ଗତ ବର୍ଷ ଦିୱାଲୀରେ ନିଜ କର୍ମଚାରୀଙ୍କୁ କାର୍ ବାଣ୍ଟିଥିଲେ ଏହି ହୀରା ବ୍ୟବସାୟୀ, ଏଥର ଦେବେ…

ନୁଆଦିଲ୍ଲୀ ୨୪/୯: ଦିପାବଳୀ ସମୟରେ ସବୁଆଡେ ଚର୍ଚ୍ଚାରେ ରୁହନ୍ତି ଗୁଜରାତର ହୀରା ବ୍ୟାପାରୀ ସାୱଜୀ ଢୋଲକିଆ । ସେ ପ୍ରତି ବର୍ଷ ନିଜ କର୍ମଚାରୀଙ୍କୁ ଦିପାବଳୀରେ ଉପହାର ଦେଇ ଚର୍ଚ୍ଚାରେ ରୁହନ୍ତି । କେତେବେଳେ କାର ତ ଆଉ କେଉଁ ବର୍ଷ ଫ୍ଲାଟ୍ । କିନ୍ତୁ ଚଳିତ ଥର ସେ ନିଜ କର୍ମଚାରୀଙ୍କୁ କିଛି ବି ଉପହାର ଦେବେନି । ଢୋଲକିଆ କୁହନ୍ତି ଏଥର ହୀରା ବ୍ୟବସାୟ ଘାଟାରେ ଚାଲିଛି । ଏବଂ ଏସବୁ ଚାଲୁଥିବା ମାନ୍ଦାବସ୍ଥା ପାଇଁ ହୋଇଛି । ସେ କୁହନ୍ତି ୨୦୦୮ ମସିହା ମାନ୍ଦାବସ୍ଥା ଠାରୁ ମଧ୍ୟ ଏହା ଅଧିକ ଘାଟାରେ ଚାଲୁଛି । ତେଣୁ ସେ ନିଜ କର୍ମଚାରୀଙ୍କୁ ଚଳିତ ବର୍ଷ ଦିପାବଳୀରେ କିଛି ବି ଉପହାର ଦେଇପାରିବେନି ।

ଢୋଲକିଆ କୁହନ୍ତି ଏଥର ମାନ୍ଦାବସ୍ଥା  ବର୍ଷ ୨୦୦୮ରେ ଆସିଥିବା ମାନ୍ଦାବସ୍ଥା ଠାରୁ ମଧ୍ୟ ଭୀଷଣ । ଯେତେବେଳେ ସମ୍ପୂର୍ଣ୍ଣ ଉଦ୍ୟୋଗ ମାନ୍ଦାବସ୍ଥାର ଶିକାର ହେଉଛି ତେବେ ଆମେ କେମିତି କର୍ମଚାରୀଙ୍କୁ ଉପହାର ଦେବୁ । ଆମେ ହୀରା ବ୍ୟବସାୟୀଙ୍କ ଜୀବିକାକୁ ନେଇ ଚିନ୍ତାରେ ଅଛୁ । ଢୋଲକିଆ ଏହା ମଧ୍ୟ କହିଛନ୍ତି ଯେ ଗତ ୭ ମାସରେ ହୀରା ବ୍ୟବସାୟରେ ୪୦ ହଜାରଙ୍କ ଚାକିରୀ ଯାଇଛି  । କାମ କରୁଥିବା କର୍ମଚାରୀଙ୍କ ଦରମା ମଧ୍ୟ ୪୦ ପ୍ରତିଶତ ହ୍ରାସ କରିଦିଆଯାଇଛି ।

୨୦୧୮ରେ ୬୦୦ ଲୋକଙ୍କୁ ଦେଇଥିଲେ କାର୍
ଢୋଲକିଆ ୨୦୧୧ରୁ ଏହିଭଳି ଗିଫ୍ଟ କରିଆସୁଛନ୍ତି । ୨୦୧୫ରେ ତାଙ୍କ କମ୍ପାନୀ କର୍ମଚାରୀଙ୍କୁ ଦିପାବଳୀ ବୋନସରେ ୪୯୧ କାର୍ ଓ ୨୦୦ ଫ୍ଲାଟ୍ ବାଣ୍ଟିଦେଇଥିଲା । ୨୦୧୪ରେ ମଧ୍ୟ କମ୍ପାନୀ କର୍ମଚାରୀଙ୍କ ମଧ୍ୟରେ ବୋନସ୍ ରୂପେ ୫୦ କୋଟି ଟଙ୍କା ବାଣ୍ଟିଥିଲା । ୨୦୧୮ରେ ମଧ୍ୟ ସେ ଦିପାବଳୀ ବୋନସ୍ ଭାବେ ୬୦୦ କର୍ମଚାରୀଙ୍କୁ କାର୍ ଓ ୯୦୦ କର୍ମଚାରୀଙ୍କୁ ଏଫଡି ଦେଇଥିଲେ । କିନ୍ତୁ ଏଥର ଏହା କିଛି ବି ସମ୍ଭବ ହେବନି ।

   ସମ୍ବନ୍ଧିତ ଖବର


ଅଦଭୁତ ମଣିଷ; ପାଖରେ ଗୁଟ୍‌ଖା ନଥିବାରୁ ଚେନ୍‌ ଟାଣି ଟ୍ରେନ୍ ଆଟକାଇଦେଲା ଯାତ୍ରୀ, ଆରପିଏଫ କାଟିଲା ଚାଲାଣ…

ଇତିହାସ ରଚିଲେ ହରପ୍ରୀତ ସିଂ, ଇଣ୍ଡିଆନ ଏୟାରଲାଇନ୍ସର ପ୍ରଥମ ମହିଳା ସିଇଓ ନିଯୁକ୍ତ

ମହିଳାଙ୍କ ଉପରେ ମୁକେଶ ଖାନ୍ନାଙ୍କ ବିବାଦୀୟ ମନ୍ତବ୍ୟର ଭିଡିଓ ଭାଇରାଲ, ଫ୍ୟାନ୍ସ କହିଲେ-‘ଶକ୍ତିମାନ’ ନୁହେଁ ‘କିଲଭିସ୍’

ପୁଣି ସୀମାରେ ପାକିସ୍ତାନୀ ଡ୍ରୋନ୍, ବିଏସ୍‌ଏଫ୍‌ର ଫାୟରିଂ ପରେ ଫେରିଗଲା

ଲୁଚା ଛପା ଭାବରେ ନିଜ ଦେଶର ଲୋକଙ୍କୁ ଚୀନ୍ ଦେଉଛି ଟୀକା, ଅନ୍ୟ କାହାକୁ ଜଣାଇଲେ ଦୃଢ କାର୍ଯ୍ୟାନୁଷ୍ଠାନ ଧମକ

ବିବାହ ପାଇଁ ଧର୍ମପରିବର୍ତ୍ତନ ବୈଧ ନୁହେଁ, ଆହ୍ଲାବାଦ ହାଇକୋର୍ଟଙ୍କ ବଡ଼ ନିଷ୍ପତ୍ତି