PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ତୁମୁଡିବନ୍ଧ: ଗାଈକୁ ବଞ୍ଚାଇଲା, ଛେଳି ପଲ ଉପରେ ଚଢିଗଲା ମାଲ୍ ବୋଝେଇ ଟ୍ରକ୍, ଓଲଟିବାରୁ କ୍ୟାବିନ୍‌ରେ ପଶିଗଲେ ଡ୍ରାଇଭର ଓ ହେଲ୍ପର୍
  • ||
  • ନରସିଂହପୁର: ଅଗ୍ନିକାଣ୍ଡରେ ଜଳିଗଲା ପାଞ୍ଚ ପରିବାରର ୫ ବଖରା ଘର, ପୋଡ଼ି ପାଉଁଶ ହୋଇଗଲା ଆସବାବପତ୍ର
  • ||
  • ଭୁବନେଶ୍ୱର: ଓଜେଇଇର ଏମ୍‌ବିବିଏସ୍, ବିଡ଼ିଏସ୍ କାଉନସେଲିଂ ସ୍ଥଗିତ
  • ||
  • ନୂଆଦିଲ୍ଲୀ: ଲୋକସଭାରେ ୩ କୃଷି ଆଇନ ଉଚ୍ଛେଦ ବିଲ୍ ପାରିତ
  • ||
  • କେନ୍ଦୁଝର: କାନଝରୀ ଡ୍ୟାମରୁ ଯୁବକଙ୍କ ମୃତଦେହ ଉଦ୍ଧାର, ଗତକାଲି ଗାଧୋଇଲା ବେଳେ ବୁଡି ଯାଇଥିଲେ…
  • ||
  • ରାୟଗଡ଼: ନିୟମଗିରି ପାହାଡର ବିଭିନ୍ନ ସ୍ଥାନରେ ମାଓବାଦୀଙ୍କ ବ୍ୟାନର ଓ ପୋଷ୍ଟର, ଡିସେମ୍ବର ୨ ରୁ ୮ ତାରିଖ ପର୍ଯ୍ୟନ୍ତ ପିଏଲଜିଏ ସପ୍ତାହ ପାଳନ
  • ||
  • ବ୍ରହ୍ମପୁର: ସପ୍ତାହେ ହେଲା ଶାଶୂ ଘର ଆଗରେ ତପସ୍ୱିନୀ: ସ୍ୱାମୀ ଘରକୁ ଯିବେ କି ନାହିଁ ଆଜି କୋର୍ଟରେ ଶୁଣାଣି
  • ||
  • ଯାଜପୁର: ପଦ୍ମଶ୍ରୀ ନନ୍ଦ ସାରଙ୍କୁ ହତ୍ୟା ଧମକ, ବଡ଼ ପୁଅକୁ ଲହୁ ଲୁହାଣ କଲେ ଗାଁର ଅସାମାଜିକ ଯୁବକ
  • ||
  • ଭୁବନେଶ୍ୱର : ୪/୫ରେ ଆନ୍ଧ୍ର କିମ୍ବା ଓଡ଼ିଶା ଉପକୂଳ ଛୁଇଁପାରେ ସମ୍ଭାବ୍ୟ ବାତ୍ୟା, ୩ରୁ ପଡ଼ିବ ପ୍ରଭାବ,
  • ||
  • ବ୍ରହ୍ମପୁର : ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଏକକାଳୀନ ୩ଟି ସ୍ଥାନରେ ରେଡ୍‌, ବର୍ତ୍ତମାନ ସୁଦ୍ଧା ୫ ଲକ୍ଷ ଟଙ୍କା ଜବତ
  • ||
  • ପୁରୀ : ଦାରୁଦିଅଁଙ୍କ ପଇତାଲାଗି ନୀତି, ଅପରାହ୍ନ ୪ଟାରୁ ସର୍ବସାଧାରଣ ଦର୍ଶନ ମନା
  • ||
  • ଭୋଗରାଇ : ବାବା ଚନ୍ଦନେଶ୍ଵରଙ୍କ ମନ୍ଦିର ସମ୍ମୁଖରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ଟି ଅସ୍ଥାୟୀ ଦୋକାନ
  • ||
  • ଯାଜପୁର : ପଦ୍ମଶ୍ରୀ ନନ୍ଦ ସାରଙ୍କୁ ଆକ୍ରମଣ ଧମକ, ବଡ଼ ପୁଅକୁ ଲହୁ ଲୁହାଣ କଲେ ଗାଁର ଅସାମାଜିକ ଯୁବକ
  • ||

