PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଦଳିଲେ ବିଏମସି କମିଶନର, ସଞ୍ଜୟ କୁମାର ସିଂହ ହେଲେ ନୂଆ କମିଶନର
  • ||
  • ବିନିକା : ପରିବା ବୋଝେଇ ପିକଅପ ଭ୍ୟାନକୁ ପିଟିଲା ଟ୍ରକ୍, ୩ ଗୁରୁତର
  • ||
  • ରାଜସୁନାଖଳା : ବନ୍ଧୁକ ମୁନରେ ଦମ୍ପତିଙ୍କୁ ଲୁଟ୍
  • ||
  • କେନ୍ଦୁଝର : କେନ୍ଦୁଝର ଜେଲରେ ପଶିଲା କରୋନା, ୯ କଏଦୀ ପଜିଟିଭ ଚିହ୍ନଟ
  • ||
  • ମାଲକାନଗିରି : ମାଓବାଦୀଙ୍କ ବର୍ବରକାଣ୍ଡ, ଯବାନଙ୍କୁ ଗଳାକାଟି ହତ୍ୟା
  • ||
  • ବୋରିଗୁମ୍ମା : ବୋରିଗୁମ୍ମା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଟିକା ନେବାକୁ ଛକାପଞ୍ଝା, ସାମାଜିକ ଦୂରତାକୁ ଫୁ, ଯେତିକି ଆସୁଛି ଅଣ୍ଟୁନି, ସ୍ଥାନୀୟ ଲୋକେ ଅସନ୍ତୋଷ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ୧୦ ହଜାର ଟପିଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୯୮୨ ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୬୫ ହଜାର ପାର୍
  • ||
  • ଭୁବନେଶ୍ଵର : ଓଡ଼ିଶାରେ ଆଉ ୧୭ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୨୩୨କୁ ବୃଦ୍ଧି
  • ||

ସିଏଏ ହିଂସା: ଯୋଗୀ ସରକାରଙ୍କ ଆକ୍ସନ, ଏଏମୟୁର ୧୦ ହଜାର ଅଜ୍ଞାତ ଛାତ୍ରଙ୍କ ବିରୋଧରେ ମାମଲା ରୁଜୁ

ନୂଆଦିଲ୍ଲୀ,୨୮।୧୨: ନାଗରିକତା ସଂଶୋଧନ ଆଇନ(ସିଏଏ) ବିରୋଧରେ ବିକ୍ଷୋଭ ପ୍ରଦର୍ଶନ –ସମୟରେ ଉତ୍ତର ପ୍ରଦେଶର ଆଲିଗଡ ମୁସଲିମ୍ ବିଶ୍ବବିଦ୍ୟାଳୟ(ଏଏମୟୁ)ରେ ହିଂସାକାଣ୍ଡ ଦେଖିବାକୁ ମିଳିଥିଲ। ଏବେ ଏହି ହିଂସାକାଣ୍ଡ ମାମଲାରେ ଯୋଗୀ  ସରକାର ଏଏମୟୁର ୧୦ ହଜାର ଅଜ୍ଞାତ ଛାତ୍ରଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି। ଏଏମୟୁରେ ୧୫ ଡିସେମ୍ବରେ ନାଗରିକତା ସଂଶୋଧନ ଆଇନ ବିରୋଧରେ ହିଂସାତ୍ମକ ବିରୋଧ ଦେଖିବାକୁ ମିଳିଥିଲା।

ନାଗରିକିତା ସଂଶୋଧନ ଆଇନ ବିରୋଧରେ ଉତ୍ତର ପ୍ରଦେଶର ବହୁ ସହରରେ ହୋଇଥିବା ହିଂସା ପ୍ରଦର୍ଶନ ବିରୋଧରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ୧୫ ଡିସେମ୍ବରରେ ଏଏମୟୁରେ  ବହୁ ସଂଖ୍ୟାରେ ଛାତ୍ରମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଦେଖୁ ଦେଖୁ ଏହି ପ୍ରଦର୍ଶନ ଅଧିକ ହିଂସ୍ର ହୋଇଯାଇଥିଲା। ଏହି ସମୟରେ ଏଏମୟୁ ଗେଟରେ କିଛି ଅସାମାଜିକ ବ୍ୟକ୍ତି ଭଙ୍ଗାରୁଜା କରିଥିଲେ। ଏହାକୁ ନେଇ ୟୁପି ପୋଲିସ ଓ ଏଏମୟୁ ଛାତ୍ରସଂଘ ଭିତରେ ଆରୋପ-ପ୍ରତ୍ୟାରୋଗ ଲାଗି ରହିଛି।

ଛାତ୍ରସଂଘ କହୁଛି ପୋଲିସ ଆମ ଉପରେ ଅନ୍ୟାୟ କରିଛି। ସେଭଳି ଅନ୍ୟପକ୍ଷେ ପୋଲିସ କହିଛି ପ୍ରଦର୍ଶନକାରୀମାନେ ଟେକା ପଥର ମାଡ କରିବା କାରଣରୁ କିଛି ପୋଲିସ କର୍ମଚାରୀ ଆହତ ହୋଇଛନ୍ତି। ଉଲ୍ଲେଖନୀୟ ଯେ, ୟୁପିରେ ବିକ୍ଷୋଭ ପ୍ରଦର୍ଶନ ଓ ହଙ୍ଗାମା ପରେ ଶାନ୍ତି ଫେରିଛି। ରାଜ୍ୟରେ ଏବେ ଶାନ୍ତିପୂର୍ଣ୍ଣ ପରିସ୍ଥିତି ଫେରିଥିବା ବେଳେ ତାଜା ହିଂସାକାଣ୍ଡ ମାମଲା ଦେଖିବାକୁ ମିଳିନାହିଁ।