ଯଦି ଜବ୍ ମିଳୁନି ତେବେ ଡିଜିଟାଲ୍ ପ୍ଲାଟଫର୍ମରେ ଏମିତି କରିପାରିବେ ଆୟ

ନୂଆଦିଲ୍ଲୀ ୧୯/୮: କରୋନା ଭାଇରସ ସଙ୍କଟ ଓ ଲକଡାଉନ୍ ଯୋଗୁଁ ଅନେକ ଲୋକେ ନିଜ ଚାକିରୀ ହରାଇଛନ୍ତି । ଯଦି ଆପଣ ମଧ୍ୟ ଚାକିରୀ ଯିବାରୁ ଚିନ୍ତିତ ଅଛନ୍ତି ଏବଂ ଆୟର କୌଣସି ପନ୍ଥା ନାହିଁ ତେବେ ଚିନ୍ତା କରନ୍ତୁନି । ଆପଣ ଯଦି ଚାହାଁନ୍ତି ତେବେ ପାର୍ଟ ଟାଇମ୍ ଅର୍ଣ୍ଣିଂ ପାଇଁ ଡିଜିଟାଲ୍ ପ୍ଲାଟଫର୍ମର ସାହାଯ୍ୟ ନେଇପାରିବେ । ତେବେ ଆଜିକାଲି ଅନଲାଇନ୍ ଆୟର କ୍ରେଜ୍ ବଢିବାରେ ଲାଗିଛି । ଯଦି ଆପଣଙ୍କ ପାଖରେ କିଛି ବି ଟ୍ୟାଲେଣ୍ଟ ଅଛି ତେବେ ଘରେ ବସି ଏହି ପ୍ଲାଟଫର୍ମ୍ସ ସାହାଯ୍ୟରେ ଆୟ କରିପାରିବେ । ଆଜିକାଲି ଅନଲାଇନ୍ ଆୟର ଅନେକ ବିକଳ୍ପ ରହିଛି । ଆସନ୍ତୁ ଜାଣିବା…

ଭର୍ଚୁଆଲ୍ ଆସିଷ୍ଟାଣ୍ଟ ଚାକିରୀ
ଆଜିକାଲି ଅନେକ କମ୍ପାନୀ ଭର୍ଚୁଆଲ୍ ଆସିଷ୍ଟାଣ୍ଟକୁ ହାୟର କରୁଛନ୍ତି । ଭର୍ଚୁଆଲ୍ ଆସିଷ୍ଟାଣ୍ଟର କାମ ମଧ୍ୟ ଅଫିସର ପର୍ସନାଲ୍ ଆସିଷ୍ଟାଣ୍ଟ କାମ ଭଳି ହୋଇଥାଏ । ଏଥିରେ ଅଲଗା ଅଲଗା ଆଡମିନଷ୍ଟ୍ରେଟିଭ୍ କାମ ହୋଇଥାଏ, ଯେମିତି କି ମିଟିଂ ସିଡ୍ୟୁଲ୍ କରିବା, ଫୋନ୍ କଲ୍, ଡାଟା ଏଣ୍ଟ୍ରି ସହିତ ଅନ୍ୟ କାମ ମଧ୍ୟ ସାମିଲ । ଏଥିରେ ହାୟରିଂ ପାଇଁ ସେହିମାନଙ୍କୁ ଅଧିକ ପ୍ରାଥମିକତା ଦିଆଯାଏ ଯେଉଁମାନଙ୍କ ପାଖରେ ଆଡମିନଷ୍ଟ୍ରେଟିଭ୍ କାର୍ଯ୍ୟର ଅନୁଭବ ଅଛି । ଭର୍ଚୁଆଲ୍ ଆସିଷ୍ଟାଣ୍ଟ ପାଇଁ ଉତ୍ତମ କମ୍ୟୁନିକେସନ୍ ସ୍କିଲ୍ ବହୁତ ଜରୁରୀ । ଅନେକ ଥର ଅଫିସ୍ ଟାଇମ୍ ଅନୁସାରେ ଉପସ୍ଥିତ ରହିବାକୁ ହେବ । ଭର୍ଚୁଆଲ ଆସିଷ୍ଟାଣ୍ଟ କ୍ଲାଇଣ୍ଟ ସହିତ କାମ କରି ସେମାନଙ୍କୁ ବିଜନେସରେ ସାହାଯ୍ୟ କରିଥାନ୍ତି । ଭର୍ଚୁଆଲ ଆସିଷ୍ଟାଣ୍ଟ ଜବ୍ ସର୍ଚ୍ଚ କରିବା ପାଇଁ ଆପଣଙ୍କୁ ଇଲାନ୍ସ (Elance. Com), ଜର୍ଟୁଆଲ୍(Zirtual.com), ବେଲେୟ (https://belaysolutions.com), ଫେସିହ୍ୟାଣ୍ଡ୍ସ(https://www.fancyhands.com)  ରେ ଯାଇ ସର୍ଚ୍ଚ କରିପାରିବେ ।

