PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର: ଆଜିଠୁ ଖୋଲିଲା ମା’ ସମଲେଶ୍ବରୀଙ୍କ ମନ୍ଦିର, କଟକଣା ମଧ୍ୟରେ ଦର୍ଶନ କଲେ ଶ୍ରଦ୍ଧାଳୁ
  • ||
  • ଭୁବନେଶ୍ୱର : ଅଗଷ୍ଟରେ ବି ନିଅଣ୍ଟିଆ ବର୍ଷା, ପୁଣି ଘନେଇଲା ମରୁଡ଼ି ଆଶଙ୍କା, ୧୫ ଦିନରେ ଉପକୂଳ ଜିଲ୍ଲାରେ ଉଭେଇ ଯିବ ବର୍ଷା
  • ||
  • ପଟ୍ଟାଙ୍ଗି : ବାଇକ୍‌ର କିସ୍ତି ଟଙ୍କା ବାନ୍ଧି ଘରକୁ ଫେରୁଥିଲେ ଧକ୍କା ଦେଲା ୧୦ ଚକିଆ ଟ୍ରକ୍, ଆଖି ବୁଜିଲେ ମାମୁଁ-ଭଣଜା
  • ||
  • ରାଉରକେଲା : ରାଉରକେଲା ପ୍ଲାଣ୍ଟସାଇଡ୍ ଥାନା ଗୋପବନ୍ଧୁ ପଲ୍ଲୀ ଅଞ୍ଚଳରେ ୧୩ ବର୍ଷର ଝିଅକୁ ବିକ୍ରି କରୁଥିଲା ଜନ୍ମକଲା ମାଆ, ବାପାଙ୍କ ଅଭିଯୋଗ ପରେ ଉଦ୍ଧାର ହେଲା ନାବାଳିକା
  • ||
  • ପଦ୍ମପୁର : ଗାଇସିଲେଟ ବ୍ଲକ ଅଧୀନ ଚାରିଛକଠାରୁ ମଲମଣ୍ଡା ବୌଦ୍ଧବିହାର ଗନିଆଁପାଲି ରାସ୍ତା ମରାମତି ପାଇଁ ଶୁଣିଲାନି ପ୍ରଶାସନ, ଧାନ ରୋଇ ପ୍ରତିବାଦ କଲେ ଗ୍ରାମବାସୀ
  • ||
  • କୋରାପୁଟ : ଆଜିଠୁ ଖୋଲିବ ଶାବର ଶ୍ରୀକ୍ଷେତ୍ର, ବାହାର ଭୋଗ ମନା, କଟକଣାରେ ଦର୍ଶନ କରିବେ ଭକ୍ତ
  • ||
  • ଭୁବନେଶ୍ୱର : ଓଡ଼ିଶାରେ ସାମାନ୍ୟ ବଢ଼ିଲା କରୋନା ଗ୍ରାଫ୍, ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ଆଉ ୧୧୨୯ ଜଣ କୋଭିଡ ପଜିଟିଭ୍
  • ||
  • ବ୍ରହ୍ମପୁର : ଦୀର୍ଘ ଦିନ ପରେ ଖୋଲିଲା ବ୍ରହ୍ମପୁରର ସବୁ ମନ୍ଦିର, ଦିଅଁଙ୍କ ନିକଟରେ ଭୋଗ କରିପାରିବେନି ଭକ୍ତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୬୯ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୬୧୦୨କୁ ବୃଦ୍ଧି
  • ||

