PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକ : ବିଶିଷ୍ଟ ଗାନ୍ଧିବାଦୀ ଭଦ୍ରକ ମହାବିଦ୍ୟାଳୟର ପ୍ରାକ୍ତନ ଅଧକ୍ଷ ପ୍ରଫେସର ସନାତନ ମହାନ୍ତିଙ୍କ ପରଲୋକ
  • ||
  • ମାଲକାନଗିରି : ମାଲକାନଗିରି ମୋଟୁ ସୀମାନ୍ତ ୪ ରାଜ୍ୟ ପ୍ରବେଶ ଦ୍ୱାର ଚେକପୋଷ୍ଟ ପରିଦର୍ଶନ କଲେ ପୁଲିସ ମହାନିର୍ଦ୍ଦେଶକ ଅଭୟ, କୋଭିଡ ସ୍ଥିତି ଓ ମାଓ ସମୀକ୍ଷା କଲେ ପୁଲିସ ଡିଜି
  • ||
  • କପିଲାଭଟା : ପାରିବାରିକ କଳହରୁ ସ୍ତ୍ରୀର ତଣ୍ଟି ଚିପି ହତ୍ୟା କଲା ସ୍ୱାମୀ
  • ||
  • ଓଡ଼ିଶା: ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧ ହଜାର ୮୦୫ ଜଣ କରୋନା ପଜିଟିଭ, ୨୧ ଜଣଙ୍କ ଜୀବନ ନେଲା ମହାମାରୀ
  • ||
  • ବାଲେଶ୍ଵର : ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା କାର୍, ୩ ମୃତ ୨ ଗୁରୁତର
  • ||
  • OJEE: ଜୁନ୍‌ ୧୫ ଯାଏ ଛାତ୍ରଛାତ୍ରୀମାନେ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ, ଜୁନ୍‌ ୧୭ତାରିଖ ସୁଦ୍ଧା ଅନ୍‌ଲାଇନ୍‌ରେ ଫି’ଦାଖଲ କରିପାରିବେ
  • ||
  • ପୁରୀ:ଏ ବର୍ଷ ବି ବିନା ଭକ୍ତରେ ହେବ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା, କେବଳ ସେବାୟତ ଟାଣିବେ ରଥ
  • ||
  • ପୁରୀ: ଆଜି ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରା, ମେ ୧୫ରୁ ଜୁନ୍‌ ୬ ଯାଏଁ ୧୪୪ ଧାରା ଜାରି
  • ||
  • ଚାଷୀ କୂଳ ପାଇଁ ଖୁସି ଖବର: ମେ’ ୩୧ରେ କେରଳ ଛୁଇଁବ ମୌସୁମୀ,ଜୁନ୍ ୧୦ରୁ ୧୨ ସୁଦ୍ଧା ଓଡ଼ିଶା
  • ||
  • ଆଜି ପବିତ୍ର ଅକ୍ଷୟ ତୃତୀୟା, ମାଟି ମା’କୁ ପୂଜା କରି ଚାଷ କାମ ଅନୁୁକୂଳ କରିବେ ଚଷା ପୁଅ
  • ||

ସିଏଏ ଉପରେ ପାକିସ୍ତାନୀ ନେତା ସେୟାର କଲେ ପର୍ଣ୍ଣଷ୍ଟାରଙ୍କ ଫଟୋ, ସୋସିଆଲ ମିଡିଆରେ ହେଲେ ଟ୍ରୋଲ

ନୂଆଦିଲ୍ଲୀ,୩୧।୧୨: ପାକିସ୍ତାନର ପୂର୍ବତନ ଗୃହମନ୍ତ୍ରୀ ରହମାନ ମଲିକ୍ ନାଗରିକତା ଆଇନ ଉପରେ ଭାରତକୁ ଘେରିବାର ଚେଷ୍ଟାକରି ଶେଷରେ ନିଜେ ହୋଇଛନ୍ତି ଟ୍ରୋଲ। ପାକିସ୍ତାନୀ ନେତା ରହମାନ ମଲ୍ଲିକ ଏକ ଟ୍ବିଟରେ ପୂର୍ବତନ ପର୍ଣ୍ଣଷ୍ଟାର ମିୟା  ଖଲିଫାଙ୍କୁ  ପ୍ରଦର୍ଶନକାରୀ ଭାବି ନେଇଥିଲେ। କେବଳ ସେତିକି ନୁହେଁ ସେ ତାଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି।