#BoycottChina ପରେ CAIT ଆରମ୍ଭ କଲା ‘ଚୀନ୍‌ ଭାରତ ଛାଡ଼’ ଅଭିଯାନ

theprint.in

ନୂଆଦିଲ୍ଲୀ – ଭାରତରେ ତେଜିଲା ଚୀନ୍ ଭାରତ ଛାଡ଼ ଆନ୍ଦୋଳନ । ଆଜି ଅର୍ଥାତ୍‌ ୯ ଅଗଷ୍ଟରେ  କନ୍ଫେଡରେଶନ ଅଫ୍‌ ଅଲ୍‌ ଇଣ୍ଡିଆ ଟ୍ରେ଼ଡର୍ସ ( ସିଏଆଇଟି ) ଚୀନ୍‌ ବସ୍ତୁଗୁଡ଼ିକୁ ବହିଷ୍କାର ପାଇଁ  ୧୦ ଜୁନ୍‌ ଠାରୁ ସାରା ଦେଶରେ ଅଭିଯାନ ଆରମ୍ଭ କରିଥିଲା ।  ଏହା ‘ଭାରତୀୟ ସାମାନ –ହମାରା ଅଭିମାନ’ରେ ଏକ ନୂଆ ଫର୍ଦ୍ଦ ଯୋଡ଼ି ଆଜି ସାରା ଦେଶରେ ବିଭିନ୍ନ ରାଜ୍ୟରେ ପାଖାପାଖି ୬୦୦ ସ୍ଥାନରେ  ‘ଚୀନ୍‌ ଭାରତ ଛାଡ଼’ ପ୍ରୋଜେକ୍ଟକୁ  ବହୁତ ଦୃଢ଼ ଓ ଜୋରସୋରରେ କରିଛି । ଏହାସହ   ଦେଶର ସ୍ୱାଭିମାନ ଓ ସୁରକ୍ଷା ପାଇଁ ଚୀନ୍‌ର କମ୍ପାନୀ ତଥା ବିଭିନ୍ନ କମ୍ପାନୀରେ ଚୀନ୍‌ର ନିବେଶ , ଭାରତ ଆସୁଥିବା ତାର ଜିନିଷ ଓ ଡିଜିଟାଲ ଆପ୍‌, ସରକାରୀ ପ୍ରୋଜେକ୍ଟରେ ଚୀନ୍‌ର ଭାଗୀଦାରୀ  ଆଦିରେ ପ୍ରତିବନ୍ଧକ ଲଗାଇବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯାଇଛି ।


ସିଏଆଇଟି ଦ୍ୱାରା ଆଜି ସାରା ଦେଶରେ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମରେ ବ୍ୟବସାୟୀମାନେ ସଡ଼କ ଉପରେ ବସି ବିରୋଧ କରିବା ସହ ହାତରେ ଚୀନ୍‌କୁ ସିଧା ବାର୍ତ୍ତା ଦେଉଥିବା ପ୍ଲେକାର୍ଡ ଧରି ଚୀନ୍‌ ଜିନିଷର ଦୃଢ଼ ବିରୋଧ କରିଥିଲେ ଏବଂ ଚୀନ୍‌ ରାଷ୍ଟ୍ରପତି  ଜିନ୍‌ପିଙ୍ଗ୍‌ଙ୍କ ଫଟୋ  ଏବଂ ଚୀନ୍‌ର ପତାକାକୁ ଜଳାଇ  ଏହି ବାର୍ତ୍ତା ଦେଇଥିଲେ କି  ଭାରତର ଲୋକେ ଏବେ ଚୀନ୍‌ର ଦାଦାଗିରୀକୁ ଆଉ ଅଧିକ ସହ୍ୟ କରିପାରିବେ ନାହିଁ ଏବଂ ଚୀନ୍‌ର ଜିନିଷକୁ  ବହିଷ୍କାର କରି ଚୀନ୍‌କୁ ଶକ୍ତ ଧକ୍କା ଦେବେ । 

