PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଦଳିଲେ ବିଏମସି କମିଶନର, ସଞ୍ଜୟ କୁମାର ସିଂହ ହେଲେ ନୂଆ କମିଶନର
  • ||
  • ବିନିକା : ପରିବା ବୋଝେଇ ପିକଅପ ଭ୍ୟାନକୁ ପିଟିଲା ଟ୍ରକ୍, ୩ ଗୁରୁତର
  • ||
  • ରାଜସୁନାଖଳା : ବନ୍ଧୁକ ମୁନରେ ଦମ୍ପତିଙ୍କୁ ଲୁଟ୍
  • ||
  • କେନ୍ଦୁଝର : କେନ୍ଦୁଝର ଜେଲରେ ପଶିଲା କରୋନା, ୯ କଏଦୀ ପଜିଟିଭ ଚିହ୍ନଟ
  • ||
  • ମାଲକାନଗିରି : ମାଓବାଦୀଙ୍କ ବର୍ବରକାଣ୍ଡ, ଯବାନଙ୍କୁ ଗଳାକାଟି ହତ୍ୟା
  • ||
  • ବୋରିଗୁମ୍ମା : ବୋରିଗୁମ୍ମା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଟିକା ନେବାକୁ ଛକାପଞ୍ଝା, ସାମାଜିକ ଦୂରତାକୁ ଫୁ, ଯେତିକି ଆସୁଛି ଅଣ୍ଟୁନି, ସ୍ଥାନୀୟ ଲୋକେ ଅସନ୍ତୋଷ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ୧୦ ହଜାର ଟପିଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୯୮୨ ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୬୫ ହଜାର ପାର୍
  • ||
  • ଭୁବନେଶ୍ଵର : ଓଡ଼ିଶାରେ ଆଉ ୧୭ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୨୩୨କୁ ବୃଦ୍ଧି
  • ||

ସିଏଏ ବିରୋଧୀଙ୍କୁ ଧର୍ମେନ୍ଦ୍ରଙ୍କ କଡ଼ା ଜବାବ: ଦେଶ ପ୍ରଗତିରେ ବାଧା ପାଇଁ ମସୁଧା

ଭୁବନେଶ୍ୱର ୨୩/୧୨: ଯେଉଁମାନେ ନାଗରିକତା ସଂଶୋଧନ ଆଇନ(ସିଏଏ)ରେ ଦ୍ୱନ୍ଦ୍ୱ ଆଣିବାକୁ ଚାହୁଁଛନ୍ତି ସେମାନେ ଦେଶ ପ୍ରଗତିରେ ବାଧା ସୃଷ୍ଟି ପାଇଁ ମସୁଧା ରଖିଛନ୍ତି। ସିଏଏକୁ ବିରୋଧ ବାହାନାରେ ଦେଶରେ ଅରାଜକତା ସୃଷ୍ଟି କରୁଛନ୍ତି। କଂଗ୍ରେସ ଦଳ ଏହି ନିଆଁ ଲଗାଉଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସିଏଏ ବିରୋଧୀଙ୍କ ଉଦ୍ଦେଶ୍ୟରେ ଆଜି ଏଭଳି କଡ଼ା ଜବାବ ରଖିଛନ୍ତି।