ପାକିସ୍ତାନ ଗୃହମନ୍ତ୍ରୀ ରହମାନ ମଲିକଙ୍କୁ ଲାଗିଥିଲା ଯେ, ପୂର୍ବତନ ପର୍ଣ୍ଣଷ୍ଟାର ମିୟା ଖଲିଫା ଭାରତୀୟ ଅଭିନେତ୍ରୀ, ଯିଏକି ମୁସଲମାନଙ୍କୁ ନିଜର ସମର୍ଥନ ଜଣାଇଛନ୍ତି। ଅକ୍ଷୟ ନାମକ ଜଣେ ୟୁଜର ପାକ୍ ଗୃହମନ୍ତ୍ରୀଙ୍କୁ ଟ୍ୟାଗ୍ କରି ଏକ  ଟ୍ବିଟ୍  କରିଥିଲେ, ଯେଉଁଥିରେ ଲେଖାଥିଲ ସାର୍ ଭାରତୀୟ ଆଞ୍ଚଳିକ ଫିଲ୍ମର ପ୍ରଭାବଶାଳୀ ଅଭିନେତ୍ରୀ ବୁର୍ଖା ପିନ୍ଧି ନାଗରିକତା ଆଇନ ବିରୋଧରେ ଭାରତୀୟ ମୁସଲମାନଙ୍କ ସହିତ ଏକଜୁଟ୍ ହୋଇଛନ୍ତି। ତାଙ୍କୁ ସଲାମ, ମୋଦି ଖୁବ୍ ଶୀଘ୍ର ଇସ୍ତଫା ଦେବେ।

ରହମାନ ମଲିକ୍ ଉତ୍ସାହ ଦେଖାଇ ଏହି ଟ୍ବିଟର ରିପ୍ଲାଇ ଦେଇ ଟ୍ରୋଲ ହୋଇଥିଲେ। ରହମାନ ଲେଖିଥିଲେ, ‘ଗଡ୍ ବ୍ଲେସ ହର’। ତେବେ ଏହି ୩ଟି ଫଟୋ ୩ ଜଣ ଅଲଗା ଅଲଗା ଝିଅଙ୍କର ଥିଲା। ଏମାନଙ୍କୁ ଭିତରୁ ୨ ଜଣ ଥିଲେ ପର୍ଣ୍ଣଷ୍ଟାର ମିୟା ଖଲିଫା ଓ ନଦିଆ ଅଲ୍ଲୀ। ତାଙ୍କର ଏହି ପୋଷ୍ଟ ଦେଖିବା ପରେ ଟ୍ବିଟର ୟୁଜର କରିଥିଲେ ଯୋରଦାର ଟ୍ରୋଲ। ନିଜର ଭୁଲ ଜାଣିପାରି ରହମାନ  ପରେ ନିଜର ଟ୍ବିଟ୍ ଡିଲିଟ୍ କରିଦେଇଥିଲେ। ତେବେ ସେ ପର୍ଯ୍ୟନ୍ତ କିଛି ୟୁଜର ତାଙ୍କର ଏହି ପୋଷ୍ଟାର ସ୍କ୍ରିପ୍ ସଟ୍ ନେଇ ସାରିଥିଲେ। ଏହାପରେ ତାଙ୍କୁ ଭାରତୀୟ ୟୁଜର ମାନେ ଯୋରଦାର ଟ୍ରୋଲ କରିଛନ୍ତି।

ତେବେ ଏହା ପ୍ରଥମ ଥର ନୁହେଁ, ପୂର୍ବରୁ ପାକିସ୍ତାନୀ ରାଜନେତା ଏଭଳି ବିବାଦୀୟ ମନ୍ତବ୍ୟ ଓ ଟ୍ବିଟ୍ କରି ହୋଇଛନ୍ତି ଲୋକହସା। ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ପାକିସ୍ତାନ ହାଇକମିଶନର ଅବଦୁଲ ବାସିତ୍ ପର୍ଣ୍ଣଷ୍ଟାର ଜନି ସିନ୍ସଙ୍କୁ କାଶ୍ମୀରର ଝିଅ ଦର୍ଶାଇ ପେଲେଟ୍ ଗନର ଶିକାର ହୋଇଥିବା ଯୁବତୀ ବୋଲି ଫଟୋ ସେୟାର କରିଥିଲେ। ଯେଉଁଥିପାଇଁ ସୋସିଆଲ ମିଡିଆରେ ତାଙ୍କୁ ଖୁବ୍ ଟ୍ରୋଲ କରାଯାଇଥିଲା।

ସମ୍ବନ୍ଧିତ ଖବର