PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜୟପୁର: ଜୟପୁର ସବ୍ ଜେଲରେ ରେଡ୍, ଏସ୍‌ପି ଓ ଉପ ଜିଲ୍ଲାପାଳ ସାମିଲ
  • ||
  • ଆଇପିଏଲ-୧୪: ଆଜି ଖେଳାଯିବ ଦୁଇଟି ମ୍ୟାଚ୍, କୋହଲି-ମୋର୍ଗାନ ଓ ରାହୁଲ-ପନ୍ଥ ମଧ୍ୟରେ ଲଢେ଼ଇ
  • ||
  • ଭୁବନେଶ୍ୱର : ବଦଳିଲା ମୋ ବସ୍‌ ଚଳାଚଳ ସମୟ। ଏଣିକି ସକାଳ ୭ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଚଳାଚଳ କରିବ ମୋ ବସ୍
  • ||
  • ଭୁବନେଶ୍ୱର: ରମାଦେବୀ ଛାତ୍ରୀନିବାସରୁ ୪ ଛାତ୍ରୀ କରୋନା ପଜିଟିଭ୍, ୧୯ ତାରଖ ପୂର୍ବରୁ ହଷ୍ଟେଲ ଛାଡ଼ିବାକୁ ନିର୍ଦ୍ଦେଶ ‌
  • ||
  • ରାଜ୍ୟକୁ ପୁଣି ଫେରିବ ତାତି, ସପ୍ତାହେ ପର୍ଯ୍ୟନ୍ତ ଛଟପଟ କରିବ ଗ୍ରୀଷ୍ମ ପ୍ରକୋପ
  • ||

ପୁଡୁଚେରୀରେ ରାଷ୍ଟ୍ରପତି ଶାସନକୁ କ୍ୟାବିନେଟ୍‌ର ଅନୁମୋଦନ

ନୂଆଦିଲ୍ଲୀ, ୨୫/୦୨: କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀରେ ରାଷ୍ଟ୍ରପତି ଶାସନ ଲାଗୁ କରିବା ଲାଗି ଏକ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ୍‌ ବୁଧବାର ଅନୁମୋଦନ କରିଛନ୍ତି । ସେଠାକାର କଂଗ୍ରେସ ନେତୃତ୍ୱାଧୀନ ମେଣ୍ଟ ସରକାର ଫେବ୍ରୁୟାରୀ ୨୨ରେ ବିଧାନସଭାରେ ହୋଇଥିବା ଆସ୍ଥାଭୋଟରେ ପରାଜିତ ହେବାପରେ ଏହି ପଦକ୍ଷେପ ନିଆଯାଇଛି ।

କ୍ୟାବିନେଟ୍‌ର ଏହି ସିଦ୍ଧାନ୍ତ ସଂପର୍କରେ ଘୋଷଣା କରି କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାବ୍‌ଡେକର କହିଛନ୍ତି, ପୁଡୁଚେରୀରେ ମୁଖ୍ୟମନ୍ତ୍ରୀ ପଦରେ ଥିବା ଭି. ନାରାୟଣସାମୀ ବହୁମତ ସାବ୍ୟସ୍ତ କରିବାରେ ବିଫଳ ହେବା ପରେ ଉପରାଜ୍ୟପାଳଙ୍କୁ ନିଜର ଇସ୍ତଫା ପ୍ରଦାନ କରିଥିଲେ । ତା’ ପରେ ସେଠାରେ କୌଣସି ଦଳ ସରକାର ଗଠନ କରିବା ଲାଗି ଦାବି ଉପସ୍ଥାପନ କରିନାହାନ୍ତି ।

ଏଭଳିସ୍ଥିତିରେ ଉପରାଜ୍ୟପାଳ ତାମିଲିସାଇ ସୌନ୍ଦରାରାଜନ ରାଷ୍ଟ୍ରପତି ଶାସନ ଲାଗୁ କରିବା ଲାଗି ସୁପାରିଶ କରିଥିଲେ । କେନ୍ଦ୍ର କ୍ୟାବିନେଟ୍‌ ତାକୁ ସ୍ୱୀକୃତି ଦେଇଛି । ସେହି ପ୍ରସ୍ତାବକୁ ରାଷ୍ଟ୍ରପତିଙ୍କ ନିକଟକୁ ଅନୁମୋଦନ ପାଇଁ ପଠାଯାଇଛି । ତାଙ୍କ ମଞ୍ଜୁରି ମିଳିବା ପରେ ବିଧାନସଭାକୁ ଭଙ୍ଗ କରି ଦିଆଯିବ ।