ରେଡିଓ, ଟେଲିଭିଜନ କ୍ଷେତ୍ରରେ ଭାରତ ଓ ବିଦେଶୀ ପ୍ରସାରକଙ୍କ ମଧ୍ୟରେ ବୁଝାମଣାକୁ କ୍ୟାବିନେଟର ମଞ୍ଜୁରି

ଭୁବନେଶ୍ୱର ୯/୧୦: ରେଡିଓ ଏବଂ ଟେଲିଭିଜନ କ୍ଷେତ୍ରରେ ଭାରତ ଓ ବିଦେଶୀ ପ୍ରସାରକଙ୍କ ମଧ୍ୟରେ ପୂର୍ବରୁ ହୋଇଥିବା ବୁଝାମଣାକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ମଞ୍ଜୁରି ପ୍ରଦାନ କରିଛନ୍ତି ।

ବିଦେଶୀ ପ୍ରସାରକମାନଙ୍କ ସହିତ ବୁଝାମଣା ଫଳରେ ସାର୍ବଜନୀକ ପ୍ରସାରକମାନେ ନୂତନ ଦୃଷ୍ଟିକୋଣ ଓ  ପ୍ରାଦ୍ୟୋଗିକୀ ସମ୍ବନ୍ଧରେ ଜ୍ଞାନ ଆହରଣ କରିପାରିବେ । ଏହା ଗଣମାଧ୍ୟମର ଉଦାରୀକରଣ ଏବଂ ଜଗତିକରଣରେ ମଧ୍ୟ ସହାୟକ ହେବ ।

ପ୍ରଯୁକ୍ତିବିଦ୍ୟା, ବିଶେଷଜ୍ଞତାର ଆଦାନ-ପ୍ରଦାନ ଓ କର୍ମଚାରୀଙ୍କ ପ୍ରଶିକ୍ଷଣ ଫଳରେ ସାର୍ବଜନୀକ ପ୍ରସାରକମାନଙ୍କୁ ପ୍ରସାରଣ କ୍ଷେତ୍ରରେ ନୂତନ ଆହ୍ୱାନର ମୁକାବିଲା କରିବାରେ ସହାୟତା ମିଳିବ । ପାରସ୍ପରିକ ସହଯୋଗରେ ପ୍ରସ୍ତୁତ କାର୍ଯ୍ୟକ୍ରମର ପ୍ରସାରଣ ଫଳରେ ଦୂରଦର୍ଶନ ଓ ଆକାଶବାଣୀର ଦର୍ଶକ/ଶ୍ରୋତାଙ୍କ ମଧ୍ୟରେ ସମତା ଓ ସମାବେଶନର ବାତାବରଣ ନିର୍ମିତ ହେବ । 

   ସମ୍ବନ୍ଧିତ ଖବର


ଜିୟା ଭରାଲି ନଦୀରେ ବୁଡିଲା ଡଙ୍ଗା, ଥିଲେ ୭୦ରୁ ୮୦ ଯାତ୍ରୀ

ଭାରତରେ ବ୍ୟାପିବାରେ ଲାଗିଛି ୯୯୬ ୱର୍କ କଲ୍ଚର, ପ୍ରଭାବିତ ହେଉଛି ବ୍ୟକ୍ତିଗତ ଜୀବନ

ରାମ ମନ୍ଦିର ମାମଲା : ମଧ୍ୟସ୍ଥତା ପ୍ୟାନେଲର ସମାଧାନ ରାସ୍ତାରେ ହିନ୍ଦୁ ଓ ମୁସଲମାନ ଉଭୟଙ୍କର ହେବ ବିଜୟ

ପୁଣି ପାକିସ୍ତାନର ନୀଚ କାର୍ଯ୍ୟ : ମଝି ଆକାଶରେ ଭାରତୀୟ ଯାତ୍ରୀବାହୀ ବିମାନକୁ ଏଫ୍-୧୬ ଦ୍ବାରା ଘଣ୍ଟେ ପର୍ଯ୍ୟନ୍ତ ଘେରିକି ରଖିଥିଲା