PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆନନ୍ଦପୁର : ଝରକା ଗ୍ରୀଲ୍ ଭାଙ୍ଗି ଶିକ୍ଷକଙ୍କ ଘରେ କଳାକନା ବୁଲାଇଦେଲେ ଦୁର୍ବୃତ୍ତ, ୧୫ ଭରି ସୁନାଅଳଙ୍କାର ସହ ନଗଦ ୫୨ ହଜାର ଟଙ୍କା ଲୁଟ୍
  • ||
  • ସୋର : ଗୋରୁ ବୋଝେଇ କଣ୍ଟେନର ଜବତ, ୪୦ ରୁ ଉର୍ଦ୍ଧ୍ଵ ଗୋରୁ ଉଦ୍ଧାର, ୧୧ ଗିରଫ
  • ||
  • ସମାନ ନାଗରିକ ସଂହିତା ଲାଗୁ କରିବା ପ୍ରସ୍ତୁତିରେ ମୋଦି ସରକାର , ପ୍ରଥମେ ଉତ୍ତରାଖଣ୍ଡରେ ଏହି ଆଇନ୍‌ ଲାଗୁ କରାଯିବାର ଅଭ୍ୟାସ ଆରମ୍ଭ କରାଯାଇଛି
  • ||
  • ଗୁଜରାଟରେ ବଡ଼ ବିଜୟର ପ୍ରସ୍ତୁତିରେ ବିଜେପି , କଂଗ୍ରେସ ଦୁର୍ବଳତାର ବି ମିଳିବ ଫାଇଦା
  • ||

କଣ ବିମାନକୁ ଖସାଇଦେବ 5G ଟେକ୍ନୋଲୋଜୀ ? ବିଶେଷଜ୍ଞ ଦେଲେ ଆଶ୍ଚର୍ଯ୍ୟ କଲା ଭଳି ଯବାବ୍‌

Pic Credit : IndiaTv

ୱାସିଂଟନ୍‌,୨୬/୦୧: ନିକଟରେ କିଛି ଏୟାରଲାଇନ୍ସ ଆମେରିକାକୁ ବିମାନ ଚଳାଚଳ କରିବାକୁ ପ୍ରତିବନ୍ଧକ ଲଗାଇଛନ୍ତି, କାହିଁକି ନା କୁହାଯାଊଛି କି ଆମେରିକାରେ ଲାଗିଥିବା 5G ଟେକ୍ନୋଲୋଜୀ ବିମାନର ବିଭିନ୍ନ ଉପକରଣକୁ ଅଚଳ କରିଦେଉଛି। ତେବେ ସମ୍ଭାବ୍ୟ ସମସ୍ୟାକୁ ଦୃଷ୍ଟିରେ ରଖି କିଛି ଏୟାରଲାଇନ୍ସ ଏବଂ ଫେଡେରାଲ ଆଭିଏସନ୍‌ ଅଡମିନିଷ୍ଟ୍ରେସନର ଚେତାବନୀ ପରେ ଟେଲକମ୍‌ କମ୍ପାନୀ ଏଟି ଆଣ୍ଡ ଟି ଏବଂ ଭିଜନ୍‌ କମ୍ୟୁନିକେସନ୍‌ ଆମେରିକାର ବିମାନବନ୍ଦର ଗୁଡ଼ିକରେ 5G ମାସ୍ଠ ସକ୍ରିୟ କରିବାରେ ବ୍ରେକ୍‌ ଦେଇଛନ୍ତି। କୁହାଯାଉଛି କି, 5G ଟେକ୍ନୋଲୋଜୀ ବିମାନଗୁଡ଼ିକ କ୍ଷେତ୍ରରେ ହସ୍ତକ୍ଷେପ କରୁଥିବା ବେଳେ ଏହାକୁ ନେଇ କିଛି ସମସ୍ୟା ଉପୁଜିବ କି?

