ଫ୍ଲିପକାର୍ଟ, ସ୍ନାପଡିଲ୍ ଓ ଆମାଜନରେ ଆରମ୍ଭ ହେଲା ସେଲ୍, ମାତ୍ର ୧ ଟଙ୍କାରେ କିଣନ୍ତୁ ଏହି ସବୁ ସାମଗ୍ରୀ

ଭୁବନେଶ୍ୱର ୨/୫: ଦେଶର ୩ ବଡ ଇ-କମର୍ସ ୱେବସାଇଟ୍ ଫ୍ଲିପକାର୍ଟ, ଆମାଜନ ଓ ସ୍ନାପଡିଲ୍ ସେଲ୍ ଆରମ୍ଭ କରୁଛନ୍ତି । ଫ୍ଲିପକାର୍ଟ ଓ ସ୍ନାପଡିଲରେ ସେଲ୍ ଆରମ୍ଭ ହୋଇସାରିଛି । ତେବେ ଆମାଜନ ସମର ସେଲ୍ ୪ ମେ ରୁ ଆରମ୍ଭ କରିବ । ଏହି ସେଲରେ ସ୍ମାର୍ଟଫୋନ୍, ଲାପଟପ୍, ଏସି ଓ ରେଫ୍ରିଜିରେଟର ଭଳି ଅନେକ ପ୍ରଡକ୍ଟ୍ସ ଉପରେ ଭାରୀ ରିହାତି ମିଳିବ । ଏହି ସେଲରେ ରିୟଲମିର ଆନଭର୍ସରି ସେଲର ମଧ୍ୟ ଆୟଜନ ହେବ ଯେଉଁଥିରେ ରିୟଲମି ୨ ପ୍ରୋର ମୂଲ୍ୟ ମାତ୍ର ୧ ଟଙ୍କା ରହିବ ।

ରିୟଲମିର ଆନିଭର୍ସରୀ ସେଲ୍ ଅନୁସାରେ ୨ ମେ ଓ ୪ ମେକୁ ଫ୍ଲିପକାର୍ଟ, ଆମାଜନ ଓ ରିୟଲମିର ୱେବସାଇଟରେ ସୁପର ସେଲର ଆୟୋଜନ କରାଯିବ । ଏଥିରେ ରିୟଲମି ୨ ପ୍ରୋକୁ ମାତ୍ର ଟଙ୍କାଟିଏରେ ବିକ୍ରି କରାଯିବ । ୧ ଟଙ୍କାରେ ସ୍ମାର୍ଟଫୋନର ବିକ୍ରି ରାତି ୧୨ଟାରୁ ଆରମ୍ଭ ହେବ ଏବଂ କେବଳ ୧୦ ରିୟଲମି ୨ ପ୍ରୋ ହିଁ ୧ ଟଙ୍କାରେ ଦିଆଯିବ ।

ଫୋନ୍ ବ୍ୟତୀତ ରିୟଲମିର ୧୦୦ ହେଡଫୋନ୍ ମଧ୍ୟ ୧ ଟଙ୍କାରେ କିଣିବାର ସୁଯୋଗ ମିଳିବ । ଏହି ସେଲର ଆୟୋଜନ ସକାଳ ୯ରେ ଆରମ୍ଭ ହେବ । ଏହା ବ୍ୟତୀତ ରିୟଲମି ୱେବସାଇଟରେ ଦିଆଯାଇଥିବା ସୂଚନା ଅନୁସାରେ ରିୟଲମି ୨ ପ୍ରୋ ଓ ରିୟଲମି ୟୁ ୧ କୁ ୧୦୦୦ ଟଙ୍କାରେ ରିହାତି ସହିତ ଯଥାକ୍ରମେ ୧୦,୯୯୦ ଓ ୮,୯୯୯ ଟଙ୍କାରେ କ୍ରୟ କରାଯାଇପାରିବ ।

ଆମାଜନର ସମର ସେଲରେ କିଛି ବଛାବଛା ସ୍ମାର୍ଟଫୋନ୍ ଉପରେ ୪୦ ପ୍ରତିଶତ ରିହାତି ମିଳିବ । iPhone X କୁ ୬୯,୯୯୯ ଟଙ୍କାରେ କିଣିବାର ସୁଯୋଗ ମିଳିବ । ଏହାର ପ୍ରକୃତ ମୂଲ୍ୟ ହେଉଛି ୯୧,୯୦୦ । ଏହା ବ୍ୟତୀତ ଆମାଜନରେ ସାମସଙ୍ଗ ଗାଲାକ୍ସି ଏସ୯ ୬୨,୫୦୦ ଟଙ୍କା ବଦଳରେ ୩୯,୯୦୦ ଟଙ୍କାରେ ମିଳିବ । ଆମାଜନରେ OnePlus 6T କୁ ୩୨,୯୯୯ ଟଙ୍କାରେ କ୍ରୟ କରାଯାଇପାରିବ ।

