PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କନ୍ଧମାଳ- ଗୋଚ୍ଛାପଡା ପୁଲିସ ଦ୍ବାରା ୧୦୭ କିଲୋ ଗଞ୍ଜେଇ ଜବତ । ଜାମସେଦପୁର ଅଞ୍ଚଳର ଦୁଇ ଗିରଫ ।
  • ||
  • ଗଞ୍ଜାମ- କୁକୁଡାଖଣ୍ଡି ବ୍ଲକ କାଳୁଆ ଛକରେ ୭ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କଲା ଅବକାରୀ।
  • ||
  • ଭୁବନେଶ୍ଵର : ବିଭିନ୍ନ ରାଜ୍ୟରେ ଡାକ୍ତରମାନଙ୍କୁ ଆକ୍ରମଣ, ଆସନ୍ତା ୧୮ ତାରିଖକୁ ଜାତୀୟ ପ୍ରତିବାଦ ଦିବସ ଭାବେ ପାଳିବ ଭାରତୀୟ ଚିକିତ୍ସକ ସଂଘ
  • ||
  • ବଲାଙ୍ଗୀର : ସଦର ଏସଡିପିଓଙ୍କ ପ୍ରେସମିଟ, ୨୨ ବାଇକ, ୨ ପିକଅପ ଜବତ, ୭ ଗିରଫ
  • ||
  • ମାଲକାନାଗିରି : ମାଲକାନଗିରି-ଆନ୍ଧ୍ର ସୀମାରେ ନକ୍ସଲ ଓ ପୋଲିସ ମୁହାଁମୁହିଁ, ଏନକାଣ୍ଟରରେ ୬ ହାଡକୋର ମାଓବାଦୀ ନିହତ
  • ||
  • ପାରାଦୀପ : ଜିଏସଟି ଫାଙ୍କୁଥିବା ଅଭିଯୋଗରେ ସ୍କାର୍ପ ବୋଝେଇ ଟ୍ରକ ଅଟକ, ବାଣିଜ୍ୟ କର ବିଭାଗ ଦ୍ଵାରା ଅଟକ
  • ||
  • ଅନୁଗୁଳ : ରେଙ୍ଗାଲି ବିରାଜ ଷ୍ଟିଲ ସାମ୍ନାରେ ଟ୍ରକ୍ ସହ ଧକ୍କା ହୋଇ କାର୍ ଚୂରମାର, ଘଟଣାସ୍ଥଳରେ ଜଣେ ମ୍ରୁତ, ଜଣେ ଗୁରୁତର
  • ||
  • ବ୍ରହ୍ମପୁର : ବ୍ରହ୍ମପୁର ଉତ୍ତରାମୁଖୀ ସାହିରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗଣ୍ଡଗୋଳ, ଛୁରୀ ମାଡ଼ରେ ଜଣେ ମୃତ ଓ ଦୁଇଜଣ ଆହତ, ସମସ୍ତେ ଏମକେସିଜିରେ ଭର୍ତ୍ତି
  • ||
  • ଭୁବନେଶ୍ଵର : ଆଉ ଅଳ୍ପ ଦିନ ମଧ୍ୟରେ ସଂକ୍ରମଣ ସମ୍ପୂର୍ଣ୍ଣ କମିଯିବ, ‘ଅନଲକ୍’ ହେଲେବି ଲୋକଙ୍କୁ ନିୟମ କଡାକଡି ପାଳନ କରିବାକୁ ପଡିବ- ଡିଏମଇଟି
  • ||
  • ବାଲିପାଟଣା : ଧାନ ବ୍ୟବସାୟୀଙ୍କୁ ବୋମା ମାଡ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ଢେଙ୍କାନାଳ : ବିବାହ କରିବାକୁ ମନା କରିଦେଲେ ପ୍ରେମିକା, ଦେହରେ କିରୋସିନ ଢାଳି ଆତ୍ମହତ୍ୟା ଉଦ୍ୟମ କଲା ବିଫଳ ପ୍ରେମିକ
  • ||
  • ମାଲକାନଗିରି : ମାଲକାନଗିରି ଜିଲ୍ଲା ମାଥିଲି ଥାନା କୁଲାବେଡା ଜଙ୍ଗଲରେ ମାଓବାଦୀ-ଯବାନଙ୍କ ମଧ୍ୟରେ ଗୁଳି ବିନିମୟ
  • ||
  • ଭୁବନେଶ୍ୱର : ଓଡ଼ିଶାରୁ ଆଉ ୪୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୩୪୩୨କୁ ବୃଦ୍ଧି
  • ||
  • ଚୌଦ୍ଵାର: ଟ୍ରଲରକୁ ପିଟିଲା ପିକଅପ୍ ଭ୍ୟାନ୍, ୨ ମୃତ ଜଣେ ଗୁରୁତର
  • ||
  • କରଞ୍ଜିଆ : ସୋଲାର ଚୋରଙ୍କୁ ଧରିଲା ପୋଲିସ, ଖତ ଗଡ଼ିଆରେ ପୋତି ଲୁଚାଇ ରଖିଥିଲେ ସୋଲାର ପ୍ୟାନେଲ ଓ ବ୍ୟାଟେରୀ
  • ||
  • ଭୁବନେଶ୍ୱର : ରାଜ୍ୟରେ କମୁଛି ସଂକ୍ରମଣ, ୨୪ ଘଣ୍ଟାରେ ୩୫୩୫ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||

