କେନ୍ଦ୍ର କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି: ନଦୀବନ୍ଧ ମରାମତି ପାଇଁ ୧୦,୦୦୦ କୋଟି ମଞ୍ଜୁରୀ, ଚୟନ ହୋଇଥିବା ନଦୀବନ୍ଧ ମଧ୍ୟରୁ ୩୬ଟି ଓଡ଼ିଶାର

ନୂଆଦିଲ୍ଲୀ,୩୦/୧୦: :ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍‌ କମିଟି ଗୁରୁବାର ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ଦେଶବ୍ୟାପୀ ନଦୀବନ୍ଧଗୁଡିକର ସୁରକ୍ଷା ଏବଂ ପ୍ରଦର୍ଶନ ବଢ଼ାଇବା ପାଇଁ କମିଟି ୧୦,୨୧୧ କୋଟି ଟଙ୍କାର ଏକ ପ୍ରକଳ୍ପକୁ ମଞ୍ଜୁରି ଦେଇଛି । ଚୟନ ହୋଇଥିବା ୭୩୬ ନଦୀବନ୍ଧ ମଧ୍ୟରୁ ଓଡ଼ିଶାର ୩୬ଟି ରହିଥିବା ଜଣାଯାଇଛି । ଦେଶରେ ୮୦% ନଦୀବନ୍ଧ ୨୫ ବର୍ଷ ପୁରୁଣା । ଏଗୁଡିକ ମରାମତି ଲୋଡୁଥିବା ବୈଠକ ପରେ କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକର ସୂଚନା ଦେଇଛନ୍ତି ।

ପ୍ରକାଶଯୋଗ୍ୟ, ନଦୀବନ୍ଧ ସଂଖ୍ୟାରେ ଆମେରିକା ଏବଂ ଚୀନ୍‌ ପରେ ଭାରତ ତୃତୀୟ ସ୍ଥାନରେ ରହିଛି । ଭାରତରେ ୫,୩୩୪ ବଡ଼ ନଦୀବନ୍ଧ ଥିବାବେଳେ ଆଉ ୪୧୨ ନିର୍ମାଣଧୀନ ଅଛି । ନଦୀବନ୍ଧ ପୁନଃନିର୍ମାଣ ଏବଂ ବିକାଶ ପ୍ରକଳ୍ପ(ଡିଆର୍‌ଆଇପି) ପର୍ଯ୍ୟାୟ-୨ ଏବଂ ୩କୁ ବିଶ୍ୱ ବ୍ୟାଙ୍କ ଏବଂ ଏସିଆ ଭିତ୍ତିଭୂମି ନିବେଶ ବ୍ୟାଙ୍କ ପାଣ୍ଠି ଯୋଗାଇଥାନ୍ତି।

କେନ୍ଦ୍ର କ୍ୟାବିନେଟ ଇଥାନଲ୍‌ ଦରରେ ୫ରୁ ୮% ବୃଦ୍ଧି କରିଛି । ଝୋଟ ଶିଳ୍ପକୁ ସାହାଯ୍ୟ କରିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି ଯେ, ସମସ୍ତ ପ୍ରକାର ଖାଦ୍ୟ ଶସ୍ୟ ପାଇଁ ଝୋଟ ବ୍ୟାଗ୍‌ରେ ପ୍ୟାକେଜିଂ ବାଧ୍ୟତାମୂଳକ । ଅନ୍ୟୁନ ୨୦% ଚିନିର ପ୍ୟାକେଜିଂ ଝୋଟ ବ୍ୟାଗରେ ହେବା ବାଧ୍ୟତାମୂଳକ ବୋଲି କ୍ୟାବିନେଟ୍‌ ନିଷ୍ପତ୍ତି ନେଇଛି । ତେବେ ଏ ନିଷ୍ପତ୍ତି ଦ୍ୱାରା ଝୋଟ ଶିଳ୍ପରେ କାର୍ଯ୍ୟ କରୁଥିବା ୪୦୦,୦୦୦ କର୍ମଚାରୀ ଉପକୃତ ହେବେ । ଝୋଟ ସାଧାରଣତଃ ପଶ୍ଚିମବଙ୍ଗ, ଓଡ଼ିଶା, ଆସାମ, ମେଘାଳୟ, ତ୍ରିପୁରା ଏବଂ ଆନ୍ଧ୍ରପ୍ରଦେଶରେ ଉତ୍ପାଦନ ହୋଇଥାଏ ।

   ସମ୍ବନ୍ଧିତ ଖବର


ସ୍ପଷ୍ଟ କଲା ଗୁଗଲ, ‘Google Pay’ରେ ଲାଗିବନି କୌଣସି ଚାର୍ଜ

ମାସ୍କ ପିନ୍ଧୁନଥିଲେ ସାବଧାନ ! ୨୪ ଘଣ୍ଟା ଆପଣଙ୍କ ଉପରେ ନଜର ରଖୁଛି ଡ୍ରୋନ କ୍ୟାମେରା…

କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟ ଦ୍ୱାରା ଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ ସମ୍ମାନିତ

କରୋନା ବଦଳାଇ ଦେଲା ଜୀବନ ଜୀବିକା; ଦିନେ ଏରୋପ୍ଲେନ ଚଲାଉଥିଲେ, ଆଜି ଦୁଆର ଦୁଆର ବୁଲି କରୁଛନ୍ତି ଫୁଡ ଡେଲିଭରୀ…

Truecaller ଭଳି ଆପ୍ ଲଞ୍ଚ୍ କରିବ ଗୁଗଲ, ରହିବ ଏହି ସବୁ ଫିଚର୍ସ

ସମୁଦ୍ର କୂଳରେ ମୃତଦେହ ଦେଖି ଡରିଗଲେ ମହିଳା, ପାଖରୁ ଦେଖିବା ପରେ ହୋଇଗଲେ ଆଶ୍ଚର୍ଯ୍ୟ…