ସୁଶାନ୍ତଙ୍କ ମୃତ୍ୟୁ ଦିନ ଏହି ବ୍ୟକ୍ତିଙ୍କ ସହ ୧ ଘଣ୍ଟା ୩୬ ସେକେଣ୍ଡ କଥା ହୋଇଥିଲେ ରିୟା, କଲ୍ ଡିଟେଲ୍ସ ଆସିଲା ସାମ୍ନାକୁ

google.com

ମୁମ୍ବାଇ ୧୪।୭ : ବଲିଉଡ ଅଭିନେତ୍ରୀ ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ଏମିତି ଏକ ମିଷ୍ଟ୍ରି ହୋଇଯାଇଛି ଯାହା ସମାଧାନର ନାଁ ନେଉନାହିଁ। ଏହି ମାମଲାର ସିବିଆଇ ତଦନ୍ତ ଜାରି ରହିଛି। ପ୍ରତିଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ତେବେ ଏସବୁ ଭିତରେ ରିୟାଙ୍କ କଲ୍‌ ଡିଟେଲ୍ସ ସାମ୍ନାକୁ ଆସିଛି। ସୁଶାନ୍ତଙ୍କ ମୃତ୍ୟୁର ଗୋଟିଏ ଦିନ ପୂର୍ବରୁ ସୁଶାନ୍ତଙ୍କ ମୃତ୍ୟୁ ଦିନ ଏବଂ ସୁଶାନ୍ତଙ୍କ ମୃତ୍ୟୁର ପରଦିନର ସମସ୍ତ ତଥ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ। ରିୟା ଜୁନ୍ ୮ ରେ ସୁଶାନ୍ତଙ୍କ ଘର ଛାଡ଼ି ଯାଇଥିଲେ। କିନ୍ତୁ ସୁଶାନ୍ତଙ୍କ ବାପା ତାଙ୍କ ବିରୋଧରେ ଏଫ୍ଆଇଆର୍ ଦାଖଲ କରିଛନ୍ତି, ଯାହା ପରେ ମାମଲା ଗରମ ହେବାରେ ଲାଗିଛି।

ରିୟା ଘର ଛାଡ଼ି ଯିବା ପରେ ସୁଶାନ୍ତଙ୍କ ସହ କୌଣସି କଥା ବର୍ତ୍ତା ହୋଇନାହିଁ। ଜୁନ୍ ୮-୧୪ ତାରିଖ ଭିତରେ ରିୟାଙ୍କ ସହ ଲୋକ କଥାବାର୍ତ୍ତା ହୋଇଛନ୍ତି। ରିୟାଙ୍କ ଫୋନ୍‌ ନମ୍ବରରେ ଅନେକ ଅଜଣା ନମ୍ବରରେ କଲ୍‌ ମଧ୍ୟ ଆସିଛି। ଏମିତିକି ସୁଶାନ୍ତଙ୍କ ମୃତ୍ୟୁ ଦିନ ଅର୍ଥାତ୍‌ ଜୁନ୍ ୧୪ ତାରିଖ ସକାଳେ ରିୟା ଜଣେ ମହିଳାଙ୍କ ସହ ୧ ଘଣ୍ଟା ୭ ମିନିଟ୍‌ କଥା ହୋଇଛନ୍ତି। ଯେଉଁ ସମୟରେ ଚାରିଆଡେ ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ବ୍ରେକିଂ ଚାଲୁଥିଲା। ସେହି ମସୟରେ ମଧ୍ୟ ରିୟା  ଅନ୍ୟ ନମ୍ବରରେ କଥା ହେଉଥିଲେ।

