କେନ୍ଦ୍ର କ୍ୟାବିନେଟ୍‌ ବୈଠକରେ ବଡ ନିଷ୍ପତ୍ତି: ଖୋଲିବ ୭୫ ନୂଆ ମେଡିକାଲ କଲେଜ

ନୂଆଦିଲ୍ଲୀ ୨୯/୮: ଦେଶରେ ଆସନ୍ତା ୩ ବର୍ଷ ମଧ୍ୟରେ ୭୫ ନୂଆ ମେଡିକାଲ କଲେଜ ଖୋଲିବ । କେନ୍ଦ୍ର ସରକାର ଏଥିପାଇଁ ୨୪,୩୭୫ କୋଟି ଟଙ୍କା ଖର୍ଚ୍ଚ କରିବେ । ଏହାଦ୍ୱାରା ୧୫,୭୦୦ ନୂଆ ଏମ୍‌ବିବିଏସ୍‌ ସିଟ୍‌ ସୃଷ୍ଟି ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍‌ ବୈଠକରେ ଏହି ନିଷ୍ପତ୍ତି ହୋଇଛି ।

ନିଷ୍ପତ୍ତି ପରେ ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡ଼େକର ସାମ୍ବାଦିକଙ୍କୁ ସୂଚନା ଦେଇ କହିଛନ୍ତି, ମେଡିକାଲ କଲେଜ ନଥିବା ଅଞ୍ଚଳଗୁଡ଼ିକୁ ସରକାର ଗୁରୁତ୍ୱ ଦେଇଛନ୍ତି । ତେଣୁ ଏହିଠାରେ ହିଁ ପ୍ରସ୍ତାବିତ ୭୫ ନୂଆ ମେଡିକାଲ କଲେଜ ଖୋଲିବ । ମେଡିକାଲ କଲେଜ ପାଇଁ ଆଶାୟୀ ଥିବା ଜିଲ୍ଲାଗୁଡ଼ିକୁ ଚୟନ କରାଯାଇପାରେ । ୩୦୦ ଶଯ୍ୟା ଥିବା ଜିଲ୍ଲା ଚିକିତ୍ସାଳୟକୁ ବି ଗୁରୁତ୍ୱ ଦିଆଯାଇ ପାରିବ ।
ଜାଭଡ଼େକର କହିଛନ୍ତି, ଆଗାମୀ ୩ ବର୍ଷ ମଧ୍ୟରେ ଏହି ୭୫ ନୂଆ ମେଡିକାଲ୍‌ କଲେଜ ଖୋଲିବା ଦ୍ୱାରା ସହର ଓ ଗ୍ରାମଗୁଡ଼ିକରେ ଅଧିକ ଡାକ୍ତର ଉପଲବ୍ଧ ହେବେ । ଜନସଂଖ୍ୟା ଅନୁପାତରେ ଡାକ୍ତରମାନଙ୍କ ସଂଖ୍ୟା ବୃଦ୍ଧି ପାଇବ । ଏହାଦ୍ୱାରା ଲୋକଙ୍କୁ ଉପଯୁକ୍ତ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ ।

କେନ୍ଦ୍ର ସରକାର ଏହା ପୂର୍ବରୁ ୫୮ ନୂଆ ମେଡିକାଲ କଲେଜ୍‌କୁ ମଞ୍ଜୁରି ଦେଇଥିଲେ । ଏଥିମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୩୯ଟିମେଡିକାଲ କଲେଜ କାର୍ଯ୍ୟକ୍ଷମ ହୋଇସାରିଲାଣି । ବଳକା ୧୯ଟି ମେଡିକାଲ କଲେଜ ୨୦୨୦-୨୧ରେ କାର୍ଯ୍ୟକ୍ଷମ ହେବ । ଦ୍ୱିତୀୟ ପର୍ଯ୍ୟାୟରେ ୧୮ଟି ନୂଆ ମେଡିକାଲ କଲେଜକୁ ଅନୁମୋଦନ ମିଳିଥିଲା ।

ମନ୍ତ୍ରୀ ଜାଭଡ଼େକର କହିଛନ୍ତି, ବିଗତ ୫ ବର୍ଷ ମଧ୍ୟରେ ଦେଶରେ ୮୨ ମେଡିକାଲ କଲେଜ ଖୋଲିଥିବା ବେଳେ ୪୫,୦୦୦ ନୂଆ ଏମ୍‌ବିବିଏସ୍‌ ସିଟ୍‌ ସୃଷ୍ଟି କରାଯାଇଛି । ସଦ୍ୟ ଘୋଷଣା ଦ୍ୱାରା ୧୫,୭୦୦ ନୂଆ ଏମ୍‌ବିବିଏସ୍‌ ସିଟ୍‌ ସୃଷ୍ଟି ହେବ । ତାଙ୍କ କହିବାନୁଯାୟୀ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍‌ କମିଟି (ସିସିଇଏ) ବୈଠକରେ ୭୫ ନୂଆ ମେଡିକାଲ କଲେଜକୁ ଅନୁମୋଦନ ମିଳିଛି । କେନ୍ଦ୍ର ପ୍ରାୟୋଜିତ ସ୍କିମ୍‌ ଆଧାରରେ ଏହି କଲେଜ ସ୍ଥାପନ କରାଯିବ । ଜିଲ୍ଲା ଓ ରେଫରାଲ ହସ୍ପିଟାଲଗୁଡ଼ିକରେ ମେଡିକାଲ କଲେଜ ଗଢ଼ିଉଠିବ ।

   ସମ୍ବନ୍ଧିତ ଖବର


ମାନସିକ ଚାପ ୫୦ ପ୍ରତିଶତ କମିଯିବ ଦେଖନ୍ତୁ ଏହି ସୁଖୀ ପଶୁର ଭିଡିଓ

ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ କରୋନା ପଜିଟିଭ୍

ଯୁବତୀଙ୍କୁ ବିବାହ ପାଇଁ ପ୍ରପୋଜ୍ କରୁଥିଲେ , ଗୋଇଠା ମାଡ଼ ଖାଇ ପାଣିରେ ପଡ଼ିଗଲେ ଯୁବକ ! ଭିଡ଼ିଓ ଭାଇରାଲ

NCBର ଖୁଲାସା –ରିୟା ଚକ୍ରବର୍ତ୍ତୀ ହିଁ …

ଦୀପାବଳିରେ ଜଳିବ ୧୧ କୋଟି ଗୋମୟ ଦୀପ

ବାପା-ମାଆଙ୍କ ଭୋକଶୋଷର ମୂଲ୍ୟ ରଖିଲେ ପିଲା – ପାଠପଢ଼ି ସ୍ୱପ୍ନକୁ କଲେ ସାକାର