ବିଭିନ୍ନ କ୍ଷେତ୍ରରେ ଏଫଡିଆଇ ନୀତିର ସମୀକ୍ଷା ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ

ନୁଆଦିଲ୍ଲୀ ୨୮/୮: ବିଭିନ୍ନ କ୍ଷେତ୍ରରେ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ (ଏଫଡିଆଇ) ନୀତିର ସମୀକ୍ଷା କରାଯିବ । ଆଜି ଏ ସଂକ୍ରାନ୍ତ ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛନ୍ତି ।

ଏଫଡିଆଇ ନୀତିରେ ସଂସ୍କାର ଦ୍ୱାରା ବ୍ୟାପକ ପ୍ରଭାବ ଏବଂ ଲାଭ
୧. ଏଫଡିଆଇ ନୀତିରେ ପରିବର୍ତନ କରାଯିବା ଫଳରେ ଭାରତ ଅଧିକ ଆକର୍ଷଣୀୟ ଏଫଡିଆଇ ଲକ୍ଷ୍ୟସ୍ଥଳୀରେ ପରିଣତ ହେବ । ଏହାଦ୍ୱାରା ଦେଶରେ ନିବେଶ, ନିଯୁକ୍ତି ଏବଂ ଅଭିବୃଦ୍ଧି ବଢ଼ିବ ।

୨. କୋଇଲା କ୍ଷେତ୍ରରେ, କୋଇଲା ବିକ୍ରି, ସହାୟକ ପ୍ରକ୍ରିୟାକରଣ ଭିତିଭୂମି ସମେତ କୋଇଲା ଖନନଜନିତ କାର୍ଯ୍ୟକଳାପ ଲାଗି ସ୍ୱୟଂକ୍ରିୟ ମାର୍ଗରେ ୧୦୦% ଏଫଡିଆଇକୁ ମଞ୍ଜୁରି ମିଳିବ । ଯଦ୍ଦ୍ୱାରା ଏକ ଦକ୍ଷ ତଥା ପ୍ରତିଦ୍ୱନ୍ଦ୍ୱିତାମୂଳକ ବଜାର ଲାଗି ଅନ୍ତର୍ଜାତୀୟ ସଂସ୍ଥାଗୁଡ଼ିକ ଆକୃଷ୍ଟ ହେବେ ।