ରିୟା ଓ ସୁଶାନ୍ତ ମଧ୍ୟରେ ଶେଷ ଥର ପାଇଁ ଜୁନ୍‌ ୫ ତାରିଖରେ କଥାବାର୍ତ୍ତା ହୋଇଥିଲା। ଏହି ଦିନ ସୁଶାନ୍ତ ଏବଂ ରିୟା ଦୁଇ ଥର କଥା ହୋଇଛନ୍ତି। ପ୍ରଥମ କଲ୍‌ ସୁଶାନ୍ତ ରିୟାଙ୍କୁ କରିଥିଲେ। ସୁଶାନ୍ତ ରିୟାଙ୍କୁ ସକାଳ ୮ଟା ୯ ମିନିଟ୍‌ରେ କଲ୍‌ କରିଥିଲା। ଏହି ସମୟରେ ଦୁହେଁ ୧ ମିନିଟ୍‌ ୫୪ ସେକେଣ୍ଡ କଥା ହୋଇଛନ୍ତି। ଏହା ପରେ ରିୟାଙ୍କ ଫୋନରେ ଏଚ୍‌ଡିଏଫ୍‌ସି ବ୍ୟାଙ୍କ ତରଫରୁ ଦୁଇଟି ମେସେଜ୍‌ ଆସିଛି। ଏହାପରେ ରିୟା ସୁଶାନ୍ତଙ୍କୁ ୯ଟା ୫୯ ମିନିଟ୍‌ରେ କଲ୍‌ କରିଛନ୍ତି। ତେବେ ଆଶ୍ଚର୍ଯ୍ୟର କଥା ଏହା କି, ଏହି ସମୟରେ ପ୍ରାୟ ୩ ସେକେଣ୍ଡ କଥାବର୍ତ୍ତା ହୋଇଛନ୍ତି। ଏହି ୩ ସେକେଣ୍ଡ ଥିଲା ରିୟା ଓ ସୁଶାନ୍ତଙ୍କ ଶେଷ କଲ୍‌ ଓ ଶେଷ କଥାବର୍ତ୍ତା।

ସୁଶାନ୍ତଙ୍କ ମୃତ୍ୟୁ ପୂର୍ବରୁ ଶେଷ ରାତିରେ ରିୟାଙ୍କୁ ୫ଟି କଲ୍।

୧. ୨୦୨୦ ଜୁନ୍ ୧୩ ରାତିରେ, ରିୟା AU ନାମରେ ପଞ୍ଜୀକୃତ ହୋଇଥିବା ଏକ ନମ୍ବରରେ ରାତି ୯ଟା ୪୩ ମିନିଟ୍‌ରେ ଶେଷ କଲ୍ କରିଥିଲେ । ଏହି ସମୟରେ, ରିୟା ଏହି ବ୍ୟକ୍ତିଙ୍କ ସହ ୧ ମିନିଟ୍ ୩୮ ସେକେଣ୍ଡରେ କଥା ହୋଇଛନ୍ତି।

୨. ଏହାର ପୂର୍ବ କଲ୍‌ ରିୟା ସେହି ରାତି ୯ଟା ୨୧ମିନିଟ୍‌ରେ ରୁପା ଚଢା ନାମକ ଜଣେ ମହିଳାଙ୍କୁ କଲ କରିଥିଲେ। ରିୟା ଏହି କଲ୍ ରେ ୭ ମିନିଟ୍ ୮ ସେକେଣ୍ଡ୍ ଲମ୍ବା କଥା ହୋଇଛନ୍ତି।

୩. ଏହାପୂର୍ବରୁ ସେହି ରାତିରେ ରିୟା କାଷ୍ଟିଂ ନିର୍ଦ୍ଦେଶକ ନିଶା ଚିତାଲିଆଙ୍କ ସହ କଥା ହୋଇଛନ୍ତି। କଥାବାର୍ତ୍ତା କେବଳ ୮ ଟା ୫୩ ସେକେଣ୍ଡରେ ହୋଇଛି ପ୍ରାୟ ୫୩ ସେକେଣ୍ଡ ଧରି କଥାବାର୍ତ୍ତା ଚାଲିଥିଲା।

୪. ଏହାପୂର୍ବରୁ ସେହି ସନ୍ଧ୍ୟାରେ ରିୟା ନିଶାଙ୍କ ସହ ସନ୍ଧ୍ୟା ୭ଟା ୫୦ ମି. ରେ ଫୋନରେ କଥା ହୋଇଥିଲେ। ଏହି ସମୟରେ ଉଭୟଙ୍କ ମଧ୍ୟରେ ୧ ମିନିଟର କଥାବାର୍ତ୍ତା ହୋଇଥିଲା।

