ଲକ୍ଷେ ଟଙ୍କାରେ ଆରମ୍ଭ କରନ୍ତୁ ଏହି ବେପାର: ମାସକୁ ଲକ୍ଷ ଲକ୍ଷ ଟଙ୍କା କରିବେ ରୋଜଗାର

ନୂଆଦିଲ୍ଲୀ ୨୧/୮: ଆପଣ ବେକାର ହୋଇଯାଇଛନ୍ତ କି ତେବେ ନିରାଶ ହେବା କିଛି କାରଣ ନାହିଁ। ଏମିତି ଏକ ବ୍ୟବସାୟ ଅଛି ଚାହିଁଲେ ଆପଣ କମ୍ ଟଙ୍କା ଖର୍ଚ୍ଚ କରି ଆରମ୍ଭ କରିପାରିବେ । ଏହି ବ୍ୟବସାୟ କରି ଅଧିକ ଟଙ୍କା ରୋଜଗାର କରି ପାରିବେ। ଆପଣଙ୍କ ପାଖରେ ୧ଲକ୍ଷ ଟଙ୍କା ରହିଛି ତେବେ ନିଜ ସହରରେ ରହି କାମ ଆରମ୍ଭ କରିବାକୁ ଚାହୁଁଛନ୍ତି। ତେବେ ସରକାର ଏମିତି ସାହାଯ୍ୟ କରୁଛନ୍ତି ଯାହା ଦ୍ବାରା ୧ଲକ୍ଷ ଟଙ୍କା ପୁଞ୍ଜିନିବେଶ କରି ମାସକୁ ୧୫ହଜାରରୁ ଉର୍ଦ୍ଧ୍ବ ଟଙ୍କା ରୋଜଗାର କରିପାରିବେ। ଜାଣନ୍ତୁ କିପରି…

ସରକାର ମୁଦ୍ରାଶକ୍ତି ମାଧ୍ୟମରେ ବ୍ୟବସାୟ ଆରମ୍ଭ କରିବା ପାଇଁ ଋଣ ଦେବାରେ ସହଯୋଗ କରୁଛନ୍ତି। ମୁଦ୍ରାଶକ୍ତି ମିଶନ ରେ ସରକାର ବିଭିନ୍ନ ପ୍ରକାରର ପ୍ରୋଜେକ୍ଟ ଆରମ୍ଭ କରିଛନ୍ତି ଯୋଉଁ ଥିରେ ଆପଣ ମାତ୍ର ୧ଲକ୍ଷ ଟଙ୍କା ପୁଞ୍ଜି ନିବେଶ କରିବାକୁ ପଡିବ ଯାହା ଦ୍ବାରା ସରକାର ଆପଣଙ୍କୁ ରୋଜଗାର କରିବାରେ ସହଯୋଗ କରିବ। ଏଥି ସହିତ ଆଉ କ’ଣ ସୁବିଧା ରହିଛି ଜାଣନ୍ତୁ..

ଆରମ୍ଭ କରନ୍ତୁ ନିଜ ବ୍ୟବସାୟ

ମୁଦ୍ରାଶକ୍ତି ଯୋଜନାର ପ୍ରୋଜେକ୍ଟ ଅନୁସାରେ ଧାତୁରେରେ ତିଆରି ହେଉଥିବା ଜିନିଷ ଉପରେ କାରଖାନା ସ୍ଥାପନ କରିପାରିବେ। ଯଥା କୃଷି ଉପକରଣ କିମ୍ବା ଘରେ ଖାଦ୍ୟ ପ୍ରସ୍ତୁତିରେ ଆବଶ୍ୟକ ହେଉଥିବା ଜିନିଷ ସବୁ ବେଳେ ବଜାରରେ ଚାହିଦା ରହିଥାଏ। ବ୍ୟବସାୟ ଆରମ୍ଭ କରିବା ପୂର୍ବରୁ ବଜାର ଚାହିଦା ଓ ଆବଶ୍ୟକ ଅନୁଯାୟୀ ଜିନିଷ ପ୍ରସ୍ତୁତ କରିପାରିଲେ ଲାଭବାନ ହେବା ସହ ଭବିଷ୍ୟତରେ ଅଧିକ ରୋଜଗାର କରିପାରିବେ। ଏକ ରିପୋର୍ଟ ଅନୁସାରେ ଧାତୁରେ ତିଆରି ଜିନିଷ କାରଖାନ ଆରମ୍ଭ କରିବା ପାଇଁ ୩ଲକ୍ଷ ୩୦ ହଜାର ଟଙ୍କା ଖର୍ଚ୍ଚ ହୋଉଥିବା ବେଳେ ସରକାରୀଙ୍କ ମୁଦ୍ରାଶକ୍ତି ସାହାୟତା ମାଧ୍ୟମରେ  ୨ଲକ୍ଷ ୧୬ ହଜାର ଟଙ୍କା ଋଣ ମିଳିଥାଏ ଯାହାକୁ ଆପଣ କମ୍ ସୁଧ ହାରରେ ବ୍ୟାଙ୍କରେ ଜମାକରି ପାରିବା ସୁବିଧା ରହିଛି।

 ଏଥିରେ ହୋଲ୍ଡିଂ ମେସିନ୍,ଗ୍ରାଇଣ୍ଡିଙ୍ଗ ମେସିନ୍, ବ୍ରେଞ୍ଚଗାର୍ଡ, ହୋଲ୍ ଡିଲିଙ୍ଗ୍,ପ୍ୟାନେଲ୍ ବୋର୍ଡ ଆଦି ବିଭିନ୍ନ ପ୍ରକାର ମେସିନ୍‌ର ଆବଶ୍ୟକ ରହିଛି।

