PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ: କଟକରୁ ଧରାପଡ଼ିଥିବା ନକଲି କରୋନା ଔଷଧ ଝାରସୁଗୁଡ଼ାର ଏକ ମେଡିକାଲ ଷ୍ଟୋରରୁ ଠାବ, ଜବତ କଲେ ଝାରସୁଗୁଡ଼ା ଡ୍ରଗ୍ ଇନ୍ସପେକ୍ଟର
  • ||
  • କୋକସରା: ଶୌଚ ପାଇଁ ଯାଇ ଘରକୁ ଫେରିନଥିଲେ, ପୋଖରୀରୁ ଉଦ୍ଧାର ହେଲା ମୃତଦେହ
  • ||
  • କଳାହାଣ୍ଡି : ହିମାଚଳ ପ୍ରଦେଶରୁ କରୋନା ସଂପର୍କିତ ନକଲି ଔଷଧ ଆଣି ବିତରଣ ଅଭିଯୋଗରେ କେସିଙ୍ଗା ସ୍ଥିତ ବିଜୟ ଫାର୍ମାସିଟିକାଲ ଓ ଧର୍ମଗଡ ସ୍ଥିତ ଜୟହୀନ୍ଦ ଟ୍ରେଡର୍ସ ଉପରେ ଚଢ଼ାଉ
  • ||
  • ନବରଙ୍ଗପୁର: ଭାରସାମ୍ୟ ହରାଇ ଓଲଟିଲା ଟ୍ରାକ୍ଟର, ତଳେ ଚାପି ହୋଇଚାଲିଗଲା ଡ୍ରାଇଭରଙ୍କ ଜୀବନ
  • ||
  • ଭୁବନେଶ୍ୱର: ଜୁନ୍ ଶେଷ ସୁଦ୍ଧା ପ୍ରକାଶ ପାଇବ ମାଟ୍ରିକ୍ ରେଜଲ୍ଟ : ଗଣଶିକ୍ଷା ମନ୍ତ୍ରୀ
  • ||
  • ସମ୍ବଲପୁର: ପୁଣି ଚର୍ଚ୍ଚାରେ ସମ୍ବଲପୁର ଜେଲ, କଏଦୀକୁ ଗଞ୍ଜେଇ ବିକି ଧରାପଡିଲେ ଜେଲ୍ ଓ୍ବାର୍ଡର୍, ବଣେଇଗଡ ଜେଲକୁ ହେଲେ ବଦଳି
  • ||
  • ରାଜସୁନାଖଳା: ଜାଗା ବାଡ଼ି ମଧ୍ୟସ୍ଥତାକୁ ନେଇ ରକ୍ତାକ୍ତ ସଂଘର୍ଷ, ଜଣେ ଗୁରୁତର
  • ||
  • କଣ୍ଟାବାଞ୍ଜି : ବର୍ଷା ଦାଉରୁ ଆଶ୍ରୟ ପାଇଁ ଦୋକାନ ପିଣ୍ଡାକୁ ଯାଇ ଷଣ୍ଢକୁ ଲାଗିଲା ବିଜୁଳି ଝଟକା, ଘଟଣାସ୍ଥଳରେ ଟଳିପଡିଲା…
  • ||
  • ନୀଳଗିରି: ଯୁବକର ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ସନ୍ଦେହ, ପୁଲିସ ତଦନ୍ତ ଆରମ୍ଭ
  • ||
  • ପୁରୀ : ମହାପ୍ରଭୁଙ୍କ ସ୍ନାନପୂର୍ଣ୍ଣିମା ପ୍ରସ୍ତୁତି, ଭୋର ୪ଟା ସୁଦ୍ଧା ପହଣ୍ଡ ବିଜେ ନୀତି, ସାମାଜିକ ଦୂରତାକୁ ଗୁରୁତ୍ୱ