୫. ନିଶାଙ୍କ ସହ ଦୁଇଟି ବାର୍ତ୍ତାଳାପ ମଧ୍ୟରେ ରିୟା ନିର୍ମାତା-ନିର୍ଦ୍ଦେଶକ ଇନ୍ଦ୍ରଜିତ୍ ନାତୋଜିଙ୍କୁ ୮ଯା ୨୬ ମିନିଟରେ ଫୋନ କରିଥିଲେ। ଉଭୟଙ୍କ ମଧ୍ୟରେ କଥାବାର୍ତ୍ତା ୨୩ ମିନିଟ ୧୪ ସେକେଣ୍ଡ ଧରି ହୋଇଥିଲା।

ଜୁନ୍ ୧୪ରେ ରିୟାଙ୍କ କଲ୍ ଡିଟେଲ୍ସ :

୧. ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଦିନ ରିୟା ଚକ୍ରବର୍ତ୍ତୀଙ୍କ ମୋବାଇଲ୍ ଫୋନରେ ୭ ଟି କଲ, ୨୫ ଟି ମେସେଜ୍ ଆସିଥିଲା। ଏହି ଦିନ ରିୟା ତାଙ୍କ ଫୋନରୁ ୯ ଜଣଙ୍କୁ କଲ କରିଥିଲେ।

୨. ରିୟାଙ୍କ ମୋବାଇଲରୁ ସୁଶାନ୍ତଙ୍କ ମୃତ୍ୟୁ ଦିନ ସକାଳ ୭ଟା ୩୮ ମି. ରେ ରାଧିକା ମେହେଟ୍ଟା ନାମକ ଜଣେ ବ୍ୟକ୍ତିଙ୍କ ମୋବାଇଲ ନମ୍ବରକୁ କଲ କରାଯାଇଥିଲା। ଏହି ସମୟରେ, ୩୦ ମିନିଟ୍ ୫୫ ସେକେଣ୍ଡ୍ କଥାବାର୍ତ୍ତା ହୋଇଛି।

୩. ଏହା ପରେ ତୁରନ୍ତ, ରିୟା ପୁଣିଥରେ ୮ମି. ୮ ସେକେଣ୍ଡରେ ରାଧିକା ମେହେଟ୍ଟାଙ୍କୁ କଲ୍‌ କରିଛନ୍ତି। ଉଭୟଙ୍କ ମଧ୍ୟରେ ପୁଣି ୩୦ ମିନିଟର ଲମ୍ବା ବାର୍ତ୍ତାଳାପ ହୋଇଛି।

୪. ତୃତୀୟ ଥର ପାଇଁ ରିୟା ରାତି ୮ ମିନିଟ୍‌ ୩୮ସେକେଣ୍ଡରେ ପୁନର୍ବାର ରାଧିକା ମେହେଟ୍ଟାଙ୍କୁ କଲ୍‌ କରିଛନ୍ତି। ପୁଣି ୫ ମିନିଟ୍ ୪୧ ସେକେଣ୍ଡ୍ କଥା ହୋଇଛନ୍ତି। ସୁଶାନ୍ତଙ୍କ ମୃତ୍ୟୁ ଦିନ ରିୟା ରାଧିକା ମେହେଟ୍ଟା ନାମକ ଜଣେ ମହିଳାଙ୍କ ସହ ୧ ଘଣ୍ଟା ୩୬ ସେକେଣ୍ଡ କଥା ହୋଇଛନ୍ତି।  ଏହି ମହିଳା ଜଣଙ୍କ ଯିଏ ରିୟାଙ୍କ ସହ ସୁଶାନ୍ତଭ୍କ ମୁତ୍ୟୁର ୨୪ ଘଣ୍ଟା ପୂର୍ବରୁ ଏବଂ ୨୪ ଘଣ୍ଟା ସବୁଠୁ ଲମ୍ବା କଥାବାର୍ତ୍ତା ହୋଇଛନ୍ତି।

 

ସମ୍ବନ୍ଧିତ ଖବର