ବ୍ରହ୍ମପୁରରେ ନୂଆ ବିଜେପି କାର୍ଯ୍ୟାଳୟ ଉଦ୍‌ଘାଟନ ଅବସରରେ ଗଣମାଧ୍ୟକୁ ପ୍ରତିକ୍ରିୟା ଦେଇ ଧର୍ମେନ୍ଦ୍ର କହିଛନ୍ତି, ରାଜ୍ୟସଭା ଓ ଲୋକସଭାରେ ନାଗରିକତା ସଂଶୋଧନ ବିଲ୍‌ ସଂଶୋଧନ ଗୃହୀତ ହୋଇଛି । ପାକିସ୍ତାନ, ଆଫଗାନିସ୍ତାନ ଓ ବାଂଲାଦେଶରେ ଇସଲାମିକ୍‌ ରିପବ୍ଲିକ୍‌ ଘୋଷିତ ରାଜ୍ୟରୁ ସଂଖ୍ୟାଲଘୁ ହିନ୍ଦୁ, ପାର୍ସୀ, ଜୈନ, ବୌଦ୍ଧ, ଖ୍ରୀଷ୍ଟିୟାନ ଶରଣାର୍ଥୀଙ୍କୁ ସାମୂହିକ ଭାବେ ନାଗରିକତ୍ୱ ଦେବାକୁ ସିଏଏ ମାଧ୍ୟମରେ ପ୍ରୟାସ ହୋଇଛି । ଏହି ବିଲ୍‌କୁ ବିଜେଡି ଉଭୟ ଲୋକସଭା ଓ ରାଜ୍ୟସଭାରେ ସମର୍ଥନ ଦେଇଛି।

ବ୍ରହ୍ମପୁର ଗସ୍ତ ପରିପ୍ରେକ୍ଷୀରେ ଧର୍ମେନ୍ଦ୍ର ନୀଳକଣ୍ଠନଗର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ବାର୍ଷିକ ଉତ୍ସବରେ ଯୋଗ ଦେଇଥିଲେ । ସେ କହିଥିଲେ, ନୀଳକଣ୍ଠନଗର ଶିଶୁ ବିଦ୍ୟାମନ୍ଦିର ସମଗ୍ର ରାଜ୍ୟରେ ସଫଳ ଛାତ୍ର ସୃଷ୍ଟି କରିବାରେ ଏକ ନମ୍ବରରେ ରହିଛି । ଆଜି ଏହି ଅବସରରେ ସେ ଏହାର ଯୁକ୍ତ ତିନି ବିଭାଗର ଭବନକୁ ଶିଳାନ୍ୟାସ କରିଥିଲେ । କେନ୍ଦ୍ର ସରକାରଙ୍କ ପିଏସ୍‌ୟୁ ତରଫରୁ ଏହି ଭବନ ତିଆରି କରିବାକୁ ଯୋଜନା ହୋଇଛି । ଆଗକୁ ଏହି ଶିକ୍ଷାନୁଷ୍ଠାନ ଉଚ୍ଚ ଶିକ୍ଷା କ୍ଷେତ୍ରରେ ବଡ଼ ଭୂମିକା ନେବ ବୋଲି ସେ କହିଥିଲେ ।