କଞ୍ଚାମାଲ ଉପରେ ଖର୍ଚ୍ଚ:– ୧ଲକ୍ଷ ୨୦ ହଜାରେ ଦୁଇମାସ ପାଇଁ କଞ୍ଚାମାଲ ମିଳି ଯାଇଥାଏ। ମୁଖ୍ୟ ଉପାଦାନ ପାଇଁ ରମାଟୋଲ୍ ପାଇଁ  ମାସକୁ ୪୦ ହଜାର ଟଙ୍କା, ହାତ ତିଆରି ଜିନିଷ ପାଇଁ ୨୦ ହଜାର ଏବଂ କୃଷି ଉପକରଣ ପାଇଁ ୨୦ ହଜାର ଖର୍ଚ୍ଚ ହୋଇଥାଏ।

କେମିତି କରିବେ ରୋଜଗାର:- ପ୍ରୋଜେକ୍ଟ ରିପୋର୍ଟ ଅନୁସାରେ ଉପରେ ଦିଆଯାଇଥିବ ନିର୍ଦ୍ଧାରିତ ମୂଲ୍ୟକୁ ବ୍ୟବହାର କରି ଉତ୍ପାଦନ ହେଉଥିବା ଦ୍ରବ୍ୟର ବ୍ୟବସାୟରେ ୧ଲକ୍ଷ ୧୦ ହଜାର ପର୍ଯ୍ୟନ୍ତ ନିର୍ଦ୍ଧାରିତ ହୋଇଛି। ଯେତେ ବେଳେ ଉତ୍ପାଦନ ଖର୍ଚ୍ଚ ୯୧ ହଜାର ୮୩୩ଟଙ୍କା ହୋଇଥିବା ବେଳେ ସେଥିରୁ ୧୮ହଜାର୧୬୭ ଟଙ୍କାର ଲାଭାଶଂ ହୋଇଥାଏ।ସେଥି ମଧ୍ୟରୁ ୧୩ ପ୍ରତିଶତ ବ୍ୟାଙ୍କର ଋଣକୁ ବାବଦକୁ ମାତ୍ର ୨୩୪୦ ଟଙ୍କା ଦେବା ପଡିବ। ଉତ୍ପାଦନ ଏବଂ ଋଣ ଖର୍ଚ୍ଚ ଦେବା ପରେ ପ୍ରତି ମାସକୁ ବ୍ୟବସାୟରେ ୧୪ହଜାର ୪୨୭ଟଙ୍କା ଲାଭ ପାଇପରିବେ।

ମୁଦ୍ରା ଯୋଜନା ଆଧାରେ କିପରି ଆବେଦନ କରିବେ

ପ୍ରଧାନମନ୍ତ୍ରୀ ଯୋଜନା ଅନ୍ତଗତ ମୁଦ୍ରାଶକ୍ତି ଋଣ ପାଇଁ  ଆପଣଙ୍କୁ  ଯେକୌଣସି ବ୍ୟାଙ୍କରେ ଆବେଦନ କରିପାରିବେ। ଆବେଦନ ପାଇଁ ଫର୍ମ ପୂରଣ କରିବାକୁ ପଡିବ।ସେଥିରେ ଆବେଦନକରୀଙ୍କ ନାମ ,ଠିକଣା, ଶିକ୍ଷାଗତ ଯୋଗ୍ୟତା ପୂରଣ ହେବା ସହ ବ୍ୟବସାୟକ ଠିକଣା କେଉଁଠି ରହିବ ଏବଂ ବ୍ୟାଙ୍କରୁ କେତେ ଟଙ୍କା ଋଣ ନେବାକୁ ଚାହୁଁଛନ୍ତି ତାହା ଜଣାଇବାକୁ ପଡିବ। ତଥ୍ୟ ଗୁଡିକ ପୂରଣ କରିବା ପରେ ଆବେଦନର ଅଳ୍ପ ସମୟ ମଧ୍ୟରେ ଋଣ ମିଳିଯାଇ ପାରିବ ଏବଂ ଏଥିରେ କମ୍ ଋଣ ଦେବା ସହ କୌଣସି ପରିଚାଳନା ଖର୍ଚ୍ଚ କରିବାକୁ ଦେବାକୁ ପଡିବ ନାହିଁ।

   ସମ୍ବନ୍ଧିତ ଖବର


ଅସମ୍ଭାଳ ହେଲାଣି ଋଣ ଭାର – ଚିନ୍ତା ବଢ଼ାଇଦେଇଛି

ପାର୍କିଂ ସ୍ପେସ୍ ନାହିଁ ଯଦି ୨୦୨୧ରେ ନୂଆ କାର କିଣି ପାରିବେନି, ଜାଣନ୍ତୁ କ’ଣ ରହିଛି ନୂଆ ନିୟମ?

ଗୁଗୁଲ ପ୍ଲେ ଷ୍ଟୋରରୁ ହଟିଲା Paytm, ଆପ୍ ହଟାଇବା ପଛରେ ରହିଛି ଏହି କାରଣ

ଧୀରେ ଧୀରେ ସୁଧୁରିବ ଅର୍ଥ ବ୍ୟବସ୍ଥା-ଆରବିଆଇ ଗଭର୍ଣ୍ଣର

ତିନି ଦିନରେ ପ୍ରଥମ ଥର କମିଲା ସୁନା ଓ ରୁପା ଦର,୧୦ ଗ୍ରାମକୁ ରହିଛି ଏତେ ଟଙ୍କା

ଭାରତରେ ରପ୍ତାନୀ ବନ୍ଦ ବାଂଲାଦେଶରେ ବଢିଲା ପିଆଜ ଦର