୩. ମେକ ଇନ ଇଣ୍ଡିଆ ଲକ୍ଷ୍ୟ ହାସଲ ଉଦ୍ଦେଶ୍ୟରେ କଂଟ୍ରାକ୍ଟ ମାନୁଫାକଚରିଂ କ୍ଷେତ୍ରରେ  ବିଦେଶୀ ପୁଞ୍ଜିନିବେଶକୁ ମଞ୍ଜୁର କରାଯିବ । ଏହି କ୍ଷେତ୍ରରେ ସ୍ୱୟଂକ୍ରିୟ ମାର୍ଗରେ ଏଫଡିଆଇକୁ ମଞ୍ଜୁରି ମିଳିବା ଫଳରେ ଦେଶରେ ଉତ୍ପାଦନ କ୍ଷେତ୍ରକୁ ବ୍ୟାପକ ପ୍ରୋତ୍ସାହନ ମିଳିପାରିବ ।

୪. ଏକକ ବ୍ରାଣ୍ଡ ଖୁଚୁରା ବାଣିଜ୍ୟ (ଏସବିଆରଟି) କ୍ଷେତ୍ରରେ ସ୍ଥାନୀୟ ଉତ୍ସ ସର୍ତାବଳୀକୁ କୋହଳ କରିବା ଲାଗି ଅର୍ଥମନ୍ତ୍ରୀ ତାଙ୍କ ବଜେଟ ଅଭିଭାଷଣରେ ଘୋଷଣା କରିଥିଲେ । ଏହା ଅଧିକ ନମନୀୟତା ଆଣିବା ସହିତ ଏସବିଆରଟି ସଂସ୍ଥାଗୁଡ଼ିକର କାର୍ଯ୍ୟକୁ ସହଜ କରିବ । ଏହାଛଡ଼ା ଗୋଟିଏ ଆଧାର ବର୍ଷରେ ଅଧିକ ରପ୍ତାନି ଥିବା କମ୍ପାନୀଗୁଡ଼ିକ ପାଇଁ କ୍ଷେତ୍ର ପ୍ରସ୍ତୁତ କରିବା ସମ୍ଭବ ହେବ । ଏତଦବ୍ୟତୀତ, ପାରମ୍ପରିକ ଷ୍ଟୋର ଖୋଲିବା ପୂର୍ବରୁ ଅନଲାଇନ ବିକ୍ରିକୁ ଅନୁମତି ଦିଆଯିବା ବର୍ତମାନର ବଜାର ବ୍ୟବସ୍ଥାର ଆବଶ୍ୟକତାକୁ ପୂରଣ କରିବ । ଅନଲାଇନ ବିକ୍ରି ଫଳରେ ଲଜିଷ୍ଟିକ୍ସ, ଡିଜିଟାଲ ପେମେଂଟ, ଗ୍ରାହକ ସେବା କେନ୍ଦ୍ର ଓ ଉତ୍ପାଦ ଦକ୍ଷତା ତାଲିମ କ୍ଷେତ୍ରରେ ମଧ୍ୟ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।

୫. ଦେଶରେ ବ୍ୟବସାୟିକ ସୁଗମତା ଯୋଗାଇଦେବା ଉଦ୍ଦେଶ୍ୟରେ ଏଫଡିଆଇ ନୀତିର ଉଦାରୀକରଣ ଓ ସରଳୀକରଣ ଉଦ୍ଦେଶ୍ୟରେ ଉପରୋକ୍ତ ସଂଶୋଧନ କରାଯାଇଛି । ଏହା ଅଧିକ ଏଫଡିଆଇ ପ୍ରବାହକୁ ଆକୃଷ୍ଟ କରିବା ସହିତ ନିବେଶ, ଆୟ ଓ ନିଯୁକ୍ତିର ଅଭିବୃଦ୍ଧି କ୍ଷେତ୍ରରେ ଯୋଗଦାନ କରିପାରିବ ।

ସମ୍ବନ୍ଧିତ ଖବର