ଗତ ୨୦ ବର୍ଷରେ ଚୀନ୍‌  ଯେଉଁ ପ୍ରକାରରେ ଭାରତର ରିଟେଲ୍‌  ବ୍ୟବସାୟ ଉପରେ ନିଜର ଆଧିପତ୍ୟ ଜାହିର କରିବାକୁ ଚେଷ୍ଟା କରିଛି , ଏହାର ପର୍ଦ୍ଦାଫାଶ୍‌ କରି  ଦେଶର ଲୋକ ପୂର୍ଣ୍ଣ ରୂପରେ ଏବେ ଚୀନ୍‌ ଜିନିଷକୁ ବହିଷ୍କାର କରିବେ ।

ଆମାଜନ ବା ଅନ୍ୟ ଚାଇନିଜ୍‌ କମ୍ପାନୀକୁ ମିଳିବନି ଆଇପିଏଲ୍‌ ସ୍ପନ୍ସରସିପ୍‌ – ସିଏଆଇଟିର ରାଷ୍ଟ୍ରୀୟ  ଅଧ୍ୟକ୍ଷ ବି ସି ଭରତିୟା ଏବଂ ରାଷ୍ଟ୍ରୀୟ ମହାମନ୍ତ୍ରୀ  ପ୍ରବୀନ ଖଣ୍ଡେଲୱାଲ କହିଛନ୍ତି ଭାରତୀୟ  କ୍ରିକେଟ୍‌ କଣ୍ଟ୍ରୋଲ ବୋର୍ଡ ଦ୍ୱାରା  ଆଇପିଏଲ୍‌ରେ ଚୀନ୍‌ କମ୍ପାନୀ ଭିଭୋ ବିରୁଦ୍ଧରେ  ସିଏଆଇଟି ଯେଉଁ ମୋର୍ଚ୍ଚା ଖୋଲିଥିଲା , ଏହାକୁ ଦେଖି  ଭିଭୋ କମ୍ପାନୀ  ନିଜେ ଆଇପିଏଲ୍‌ ଠାରୁ ଦୂରେଇ ଯାଇଥିଲା ।

 ଲେକିଙ୍ଗ ମିଡ଼ିଆ ଖବର ଅନୁସାରେ  ବିସିସିଆଇ ଏବେ ଆମାଜନ ଏବଂ ଚୀନ୍‌ କମ୍ପାନୀ ବ୍ୟୁଜ୍‌  ସହ ଅନ୍ୟ  କମ୍ପାନୀମାନଙ୍କ ସହ ସ୍ପନ୍ସରସିପ୍‌ର କଥାବାର୍ତ୍ତା ଚଳାଇଛି । ସେ କ୍ରିକେଟ୍‌ ବୋର୍ଡକୁ ଚେତାବନୀ ଦେଇ କହିଛି  ଆମାଜନ ଭଳି କମ୍ପାନୀ ଯିଏ  ନିଜର ନିୟମିତ ଭୁଲ୍‌ ନୀତି ଯୋଗୁ କେବଳ ଭାରତ ନୁହେଁ ବିଶ୍ୱରେ ଖରାପ ଛବି ଛାଡ଼ିଛି ଏବଂ ଯାହା ବିରୁଦ୍ଧରେ ବିଶ୍ୱରେ ଅନେକ ଦେଶରେ ତଦନ୍ତ ଚାଲିଛି ।  ଏମିତି କମ୍ପାନୀଗୁଡ଼ିକୁ ଆଇପିଏଲ୍‌ ଠାରୁ ଦୂରେଇ ରଖିବା ଉଚିତ୍‌ । ଏହପରି ଚୀନ୍‌ କମ୍ପାନୀ ଗୁଡ଼ିକୁ ମଧ୍ୟ  ସ୍ପନ୍ସରଶିପ୍‌  ଦେବା ବହୁତ ଭୁଲ୍ ହେବ ।