ବର୍ତ୍ତମାନ ଦୁନିଆ ସାରା ପ୍ରଚଳିତ ହେବାକୁ ଥିବା ୫ଜି ମୋବାଇଲ ଫୋନ୍‌ ଟେକ୍ନୋଲୋଜୀର ପଞ୍ଚମ ସ୍ଥର ଅଟେ। କୁହାଯାଉଛି କି ଏହା 4G ଠାରୁ ୧୦୦ ଗୁଣ ତୀବ୍ର ନେଟୱର୍କ ପ୍ରଦାନ କରିବ । ବ୍ୟାପକ କଭରେଜ୍‌ ଏବଂ ଉଚ୍ଚ ଗତିକୁ ସୁନିଶ୍ଚିତ କରିବା ପାଇଁ ଆମେରିକାର ଏଟି ଆଣ୍ଟ ଟି ଏବଂ ଭେରିଜନ୍‌ ଟେକ୍ନୋଲୋଜୀ ସି-ବେଡ୍‌ ଫ୍ରୀକ୍ୱେସିଂ ନାମକ ଏକ ନୂଆ ପଦ୍ଧତୀର ବ୍ୟବହାର କରି 5G ଟେକ୍ନୋଲୋଜୀର ଉତ୍ପନ୍ନ କରିବାର ଯୋଜନା କରିଥିଲେ। ଏହା ଏକ ପ୍ରକାରର ରେଡିଓ ଫ୍ରିକ୍ୱେଂଶି ଅଟେ, ଯାହାକି ୩.୭ ଏବଂ ୩.୯୮ ଜିଗାହର୍ଟସ ମଧ୍ୟରେ ରହିଥାଏ, ଯାହାକି ଆଧୁନିକ ବିମାନ ଦ୍ୱାରା ଉଚ୍ଚତା ମାପିବା ପାଇଁ ଉପଯୋଗ କରି ଶେଷସ୍ଥରର ନିକଟବର୍ତ୍ତି ହୋଇଥାଏ ।

ଗୋଟିଏ ବିମାନର ଉପକରଣଗୁଡ଼ିକ ମଧ୍ୟରୁ ସବୁଠାରୁ ମହତ୍ୱପୂର୍ଣ୍ଣ ଅଙ୍ଗ କୁହାଯାଉଥିବା ରେଡିଓ ଅଲଟିମିଟର, ୪.୨ ରୁ ୪.୪ ଜିଗାହର୍ଟସ ମଧ୍ୟରେ ସି-ବେଣ୍ଡ ଆବୃତ୍ତି ପର୍ଯ୍ୟନ୍ତ ସଂଚାଳିତ ହୋଇଥାଏ। ପାଇଲଟ୍‌ ବିମାନକୁ ସୁରକ୍ଷିତ ଭାବରେ ଅବତରଣ କରିବା ପାଇଁ ରେଡିଓ ଅଲଟିମିଟର ଉପରେ ଭରସା କରିଥାଆନ୍ତି, ଖାସକରି ଯେତେବେଳେ ପାଗ ଖରାପ ଥାଏ। ସବୁଠାରୁ ଚିନ୍ତାର ବିଷୟ ହେଉଛି ଯେ, 5G ର ପରିସରଏବଂ ରେଡିଓ ଅଲ୍ଟିମିଟର ମଧ୍ୟରେ ସଂକିର୍ଣ୍ଣ ଅନ୍ତର ଥିବା କାରଣରୁ ବିମାନବନ୍ଦର ପାଖରେ ଥିବା ରେଡିଓ ଫ୍ରିକ୍ୱେସିଂ ହସ୍ତକ୍ଷେପର କାରଣ ହୋଇପାରେ। ଅର୍ଥାତ୍‌ ଆପଣ ବ୍ୟବହାର କରୁଥିବା 5G ଟେକ୍ନୋଲୋଜୀର ଫୋନ ରେଡିଓ ଅଲଟିମିଟରକୁ ଖରାପ କରିବାର ଯଥେଷ୍ଟ ଆଶଙ୍କା ରହିଛି। ଯଦି କିଛି ସେକେଣ୍ଡ ପାଇଁ ବି ଏମିତି କିଛି ଅସୁବିଧା ଘଟେ ତାହେଲେ ଲ୍ୟାଣ୍ଡିଙ୍ଗ ସମୟରେ ପାଇଲଟ୍‌ଙ୍କ ପାଖରେ ସଠିକ୍‌ ସୂଚନା ପହଞ୍ଚିପାରିବ ନାହିଁ । ଏହି କାରଣ ହେତୁ ଆମେରିକାର ଫେଡେରାଲ ଏବିଏସନ୍‌ ଆଡମିନିଷ୍ଟ୍ରେସନ୍‌ ଏହାକୁ ନେଇ ଚିନ୍ତା ପ୍ରକଟ କରିଛି । ଅନ୍ୟ ଯେଉଁ ଦେଶ ମାନଙ୍କରେ 5G ଟେକ୍ନୋଲୋଜୀର ବ୍ୟବହାର କରାଯାଉଛି, ସେମାନଙ୍କ ସି-ବେଣ୍ଡ ଫ୍ରିକ୍ୱେଂସି ରେଡିଓ ଅଲଟିମିଟରର ପାଖାପାଖି ରହୁଛି, ଫଳରେ ସେହି କ୍ଷେତ୍ରରେ କୌଣସି ସମସ୍ୟା ସୃଷ୍ଟି ହେଉନାହିଁ।

ସମ୍ବନ୍ଧିତ ଖବର