିଲା ସୂଚନା ମିଳିଛି। ଘଟଣା ସ୍ଥଳରୁ ବସ୍ ଡ୍ରାଇଭର ଫେରାର ଥିବା ଜଣାପଡିଛି।