ଧର୍ମେନ୍ଦ୍ର ଏହି ଶିକ୍ଷାନୁଷ୍ଠାନକୁ ପ୍ରଂଶସା କରି କହିଥିଲେ, ସାମାଜିକ, ସାଂସ୍କୃତିକ ଓ ବୌଦ୍ଧିକ ଯାତ୍ରାରେ ଏହା ବଡ଼ ଭୂମିକା ତୁଲାଇଛି । ଖାଲି ପାଠ ନୁହେଁ, ଛାତ୍ରଛାତ୍ରୀଙ୍କ ବ୍ୟକ୍ତିତ୍ୱ ବିକାଶ କାମରେ ଲାଗିଛି । ଏହି ଶିକ୍ଷାନୁଷ୍ଠାନ ମଧ୍ୟବିତ୍ତ ଶ୍ରେଣୀର ଅଭିଭାବକଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । ପରୀକ୍ଷା ଫଳ ବାହାରିଲେ ନୀଳକଣ୍ଠ ନଗର ଶିଶୁ ମନ୍ଦିର ଉପରେ ସାରା ରାଜ୍ୟର ନଜର ଥାଏ । ଦୀର୍ଘ ବର୍ଷ ଧରି ଏହି ଶିକ୍ଷାନୁଷ୍ଠାନର ପିଲାମାନେ ଲଗାତାର ପ୍ରଥମ ଦଶ ସ୍ଥାନ ଭିତରେ ରହି ଆସୁଛନ୍ତି । ଏହି ଶିକ୍ଷାନୁଷ୍ଠାନକୁ ଆଗକୁ ନେବାରେ ସମସ୍ତଙ୍କ ଦାୟିତ୍ୱ ରହିଛି । ରାଜ୍ୟ ସରକାର ଏହାକୁ ପୃଷ୍ଠପୋଷକତା ଦିଅନ୍ତୁ । ରାଜ୍ୟରେ ଏକ ନମ୍ବର ସ୍କୁଲ ପାଇଁ ସବୁ ପ୍ରକାର ବ୍ୟବସ୍ଥା କରିବାର ଆବଶ୍ୟକତା ଅଛି । ରାଜ୍ୟ ସରକାର ବ୍ରହ୍ମପୁର ସହର ଉପକଣ୍ଠରେ ଶିକ୍ଷାନୁଷ୍ଠାନ ପାଇଁ ୧୦ରୁ ୧୫ ଏକର ଜାଗା ଦେବାକୁ ସେ ଅନୁରୋଧ କରିଛନ୍ତି । ଓଡ଼ିଶାକୁ ପରିବର୍ତ୍ତନ କରିବାକୁ ହେଲେ ପିଲାଙ୍କୁ ପୁଷ୍ଟିକର ଖାଦ୍ୟ ଦେଇ ଭଲ ଶିକ୍ଷା ଦେବାର ଆବଶ୍ୟକତା ଅଛି ବୋଲି ସେ କହିଛନ୍ତି।

ବ୍ରହ୍ମପୁର ନୀଳାଞ୍ଚଳ ନଗରରେ ବିଜେପିର ନୂଆ କାର୍ଯ୍ୟାଳୟକୁ ସେ ଉଦ୍‌ଘାଟନ କରିଥିଲେ। ରାଜ୍ୟରେ ଦଳକୁ ତୃଣମୂଳସ୍ତରରେ ମଜବୁତ୍‌ କରିବା ଅଭିଯାନ ଆରମ୍ଭ ହୋଇଛି। ଦଳୀୟ କାର୍ଯ୍ୟାଳୟ ତିଆରି କରିବା ଏହାର ଏକ ଅଂଶ। ଏବେ ଦଳ ପକ୍ଷରୁ ବିଭିନ୍ନ ଜିଲ୍ଲାରେ ନୂଆ ଜିଲ୍ଲା ସଭାପତିଙ୍କୁ ଦାୟିତ୍ୱ ଦିଆଯାଇଛି । ଓଡ଼ିଶାରେ ଦଳର ସଂଗଠନକୁ ଦୃଢ଼ କରିବା ସହ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତାକୁ ତୃଣମୂଳସ୍ତରରେ ପହଞ୍ଚା ଯିବ। ରାଜ୍ୟର ବିରୋଧୀ ଦଳର ଭୂମିକାକୁ ନିର୍ବାହ କରି ସାମାନ୍ୟ ଲୋକଙ୍କ ଅପେକ୍ଷାକୁ ପ୍ରଶାସନ ସାମ୍ନାକୁ ଆଣିବା କାମ ଆମର ବୋଲି ସେ କହିଥିଲେ।

ସଂଘୀୟ ବ୍ୟବସ୍ଥାରେ କେନ୍ଦ୍ର ଓ ରାଜ୍ୟର ଅନେକ ଦାୟିତ୍ୱ ଅଛି । ସେହି ଦାୟିତ୍ୱକୁ ସରକାରୀସ୍ତରରେ ଯାହା କରିବାର ଆବଶ୍ୟକତା ତାହା ନିଶ୍ଚୟ କରାଯିବ । ରାଜ୍ୟରେ ବିରୋଧୀ ଦଳ ଭୂମିକାରେ ବିଜେପି ତାର ଦାୟିତ୍ୱ ନିଭାଇବ ବୋଲି ସେ କହିଥିଲେ ।