ପିଭି ସିନ୍ଧୁ ରଚିଲେ ଇତିହାସ,ବିଶ୍ୱ ବ୍ୟାଡ୍‍ମିଣ୍ଟନ୍‍ ଚମ୍ପିଆନସିପରେ ସ୍ବର୍ଣ୍ଣ ପଦକ ଜିତିବାରେ ହେଲେ ପ୍ରଥମ ଭାରତୀୟ

ନୂଆଦିଲ୍ଲୀ,୨୫।୮: ଅଲମ୍ପିକରେ ବ୍ରୋଞ୍ଚ ପଦକ ଜିତାଇଥିବା ଭାରତର   ତାରକା ବ୍ୟାଡ୍‍ମିଣ୍ଟନ ଖେଳାଳି ପି.ଭି. ସିନ୍ଧୁ ଆଜି ବିଶ୍ୱ ବ୍ୟାଡ୍‍ମିଣ୍ଟନ୍‍ ଚାମ୍ପିୟନ୍‍ସିପ୍‍ ଟାଇଟଲ ହାସଲ କରିଛନ୍ତି। ସ୍ବିଜରଲାଣ୍ଡରେ ଚାଲୁଥିବା ବିଡବ୍ଲ୍ୟୁଏଫ୍‍ ବିଶ୍ୱ ବ୍ୟାଡ୍‍ମିଣ୍ଟନ୍‍ ଚାମ୍ପିୟନ୍‍ସିପ୍‍ ଫାଇନାଲରେ ସିନ୍ଧୁ ଜାପାନର ନୋଜୋମି ଓକୁହାରାଙ୍କୁ ୨୧-୭,୨୧-୭ ସେଟରେ ପରାସ୍ତ କରି  ପ୍ରଥମ ଭାରତୀୟ ଭାବେ ସ୍ବର୍ଣ୍ଣ ପଦକ ଜିତିବା ସହ ବିଶ୍ବ ଚମ୍ପିଆନ ହୋଇପାରିଛନ୍ତି। ଏହା ପୂର୍ବରୁ ବ୍ୟାଡମିଟର ଚମ୍ପିଆନସିପରେ ଭାରତ ପଓରୁ ମହିଳା କିମ୍ବା ପୁରୁଷ ବର୍ଗରେ କେହି ସ୍ବର୍ଣ୍ଣ ପଦକ ଆଣିନଥିଲେ।

ସ୍ବିଜରଲାଣ୍ଡର ବାସେଲ୍‍ଠାରେ ଅନୁଷ୍ଠିତ ଫାଇନାଲ୍‍ ମ୍ୟାଚରେ ସିନ୍ଧୁ ତାଙ୍କ କ୍ୟାରିୟରରେ   ବିଶ୍ୱର ୪ ନମ୍ବର ଖେଳାଳି ଓକୁହାରାଙ୍କୁ ୧୬ ଥର ଭେଟିଛନ୍ତି। ଏହା ସହ ଓକୁହାରାଙ୍କ ବିପକ୍ଷରେ ନିଜ କ୍ୟାରିୟର ରେକର୍ଡ ୯-୭ କରିଦେଇଛନ୍ତି। ଯେକୌଣସି ବଡ଼ ଧରଣର ଟୁର୍ଣ୍ଣାମେଣ୍ଟରେ ଚଳିତବର୍ଷ ତୃତୀୟ ଥରପାଇଁ ସେ ଫାଇନାଲରେ ପ୍ରବେଶ କରିଥିଲେ । ଶନିବାର ସେ ଏହି ଟୁର୍ଣ୍ଣାମେଣ୍ଟରେ ଚୀନ୍‍ର ଚେନ୍‍ ୟୁ ଫେଇଙ୍କୁ ସିଧାସଳଖ ହରାଇ ଫାଇନାଲ୍‍କୁ ଉନ୍ନୀତ ହୋଇଥିଲେ ସିନ୍ଧୁ।  ପୂର୍ବରୁ ସେ  ଦୁଇ ଥର ରୌପ୍ୟ ଓ ୨ଥର ବୋଞ୍ଜ ପଦକ ଜିତିସାରିଛନ୍ତି।

   ସମ୍ବନ୍ଧିତ ଖବର


ଏନସିବିର ପ୍ରଶ୍ନରେ ୩ ଥର କାନ୍ଦି ପକାଇଥିଲେ ଦୀପିକା, ହାତ ଯୋଡି ଅଧିକାରୀ କହିଥିଲେ- ଇମୋସନାଲ କାର୍ଡ ଖେଳନ୍ତୁ ନାହିଁ

ହିନ୍ଦୁ ଭାଇକୁ ମୁସଲମାନ ଭଉଣୀ ଦେଲେ ମୁଖାଗ୍ନି, ଭଲ ପାଇବାର ସମ୍ପର୍କ ଆଗରେ ଜାତି- ଧର୍ମ ଓ ରକ୍ତ ସମ୍ପର୍କ ଫିକା ପଡିଲା

ଦ୍ରୁତ ଗତିରେ ବ୍ୟାପୁଛି କରୋନାର ନୂଆ ମ୍ୟୁଟେସନ୍,ମାସ୍କ ଓ ସାମାଜିକ ଦୂରତ୍ବ ମଧ୍ୟ ରୋକି ପାରିବନି: ଷ୍ଟଡି

ଡ୍ରଗ୍ସ ମାମଲା: ଧର୍ମା ପ୍ରଡକ୍ସନର ପୂର୍ବତନ ନିର୍ମାତା କ୍ଷୀତିଜ୍ ପ୍ରସାଦ ଗିରଫ, କରନ୍ ଜୋହରଙ୍କ ସହ ରହିଛି ଭଲ ସମ୍ପର୍କ

୧୭୦ କିଲୋ ଗଞ୍ଜେଇ ଜବତ କରି ପୋଲିସ କହିଲା ୯୨୦ ଗ୍ରାମ୍, ବାକି ସବୁକୁ ବିକ୍ରି କରି ପାଇଲେ ଲକ୍ଷାଧିକ ଟଙ୍କା

ବଦଳି ଯିବ ଚେକରୁ ପେମଣ୍ଟ କରିବାର ପ୍ରଣାଳୀ, ନୂଆ ବର୍ଷରୁ ଲାଗୁ ହେବ ନୂଆ ନିୟମ