PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଦଳିଲେ ବିଏମସି କମିଶନର, ସଞ୍ଜୟ କୁମାର ସିଂହ ହେଲେ ନୂଆ କମିଶନର
  • ||
  • ବିନିକା : ପରିବା ବୋଝେଇ ପିକଅପ ଭ୍ୟାନକୁ ପିଟିଲା ଟ୍ରକ୍, ୩ ଗୁରୁତର
  • ||
  • ରାଜସୁନାଖଳା : ବନ୍ଧୁକ ମୁନରେ ଦମ୍ପତିଙ୍କୁ ଲୁଟ୍
  • ||
  • କେନ୍ଦୁଝର : କେନ୍ଦୁଝର ଜେଲରେ ପଶିଲା କରୋନା, ୯ କଏଦୀ ପଜିଟିଭ ଚିହ୍ନଟ
  • ||
  • ମାଲକାନଗିରି : ମାଓବାଦୀଙ୍କ ବର୍ବରକାଣ୍ଡ, ଯବାନଙ୍କୁ ଗଳାକାଟି ହତ୍ୟା
  • ||
  • ବୋରିଗୁମ୍ମା : ବୋରିଗୁମ୍ମା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଟିକା ନେବାକୁ ଛକାପଞ୍ଝା, ସାମାଜିକ ଦୂରତାକୁ ଫୁ, ଯେତିକି ଆସୁଛି ଅଣ୍ଟୁନି, ସ୍ଥାନୀୟ ଲୋକେ ଅସନ୍ତୋଷ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ୧୦ ହଜାର ଟପିଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୯୮୨ ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୬୫ ହଜାର ପାର୍
  • ||
  • ଭୁବନେଶ୍ଵର : ଓଡ଼ିଶାରେ ଆଉ ୧୭ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୨୩୨କୁ ବୃଦ୍ଧି
  • ||

ଲକ୍ଷ୍ନୌରେ ସିଏଏ ତାତି: ଥାନା ଭାଙ୍ଗିଲେ, ନିଆଁ ଲଗାଇଲେ

ଲକ୍ଷ୍ନୌ ୧୯/୧୨: ନାଗରିକତା ସଂଶୋଧନ ଆଇନ୍ ବିରୁଦ୍ଧରେ ଦେଶରେ ଅନେକ ଭାଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି । ଏହା ମଧ୍ୟରେ ୟୁପିରେ ଅନେକ ସ୍ଥାନରେ ହିଂସାକାଣ୍ଡ ଘଟିଛି । କୁହାଯାଉଛି ପ୍ରଦର୍ଶନକାରୀ ଲକ୍ଷ୍ନୌର ମଦେୟଙ୍ଗଜ ଛକରେ ଭଙ୍ଗାଭଙ୍ଗି କରିଛନ୍ତି । ଏହା ସହିତ ପୋଲିସ ଷ୍ଟେସନରେ ମଧ୍ୟ ଭଙ୍ଗାଭଙ୍ଗି କରିଛନ୍ତି ବିକ୍ଷୋଭ ପ୍ରଦର୍ଶନକାରୀ । ଥାନା ଆଗରେ ଥୁଆ ହୋଇଥିବା ଗାଡିରେ ନିଆଁ ଲଗାଇଛନ୍ତି ପ୍ରଦର୍ଶନକାରୀ । ଏହା ସହ ଅନେକ ସ୍ଥାନରେ କ୍ଷତି ଘଟାଇଥିବା ଖବର ମଧ୍ୟ ସାମ୍ନାକୁ ଆସିଛି ।

କୁହାଯାଉଛି ପୋଲିସ ଲୋକଙ୍କୁ କାବୁ କରିବା ପାଇଁ ଫାୟାରିଂ ମଧ୍ୟ କରିଛି । ଲୁହାବୁହା ଗ୍ୟାସର ମଧ୍ୟ ପ୍ରୟୋଗ କରାଯାଇଛି । ଲୋକମାନେ ମଧ୍ୟ ପୋଲିସ ଉପରକୁ ପଥରମାଡ କରିଛନ୍ତି । ଅନ୍ୟପଟେ ଖଦରା ଅଞ୍ଚଳରେ ଅବସ୍ଥା ଅସମ୍ଭାଳ ହେବାପରେ ଦଙ୍ଗା ନିୟନ୍ତ୍ରଣ ବାହନ ଘଟଣାସ୍ଥଳରେ ପହଞ୍ଚିଥିଲା ।

ଏହା ପୂର୍ବରୁ ୟୁପିରେ ମଧ୍ୟ ହିଂସା ପ୍ରଦର୍ଶନ ହୋଇଥିଲା । ପ୍ରଦର୍ଶନକାରୀ ୨ଟି ବସରେ ନିଆଁ ଲଗାଇ ଦେଇଥିଲେ । ଅନ୍ୟ ଗାଡିଗୁଡିକ ମଧ୍ୟ ଭଙ୍ଗାଭଙ୍ଗି କରିଥିଲେ । ଉତ୍ତର ପ୍ରଦେଶର ଅନେକ ଜିଲ୍ଲାରେ ହିଂସା ପ୍ରଦର୍ଶନ ହେବା ପରେ ପ୍ରଶାସନ ତରଫରୁ ୧୪୪ ଧାରା ଲାଗୁ ହୋଇଛି । ଏହି ସମୟରେ ପ୍ରଦେଶରେ କେଉଁଠି ବି ବିକ୍ଷୋଭ ପାଇଁ ଅନୁମତି ନାହିଁ । ଅନ୍ୟପଟେ ଉତ୍ତର ପ୍ରଦେଶ ଡିଜିପି ଓପି ସିଂହ କହିଛନ୍ତି ଯେ ନାଗରିକତା ସଂଶୋଧନ ଆଇନକୁ ନେଇ କେହି ବି ଗୁଜବ ସୃଷ୍ଟି କରିବା ପାଇଁ ଚେଷ୍ଟା ନକରନ୍ତୁ, ଯଦି କେହି ଏମିତି କରେ ତେବେ ତା ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନ ନିଆଯିବ ।