ମହଙ୍ଗା ପଡ଼ିଲା ଏକତରଫା ପ୍ରେମ: ପ୍ରେମିକାକୁ ହତ୍ୟା କଲା ସଇତାନ ପ୍ରେମିକ

ବାଲେଶ୍ବର ୧୫।୩: ଏକତରଫା ପ୍ରେମ ନିବେଦନ କରି ବିଫଳ ହେବା ପରେ ପ୍ରେମିକାକୁ ହତ୍ୟା କଲା ସଇତାନ ପ୍ରେମିକ। ପ୍ରଥମେ ଯୁବତୀଙ୍କୁ କଲା ପ୍ରେମ। ହେଲେ ଯୁବତୀ ରାଜି ନ ହେବାରୁ ପ୍ରତିଶୋଧ ନିଆଁରେ ଜଳିଳା ପ୍ରେମିକ। ଶେଷରେ ଜଳି ଜଳି ଯୁବତୀଙ୍କୁ ଛୁରି ଭୁଷି ହତ୍ୟା କଲା। ଏଭଳି ଅଭାବନୀୟ କାଣ୍ଡ ଘଟିଛି ବାଲେଶ୍ବର ରେମୁଣ୍ଡା ବାଙ୍ଗରା ଗାଁରେ।

ମୃତକ ହେଲେ ଯୁକ୍ତ ତିନି ଦ୍ବିତୀୟ ବର୍ଷର ଛାତ୍ରୀ ସୁପ୍ରିୟା ବେହେରା । ସେ ପିଲାଙ୍କୁ ଟ୍ୟୁସନ କରି ନିଜ ପଢ଼ା ଖର୍ଚ୍ଚ ଉଠାନ୍ତି । ଗତକାଲି ସଂଧ୍ୟାରେ ଟ୍ୟୁସନ ସାରି ଫେରୁଥିଲେ ସୁପ୍ରିୟା । ଗାଁ ଛକ ନିକଟସ୍ଥ ଏକ ଅନ୍ଧାରିଆ ସ୍ଥାନରେ ତାଙ୍କ ସାଇକେଲ୍‌କୁ ଅଟାକାଇବା ସହ ଧକ୍କା ମାରି ତଳେ ପକାଇଦେଇଥିଲେ ଅଭିଯୁକ୍ତମାନେ । ପରେ ଅଭିଯୁକ୍ତ ସୁଜନ ଏବଂ ତାର କିଛି ସାଥୀ ବିଲ ମଧ୍ୟକୁ ଟେକି ନେଇଥିଲେ ।  ଆଉ ଆଜି ସୁପ୍ରିୟାଙ୍କ ରକ୍ତାକ୍ତ ମୃତ ଦେହ ସେଠାରେ ଦେଖିବାକୁ ମିଳିଥିଲା। ଘଟଣା ପରେ ଅଭିଯୁକ୍ତ ସୁଜନ ପୁଥାଳ ଫେରାର ହୋଇଯାଇଛି। ତେବେ ଅଭିଯୁକ୍ତର ମା ଏବଂ ଦୁଇ ଭାଇ ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି।

ମୃତ ସୁପ୍ରିୟାଙ୍କ ବାପା ହରିଶ୍ଚନ୍ଦ୍ର ବେହେରା କହିଛନ୍ତି, ରେମୁଣା ବଜାରରେ ଥିବା ଦୋକାନକୁ ମୁଁ ଯାଇଥିଲି। ସେଠାରେ ଖବର ପହଞ୍ଚିବା ପରେ ଘରେ ଆସି ଦେଖିଲା ବେଳକୁ ମୋ ଝିଅ ଘରେ ନାହିଁ। ପୁଅର  ମାଆକୁ ଯାଇ ପଚାରିବାରୁ ସେ କହିଲା, ଯଦି ମୋ ପୁଅ ତୋ ଝିଅକୁ ନେଇଗଲା ତ କଣ ହେଲା। ତୁ ମୋର କଣ କରିଦେବୁ କହି ଖରାପ ଭାଷାରେ ଗାଳିଗୁଲଜ କରିଛି। ହତ୍ୟା ପଛରେ ପୁଅର  ମା, ବଡ଼ ଭାଇ ଓ ସାନ ପୁଅ ହାତ ଅଛି ବୋଲି ହରିଛନ୍ଦ୍ର କହିଛନ୍ତି।

ଗ୍ରାମବାସୀ ସୁଲୋଚନା ରଣା କହିଛନ୍ତି, କିଛିଦିନ ହେବ ସୁପ୍ରିୟାକୁ ଏକ ତରଫା ପ୍ରେମ କରି ଆସୁଥିଲା ସୁଜନ। ତେବେ ସୁପ୍ରିୟାଙ୍କ ଘର ଲୋକେ ଅନ୍ୟ ସ୍ଥାନରେ ବିବାହ ପାଇଁ ଖୋଜାଖୋଜି କରୁଥିଲେ। ଏହି ରାଗରେ ସୁଜନ ସୁପ୍ରିୟାକୁ ହତ୍ୟା କରିଛି ବୋଲି ଆମେ ସନ୍ଦେହ କରୁଛୁ।

   ସମ୍ବନ୍ଧିତ ଖବର


ଟିକଟକ୍ ଭିଡିଓ କରିବା ବାହାନାରେ ସାଙ୍ଗକୁ ହତ୍ୟାକଲା ନାବାଳକ,ଗୋଟିଏ ଝିଅକୁ ଦୁହେଁ ଭଲ ପାଉଥିଲେ

ସେଲୁନ୍‌ରେ ଚୁଟି କାଟୁଥିବା ଲୋକକୁ ଗୁଳି ମାରୁଥିବା ବେଳେ ଚୁଟି କଟାଳୀ ଓ କାଟୁଥିବା ବ୍ୟକ୍ତିଙ୍କର ମୃତ୍ୟୁ

୨ ଦିନର ଶିଶୁକନ୍ୟାକୁ ୧୦୦ ଥର ପେଚ୍‌କସ ଭୁସି ହତ୍ୟା

ଲାଞ୍ଚ ନେଉଥିବା ବେଳେ ମାଡି ବସିଲେ ଭିଜିଲାନ୍ସ ଅଧିକାରୀ- ଗିରଫ ହେଲେ ଶ୍ରମ ବିଭାଗର କନିଷ୍ଠ କିରାଣୀ

ହାଥରସ୍ ମାମଲା: ପୋଷ୍ଟମର୍ଟମ ରିପୋର୍ଟରେ ପୀଡିତାଙ୍କ ମୃତ୍ୟୁକୁ ନେଇ ଆଶ୍ଚର୍ଯ୍ୟକର ଖୁଲାସା, ବାରମ୍ବାର ଗଳା ଚାପିଥିବାରୁ ଭାଙ୍ଗିଯାଇଥିଲା ସର୍ଭାଇକଲ୍ ସ୍ପାଇନ୍

ଭୁବନେଶ୍ୱର ନାବାଳିକା ଗଣବଳାତ୍କାର ଘଟଣା, ଡିସିପି ବା ତଦୁଦ୍ଧ୍ୱ୍ୱର୍ ପାହ୍ୟାର ଅଧିକାରୀଙ୍କ ଦ୍ୱାରା ତଦନ୍ତ ନିର୍ଦ୍ଦେଶ