ଫ୍ଲିପକାର୍ଟର ସେଲରେ ଆପଣ ଆପଲ୍ ୱାଚ୍ ସିରିଜ୩ କୁ ୨୫,୯୦୦ ଟଙ୍କାରେ ପ୍ରାରମ୍ଭିକ ମୂଲ୍ୟରେ କିଣିପାରିବେ । ଏହାର ୩୮mm ଭେରିୟଣ୍ଟ ୨୮,୯୦୦ ଟଙ୍କା ବଦଳରେ ୨୩,୯୦୦ ଟଙ୍କାରେ ମିଳିବ । ଏହା ବ୍ୟତୀତ ସାମସଙ୍ଗ ଗାଲାକ୍ସି ୱାଚ୍ ୪୨mm ମଡେଲ୍ ୧୯,୯୯୦ ଟଙ୍କାରେ ମିଳିବ ।

୧ ରୁ ୩ ମେ ପର‌୍ୟ୍ୟନ୍ତ ଚାଲିବାକୁ ଥିବା ସ୍ନାପଡିଲ୍ ସେଲରେ ଇନେଲୋ୧ କୁ ୯,୪୯୯ ଟଙ୍କା ବଦଳରେ ୪,୪୯୯ ଟଙ୍କାରେ କିଣାଯାଇପାରିବ । ଏହା ବ୍ୟତୀତ ଏହି ସେଲରେ କୁଲପ୍ୟାଡ୍ କୁଲ୍ ୩ କୁ ୫,୯୯୯ ଟଙ୍କା, କୁଲପ୍ୟାଡ୍ ମେଗା ୫ସି କୁ ୪,୪୯୯ ଟଙ୍କା ଏବଂ ଆଇଭୁମି ଆଇ ୨ କୁ ୪,୪୯୯ ଟଙ୍କାରେ କିଣାଯାଇପାରିବ ।

   ସମ୍ବନ୍ଧିତ ଖବର


ବିବାହ ଭୋଜିରେ ମାରପିଟ୍ ହେଲେ ୨ ଭିଣୋଇ, ବୁଝାଇବାକୁ ଆସି ଛେଚା ଖାଇଲା ପୋଲିସ

ସୁଶୀଲ ମୋଦିଙ୍କ ଅଭିଯୋଗ; ଜେଲରେ ଥାଇ ସରକାର ଭାଙ୍ଗିବାକୁ ଷଡଯନ୍ତ୍ର କରୁଛନ୍ତି ଲାଲୁ, ବିଧାୟକଙ୍କୁ କରୁଛନ୍ତି ଫୋନ୍…

‘ସହକାର ପ୍ରଜ୍ଞା’ କାର୍ଯ୍ୟକ୍ରମର ଉଦଘାଟନ କଲେ କେନ୍ଦ୍ର କୃଷି ମନ୍ତ୍ରୀ, ଗ୍ରାମାଞ୍ଚଳ କୃଷକଙ୍କୁ ମିଳିବ ଉପଯୁକ୍ତ ତାଲିମ

ପୁତିନ୍‌ଙ୍କ ସମ୍ପର୍କୀୟ ରୁଷ୍‌ରେ ଗଠନ କଲେ ନୂଆ ରାଜନୈତିକ ଦଳ- ନାମ ଦେଲେ ଦୁର୍ନିତୀ ମୁକ୍ତ ରୁଷ୍‌ ପାର୍ଟି

ବିବାହରେ ଅତିଥି କଟକଣା-କାର୍ଡ ନେବାକୁ ଆସୁନାହାନ୍ତି ଗ୍ରାହକ

ଛେଳିପେଟରୁ ଜନ୍ମନେଲା ମାଙ୍କଡ ଭଳି ଦିଶୁଥିବା ଶାବକ, ହନୁମାନଙ୍କ ଅବତାର ଭାବି ଭକ୍ତିରେ ଲୋକମାନେ କଲେ ପୂଜାପାଠ…