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ମଧ୍ୟରେ ୪୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୩୩ଶହ ଟପିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ଚିହ୍ନଟ ହେଲେ ଆଉ ୪ ହଜାର ୪୬୯ କରୋନା ପଜିଟିଭ, ସଂକ୍ରମିତଙ୍କ ସଂଖ୍ୟା ୮ ଲକ୍ଷ ୫୧ ହଜାର ପାର୍
  • ||
  • ପୁରୀ : ରଥଖଳା ହାଲ୍‌ଚାଲ, ୨୧ ଅଖରେ ଲାଗିଲା ୪୨ ଚକ, ପ୍ରଭା ଅପସରା କାମ ଆରମ୍ଭ
  • ||
  • ଭୁବନେଶ୍ୱର : ବର୍ଷାରେ ଧୋଇଯିବ ରଜ ମଉଜ, ୪୮ ଘଣ୍ଟା ଭିତରେ ଲଘୁଚାପ ଘନୀଭୂତ ହୋଇ ଅବପାତ ରୂପ ନେଇପାରେ, ଉପକୂଳରେ ବର୍ଷା ଜାରି-ଆଭ୍ୟନ୍ତରୀଣରେ ବଢ଼ିବ
  • ||
  • ବାମରା : ପରିବାରର ୬ ଜଣଙ୍କୁ ହାଣି ଆତ୍ମହତ୍ୟା କଲା ସଂକ୍ରମିତ ବାପା, ଝିଅ ମୃତ, ପୁଅ- ୩ ଝିଅ ଓ ମା’ ଆହତ
  • ||
  • କଟକ : ଲକ୍‌ଡାଉନ୍‌ ବେଳେ କଟକରେ ବେଧଡ଼କ ଚାଲିଛି ଦେହ ବ୍ୟବସାୟ, ଦୁଇଟି ସ୍ଥାନରେ ଚଢ଼ଉ ବେଳେ ୫ ଯୁବତୀ ଉଦ୍ଧାର, ର‌୍ୟାକେଟ୍‌ର ମୁଖ୍ୟ ଓ ଜଣେ ଗ୍ରାହକ ଗିରଫ
  • ||
  • ଭୁବନେଶ୍ୱର : ଓଡ଼ିଶାରେ ସୁଧୁରୁଛି ସ୍ଥିତି, ୨୬ ଜିଲ୍ଲାରେ ହୋଇପାରେ ଅନଲକ, ୪ ଜିଲ୍ଲା ପାଇଁ ସ୍ୱତନ୍ତ୍ର ଷ୍ଟ୍ରାଟେଜି
  • ||

ଶିକ୍ଷକ ନାଁରେ କଳଙ୍କ: ଛାତ୍ରୀଙ୍କୁ ରୁମ୍ କୁ ଡାକି ଶିକ୍ଷକ କରୁଥିଲା ଏଭଳି ଅଶ୍ଳୀଳ କାମ, ପୂରା ଘଟଣା ଜାଣିଲେ ଟାଙ୍କୁରି ଉଠିବ ଲୋମ

ଗୁଣ୍ଟୁର ୨୨|୮: ଶିକ୍ଷକ ନାଁରେ କଳଙ୍କ। ଜଣେ ଶିକ୍ଷକ ଛାତ୍ରୀଙ୍କୁ ରୁମକୁ ଡାକି କରୁଥିଲା ଅଶ୍ଳୀଳ କାମ। ଏହିଭଳି ଅଭିଯୋଗ ଆସିଛି ଆନ୍ଧ୍ରପ୍ରଦେଶ ଗୁଣ୍ଟୁର ଜିଲ୍ଲାରେ। ଗୁଣ୍ଟୁର ଜିଲ୍ଲା ନାନ୍ଦେନ୍ଦଲା ଅଞ୍ଚଳ ଚିରୁମାମିଲ୍ଲାର ଏପି ମଣ୍ଡଳ ସ୍କୁଲରେ ଜଣେ ଶିକ୍ଷକ ଛାତ୍ରୀଙ୍କ ସହ ଅସଦାଚରଣ କରିଛନ୍ତି। ଘଟଣା ସମ୍ପର୍କରେ ଜଣାପଡିବା ପରେ ପୀଡିତା ଛାତ୍ରୀଙ୍କ ବାପା ମାଆ ସଂପୃକ୍ତ ଶିକ୍ଷକଙ୍କ ବିରୋଧରେ ଥାନାରେ ଏତଲା ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ଚିରୁମାମିଲ୍ଲାର ଏପି ମଣ୍ଡଳ ସ୍କୁଲରେ ପଢୁଥିବା ନବମ ଶ୍ରେଣୀରେ ପଢୁଥିବା ଛାତ୍ରୀଙ୍କୁ ଶିକ୍ଷକ ଜଣଙ୍କ ତାଙ୍କ ରୁମ୍ କୁ ଆସିବା ପାଇଁ କହିଥିଲେ । ଛାତ୍ରୀ ଜଣଙ୍କ ଯେତେବେଳେ ଶିକ୍ଷକଙ୍କ ରୁମ୍ କୁ ଆସିଥିଲେ ସଂପୃକ୍ତ ଶିକ୍ଷକ ତାଙ୍କ ସହ ଅସଦାଚରଣ କରିଥିଲେ । ଛାତ୍ରୀ ଜଣଙ୍କ ସେଠାରୁ କୌଶଳକ୍ରମେ ଖସିଆସିଥିଲେ । ଶିକ୍ଷକ ଜଣଙ୍କ ଏଭଳି ବାରମ୍ବାର ଛାତ୍ରୀଙ୍କ ସହ କରୁଥିଲେ ମାତ୍ର ଭୟରେ ଛାତ୍ରୀ ଜଣଙ୍କ ଘରଲୋକଙ୍କୁ କିଛି କହୁନଥିଲେ । ତେବେ ଶେଷରେ ଛାତ୍ରୀ ଜଣଙ୍କ ସାହାସ ଜୁଟାଇ ଏ ସଂପର୍କରେ ଘର ଲୋକଙ୍କୁ ଜଣାଇଥିଲେ ।

ଗତ ୪ବର୍ଷ ହେବ ଶିକ୍ଷକ ଜଣଙ୍କ ଏହି ସ୍କୁଲରେ କାର୍ଯ୍ୟରତ ଅଛନ୍ତି । ସେ ଏପରି ଅନେକ ଛାତ୍ରୀଙ୍କ ସହ ଅସଦାଚରଣ ମଧ୍ୟ କରିଛନ୍ତି । ଏ ଘଟଣା ପରେ ସଂପୃକ୍ତ ଶିକ୍ଷକଙ୍କ ବିରୋଧରେ ଅନ୍ୟ ଛାତ୍ରୀମାନେ ମଧ୍ୟ ଅଭିଯୋଗ କରିଛନ୍ତି । ଘଟଣାକୁ ନେଇ ସ୍କୁଲ ଆଗରେ ଅଭିଭାବକମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଘଟଣାସ୍ଥଳରେ ଜିଲ୍ଲା ଶିକ୍ଷା ଅଧିକାରୀ ପହଞ୍ଚି ଘଟଣା ସଂପର୍କରେ ପଚାରି ବୁଝିଥିଲେ ।

ଗତ ବର୍ଷ ମଧ୍ୟ ସଂପୃକ୍ତ ଶିକ୍ଷକଙ୍କ ବିରୋଧରେ ଜଣେ ଛାତ୍ରୀ ଅସଦାଚରଣ କରିବା ନେଇ ପ୍ରଧାନଶିକ୍ଷକଙ୍କ ନିକଟରେ ଅଭିଯୋଗ କରିଥିଲେ । ମାତ୍ର ଏହା ପରେ ମଧ୍ୟ ସଂପୃକ୍ତ ଶିକ୍ଷକଙ୍କ କାର୍ଯ୍ୟକଳାପରେ କୌଣସି ପରିବର୍ତ୍ତନ ଆସିନଥିଲା । ଏବେ ସଂପୃକ୍ତ ଶିକ୍ଷକଙ୍କ ବିରୋଧରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ସମ୍ବନ୍ଧିତ ଖବର