କ୍ୟାବରେ ମହିଳା ଓକିଲଙ୍କୁ ଅସଦାଚରଣ : ନିଛାଟିଆ ସ୍ଥାନରେ ଛାଡ଼ି ଚାଲିଗଲା ଡ୍ରାଇଭର

ନୂଆଦିଲ୍ଲୀ ୧୫।୨ : ମେଟ୍ରୋ ପରେ ଏବେ ଓଲା କ୍ୟାବ୍ ଚାଳକଙ୍କ ନାଁରେ ଆସିଛି ଅଭିଯୋଗ। ଜଣେ ମହିଳା ଓକିଲଙ୍କ ସହ ଅଶ୍ଳୀଳ ବ୍ୟବହାର କରିଛନ୍ତି। ଏହାକୁ ବିରୋଧ କରିବାରୁ ଚାଳକ ଅଭଦ୍ରାମୀର ସୀମା ଟପି ଯାଇଥିଲା। ମହିଳାଙ୍କୁ ନିଛାଟିଆ ରାସ୍ତାରେ ଛାଡ଼ି ସେହି ସ୍ଥାନରୁ ଫେରାର୍ ହୋଇସାଇଛି କ୍ୟାବ୍ ଚାଳକ।

ପୀଡ଼ିତା ମହିଳା ଜଣଙ୍କ ଓହ୍ଳାଇବା ପରେ ୧୧୨ ନମ୍ବରରେ କଲ୍ କରି ପୋଲିସକୁ ଡାକିଥିଲେ। ଅଭିଯୋଗ ଆଧାରରେ ପୋଲିସ କାର୍ଯ୍ୟାନୁଷ୍ଠାନ ନେବା ସହିତ ଚାଳକକୁ ଗିରଫ କରିଛି। ଅଭିଯୁକ୍ତର ନାଁ ସତୀଶ ଶର୍ମା। ସେ ନିଲାଠୀର ନିବାସୀ ଅଟେ। ଅଭିଯୁକ୍ତ ନାଁରେ ତିଲକ ମାର୍ଗ ଥାନାରେ ମାମଲା ରୁଜୁ ହୋଇଛି।

ମିଳିଥିବା ସୂଚନାନୁସାରେ, ଇର୍ଡିଆ ଗେଯ୍ ପାଖରେ ଜଣେ ମହିଳା ଓକିଲ ଗୁରୁଗ୍ରାମ ସ୍ଥିତ ନିଜ ଘରକୁ ଯିବା ପାଇଁ ଓଲା କ୍ୟାବ୍ ବୁକ୍ କରିଥିଲେ। ପୀଡ଼ିତାଙ୍କ କହିବାନୁସାରେ, କ୍ୟାବ୍ ଚଳାଉଥିବାବେଳେ ଚାଳକ ମହିଳାଙ୍କ ସହ ଅସଦାଚରଣ କରିଥିଲା। ଏହା ପରେ ମହିଳା ଜଣଙ୍କ କ୍ୟାବ୍ ଅଟକାଇବା ପାଇଁ କହିଥିଲେ। କ୍ୟାବ୍ ଚାଳକ ରାଗି ଯାଇ ମହିଳାଙ୍କୁ ନିଛାଟିଆ ରାସ୍ତାରେ ଛାଡ଼ି ଦେଇ ସେଇଠୁ ଫେରାର୍ ହୋଇଗଲା। ପୀଡ଼ିତା ପୋଲିସକୁ କଲ୍ କରି ସବୁ ସୂଚନା ଦେଇଥିଲେ। ପୋଲିସ କିଛି ସମୟ ପରେ କ୍ୟାବ୍ ଚାଳକକୁ ଧରି ଗିରଫ କରିଛି।

   ସମ୍ବନ୍ଧିତ ଖବର


ମୁଁ ବଞ୍ଚିଛି … : ୨ ବର୍ଷ ହେଲା ନିଜକୁ ଜୀବିତ ପ୍ରମାଣିତ କରିବାକୁ ଅଫିସରୁ ଅଫିସ୍‌ ଘୂରି ବୁଲୁଛନ୍ତି ମହିଳା

ଏଣିକି ଖୋଲାରେ ବିକ୍ରି ହେଉଥିବା ମିଠାର ଏକ୍ସପାୟରୀ ଡେଟ୍ ଲେଖିବାକୁ ପଡିବ

ଆମେରିକା ଫେରି ଟ୍ରମ୍ପ ଲେଖିଲେ ଭାରତ ମହାନ…ସଫଳ ହୋଇଛି ଯାତ୍ରା

ଦିଲ୍ଲୀ ହିଂସା: ପ୍ରତିଦିନ ୧୦୦ କୋଟି ଟଙ୍କାର କ୍ଷତି; ଫ୍ୟାକ୍ଟ୍ରି ବନ୍ଦ, ହୋଲସେଲ୍ ଧନ୍ଦା ମାନ୍ଦା