ନଭେମ୍ବର ୩ରେ ବାଲେଶ୍ଵର ଓ ତିର୍ତ୍ତୋଲ୍ ଭୋଟ୍

ନୂଆଦିଲ୍ଲୀ: ଘୋଷଣା ହେଲା ୯ ଟି ରାଜ୍ୟ, ୫୬ଟି  ବିଧାନସଭା  ଓ  ଗୋଟିଏ ଲୋକସଭା  ଆସନ ପାଇଁ ଉପନିର୍ବାଚନର  ତାରିଖ। ନିର୍ବାଚନ ଆୟୋଗ ଉତ୍ତର ପ୍ରଦେଶ, ମଧ୍ୟ ପ୍ରଦେଶ, ଓଡିଶା, ଗୁଜରାଟ, ଝାରଖଣ୍ଡର ଉପନିର୍ବାଚନ ତାରିଖ ଘୋଷଣା କରିଛନ୍ତି ।

ଘୋଷଣା ହେଲା ୯ ରାଜ୍ୟ, ୫୬ ବିଧାନସଭା ଓ ଗୋଟିଏ ଲୋକ ସଭା ଆସନ ପାଇଁ ଉପନିର୍ବାଚନର  ତାରିଖ

୫୪ ବିଧାନସଭା ଆସନ ପାଇଁ ୩ ତାରିଖରେ ଭୋଟ ଗ୍ରହଣ ହେବ । ବିହାରର ଗୋଟିଏ ଲୋକସଭା ଆସନ ଓ ମଣିପୁରର ଦୁଇଟି ବିଧାନସଭା ଆସନ ପାଇଁ ୭ ତାରିଖରେ ଭୋଟ ଗ୍ରହଣ ହେବ ।

ଛତିଶଗଡ଼, ଗୁଜରାଟ, ଝାରଖଣ୍ଡ, କର୍ଣ୍ଣାଟକ, ମଧ୍ୟ ପ୍ରଦେଶ, ନାଗଲ୍ୟାଣ୍ଡ, ଓଡିଶା, ତେଲେଙ୍ଗାନା ଓ ଉତ୍ତର ପ୍ରଦେଶରେ ନଭେମ୍ବର ୩ ତାରିଖରେ ଭୋଟ ଗ୍ରହଣ ହେବ । ନଭେମ୍ବର ୧୦ ତାରିଖରେ ଫଳାଫଳ ଘୋଷଣା ହେବ । ବିହାର ବାଲ୍ମୀକିନଗର ଲୋକସଭା ଆସନ ପାଇଁ ନଭେମ୍ବର ୭ ତାରିଖରେ ଭୋଟ ଗ୍ରହଣ ହେବ । ନିର୍ବାଚନ ଆୟୋଗ କହିଛନ୍ତି ବିହାରର ଗୋଟିଏ ଲୋକସଭା ଆସନ ଛଡା ମଣିପୁରରେ ଦୁଇଟି ବିଧାନସଭା ଆସନ ପାଇଁ ୭ ତାରିଖରେ ଭୋଟ ଗ୍ରହଣ ହେବ ।

ନିର୍ବାଚନ ଆୟୋଗ ଆସାମ, କେରଳ, ତାମିଲନାଡୁ ଓ ପଶ୍ଚିମବଙ୍ଗ ଉପନିର୍ବାଚନ ତାରିଖ ଘୋଷଣା କରି ନାହାନ୍ତି । ଏହି ସବୁ ରାଜ୍ୟର ମୁଖତା ସଚିବ ଓ ମୁଖ୍ୟ ନିର୍ବାଚନ ଅଧିକାରୀ ବର୍ତ୍ତମାନ ନିର୍ବାଚନରେ କିଛି ଅସୁବିଧା ଅଛି ବୋଲି ଦର୍ଶାଇଛନ୍ତି । ସେଥିପାଇଁ ଏହି ସବୁ ରାଜ୍ୟର ଉପନିର୍ବାଚନ ତାରିଖ ଘୋଷଣା ହୋଇନାହିଁ ।

କେନ୍ଦ୍ର ନିର୍ବାଚନ ଆୟୋଗ ବିହାର ବିଧାନସଭା ନିର୍ବାଚନ ତାରିଖ ଘୋଷଣା କରିଛନ୍ତି । ବିହାରରେ ୨୪୩ ଆସନ ପାଇଁ ୩ଟି ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବ । ଅକ୍ଟୋବର ୨୮, ନଭେମ୍ବର ୩ ଓ ୭ ତାରିଖରେ ଭୋଟ ଗ୍ରହଣ ହେବ । କରୋନା ମହାମାରୀ ସମୟରେ ପ୍ରଥମଥର ହେବାକୁ ଯାଉଥିବା ନିର୍ବାଚନ ପାଇଁ ମୁଖ୍ୟ ନିର୍ବାଚନ ଆୟୁକ୍ତ ସୁନୀଲ ଅରୋରା କହିଛନ୍ତି ଯେ ମହାମାରୀକୁ ଦୃଷ୍ଟିରେ ରଖି ବିଶେଷ ବ୍ୟବସ୍ଥା କରାଯାଇଛି ।

   ସମ୍ବନ୍ଧିତ ଖବର


ଶ୍ରୀଜଗନ୍ନାଥ ମନ୍ଦିରକୁ ଇଣ୍ଡିଆନ-ମୁଜାହିଦ୍ଦିନ ଓ ଲସ୍କର-ଇ-ତୋଇବା ଆତଙ୍କବାଦୀଙ୍କ ଆକ୍ରମଣ ଭୟ !

କରୋନା ସଂକ୍ରମଣର ଆତଙ୍କ ଭିତରେ ଆସିଲା ଭଲ ଖବର —ଅଧ୍ୟୟନରୁ ସ୍ପଷ୍ଟ ହେଲା ଏହି ତଥ୍ୟ

ବିଶ୍ୱସ୍ତରୀୟ ଟାଇମ୍ସ ହାଇଅର ଏଡୁକେସନ ରାକିଙ୍ଗ୍‌ରେ ସୋଆ ସ୍ଥାନିତ

କରୋନା ଭାକ୍‌ସିନ୍‌ କେବେ ଉପଲବ୍ଧ ହେବ ? ସିରମ ଇନଷ୍ଟିଚ୍ୟୁଟ୍‌ର ସିଇଓ କହିଲେ ….

ନାଗାର୍ଜୁନ ବେଶ ଆଭୂଷଣ ଅନୁକୂଳ

ସ୍କନ୍ଦ ପୁରାଣ କୁହେ କାର୍ତ୍ତିକ ହେଉଛି ପୂଣ୍ୟ ମାସ-ଶ୍ରୀମନ୍ଦିରରେ କାର୍ତ୍ତିକ ନୀତି ଆରମ୍ଭ ଶ୍ରୀବିଗ୍ରହଙ୍କ ରାଧା ଦାମୋଦର ବେଶ ବାଳଭୋଗ ଅର୍ପଣ