ଫ୍ରିଲାନ୍ସ ରାଇଟିଂ ଜବ୍ସ
ଆଜିକାଲି ବହୁତ ୟୁଜର ଏମିତି ଚାକିରୀ ଖୋଜୁଛନ୍ତି ଯାହା ଘରେ ବସି କରିହେବ । ଏପରି କ୍ଷେତ୍ରରେ ଫ୍ରିଲାନ୍ସ ରାଇଟିଂ ଜବ୍ ଏକ ଭଲ ଅପ୍ସନ ହୋଇପାରେ । ଖାସ କରି ଯେଉଁମାନେ ଟାଲେଣ୍ଟେଡ୍, ସେମାନଙ୍କ ପାଇଁ ଫ୍ରିଲାନ୍ସ କାମ ଖୋଜିବା ଅଧିକ କଷ୍ଟ ହୁଏନି । ଖାସ୍ କଥା ଏହା କି ଏଥିରେ ଘରେ ବସି ଭଲ ଆୟ କରିହେବ  । ଯଦି ଆପଣ କଣ୍ଟେଣ୍ଟ ରାଇଟିଂରେ ମାହିର କେବେ https://www.contena.co, https://www.contena.co, ପବଲଫ୍ଟ(https://publoft.com) ଭଳି ସାଇଟ୍ସରେ ରାଇଟିଂ ସହିତ ଜଡିତ  ଫ୍ରିଲାନ୍ସ କାମ ଖୋଜି ପାରିବେ ।

   ସମ୍ବନ୍ଧିତ ଖବର


ଛେଳିପେଟରୁ ଜନ୍ମନେଲା ମାଙ୍କଡ ଭଳି ଦିଶୁଥିବା ଶାବକ, ହନୁମାନଙ୍କ ଅବତାର ଭାବି ଭକ୍ତିରେ ଲୋକମାନେ କଲେ ପୂଜାପାଠ…

ଅଭିନବ ଉପାୟ: ଦିବ୍ୟାଙ୍ଗ ହୋଇଥିଲେ ବି ସ୍ୱାବଲମ୍ବୀ- ରିକ୍ସାକୁ ଲୁନାରେ ବାନ୍ଧି ଚଳାଇଛନ୍ତି ବ୍ୟବସାୟ

ICC ବାଛିବ ଦଶନ୍ଧିର ସର୍ବଶ୍ରେଷ୍ଠ ଖେଳାଳି: ଭାରତରୁ ଅଛନ୍ତି ୬ ଖେଳାଳି, ବିରାଟ ସର୍ବାଧିକ ୫ଟି ଆଓ୍ବାର୍ଡ ପାଇଁ ମନୋନୀତ

ଭାରତର ଡିଜିଟାଲ ଷ୍ଟ୍ରାଇକ୍‌ , ୫ମାସ ଭିତରେ ବ୍ୟାନ୍‌ ହେଲାଣି ୨୬୭ ଆପ୍ସ

ଅବସର ପରେ ଧୋନି ବିକୁଛନ୍ତି ଟମାଟୋ ଓ ଦୁଗ୍ଧ, ଭିତରେ ଦେଖନ୍ତୁ କିଭଳି ରହିଛି ତାଙ୍କ ଅତ୍ୟାଧୁନିକ ଫାର୍ମ…

ହେ ଭଗବାନ ! ଭାରତକୁ ଆସି ନାକେଦମ ହେଲେଣି ଏହି ବିଦେଶୀ; ପ୍ରଥମେ ମ୍ୟାଲେରିଆ, ପରେ ଡେଙ୍ଗୁ, ତା’ପରେ କରୋନା, ଆଉ ଶେଷରେ ଏବେ କାମୁଡିଲା ନାଗ…