PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଦଳିଲେ ବିଏମସି କମିଶନର, ସଞ୍ଜୟ କୁମାର ସିଂହ ହେଲେ ନୂଆ କମିଶନର
  • ||
  • ବିନିକା : ପରିବା ବୋଝେଇ ପିକଅପ ଭ୍ୟାନକୁ ପିଟିଲା ଟ୍ରକ୍, ୩ ଗୁରୁତର
  • ||
  • ରାଜସୁନାଖଳା : ବନ୍ଧୁକ ମୁନରେ ଦମ୍ପତିଙ୍କୁ ଲୁଟ୍
  • ||
  • କେନ୍ଦୁଝର : କେନ୍ଦୁଝର ଜେଲରେ ପଶିଲା କରୋନା, ୯ କଏଦୀ ପଜିଟିଭ ଚିହ୍ନଟ
  • ||
  • ମାଲକାନଗିରି : ମାଓବାଦୀଙ୍କ ବର୍ବରକାଣ୍ଡ, ଯବାନଙ୍କୁ ଗଳାକାଟି ହତ୍ୟା
  • ||
  • ବୋରିଗୁମ୍ମା : ବୋରିଗୁମ୍ମା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଟିକା ନେବାକୁ ଛକାପଞ୍ଝା, ସାମାଜିକ ଦୂରତାକୁ ଫୁ, ଯେତିକି ଆସୁଛି ଅଣ୍ଟୁନି, ସ୍ଥାନୀୟ ଲୋକେ ଅସନ୍ତୋଷ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ୧୦ ହଜାର ଟପିଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୯୮୨ ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୬୫ ହଜାର ପାର୍
  • ||
  • ଭୁବନେଶ୍ଵର : ଓଡ଼ିଶାରେ ଆଉ ୧୭ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୨୩୨କୁ ବୃଦ୍ଧି
  • ||

ପ୍ରତିଦିନ ଖାଆନ୍ତୁ ଗୋଟିଏ କଦଳୀ : କମିବ ଓଜନ, ତ୍ବଚା ସତେଜ ଦେଖାଯିବା ସହ ଉଜ୍ୱଳତା ବି ଆସିବ

ପାଚିଲା ଫଳ ତ ସମସ୍ତେ ଖାଇଥାଆନ୍ତି। କିନ୍ତୁ ଫଲ ମଧ୍ୟରେ ପାଚିଲା କଦଳୀ ଶରୀର ପାଇଁ ବହୁତ ଉପକାରୀ ହୋଇଥାଏ । କଦଳୀ କେବଳ ଖାଇବା ଦ୍ୱାରା ଶରୀର ପାଇଁ ଲାଭଦାୟକ ନୁହେଁ ଏହା ତ୍ୱଚା ପାଇଁ ମଧ୍ୟ ଅଧିକ ଉପଯୋଗୀ ହୋଇଥାଏ । ଆସନ୍ତୁ ଜାଣିବା କଞ୍ଚା କଦଳୀ ଖାଇବା ଦ୍ବାରା କ’ଣ ଲାଭ ମିଳିଥାଏ ..

କଦଳୀରେ ପଟାସିୟମ ଓ ଜୀବସାର ଥିବାରୁ ଏହା ଶରୀର ରକ୍ତ ଚାପ ସନ୍ତୁଳନ ରଖିବାରେ ସାହାଯ୍ୟ କରିଥାଏ । ପ୍ରତିଦିନ ଗୋଟିଏ ପାଚିଲା କଦଳୀ ଖାଇଲେ ଉଚ୍ଚ ରକ୍ତଚାପ ସହ ମାନସିକ ଚାପର ପରିମାଣ କମ ହୋଇଥାଏ । କଦଳୀରେ ଥିବା ପଟାସିୟମ ସହ ଟ୍ରାଇପୋଟଫାନ ମାନସିକ ଚାପ ମୁକ୍ତ ରଖିବା ପାଇଁ ସାହାଯ୍ୟ କରିଥାଏ । ଏଥିରେ ଥିବା ଅସ୍କୋରବିକ ଅମ୍ଳ ଶରୀରରେ ଶ୍ୱେତ ରକ୍ତ କଣିକା ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ ।

ଏହା ସହିତ ଶରୀରରୁ ବିଷକ୍ରିୟାକୁ କମ କରିବାରେ କଦଳୀ ସାହାଯ୍ୟ କରିଥାଏ । କଦଳୀରେ ପୋଟାସିୟମ , ଫାଇବର , କ୍ୟାଲସିୟମ ଭରପୂର ଥିବାବେଳେ ନିୟମିତ ଏହାକୁ ଖାଇଲେ କୋଲଷ୍ଟରଲ ନିୟନ୍ତ୍ରିତ ହୋଇଥାଏ । ହୃଦରୋଗୀମାନେ ଏହି ଫଳ ଖାଇବା ଭଲ ।

ଦୈନିକ ୧ ଗିଲାସ କ୍ଷୀର ସହ ୨ ଟି କଦଳୀ ଖାଇବା ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଉପକାରୀ । ଏହି ଫଳରେ ଭିଟାମିନ ସି ପୋଷକତତ୍ତ୍ଵ ଥିବାରୁ ତାହା ଦ୍ଵାରା ମସ୍ତିଷ୍କ ଭଲଭାବେ କାର୍ଯ୍ୟକ୍ଷମ ହୋଇଥାଏ । କଦଳୀକୁ ପେଷ୍ଟ ପ୍ରସ୍ତୁତ କରି ନିଜ ମୁହଁରେ ଲଗାନ୍ତୁ । ଦେଖିବେ ମୁଖ ସତେଜ ଦେଖାଯିବା ସହ ଉଜ୍ୱଳତା ଆସିବ ।

କଞ୍ଚା କଦଳୀରେ ଫାଇବର ଓ ଉପକାରୀ ଷ୍ଟ୍ରାର୍ଚ୍ଚ ରହିଛି। ଏହା ଶରୀରରେ କୌଣସି ହାନିକାରକ ତତ୍ତ୍ବ ଜମା ହେବାକୁ ଦେଇନଥାଏ। କଞ୍ଚା କଦଳୀ ଖାଇବା ଦ୍ବାରା କୋଷ୍ଠକାଠିନ୍ୟ ସମସ୍ୟା ଦୂର ହୋଇଥାଏ। ତେଣୁ ଏହି ସମସ୍ୟା ଥିବା ବ୍ୟକ୍ତିମାନେ ପ୍ରତିଦିନ କଞ୍ଚା କଦଳୀ ଖାଇବା ଉଚିତ।

ଯଦି ଆପଣ ଓଜନ କମ କରିବା ପାଇଁ ଚାହୁଁଛନ୍ତି ତେବେ କଞ୍ଚା କଦଳୀ ଖାଆନ୍ତୁ। ଏହା ଆପଣଙ୍କ ଓଜନ ହ୍ରାସ କରି ସନ୍ତୁଳିତ କରିଥାଏ। କଦଳୀରେ ଥିବା ଫାଇବର ଚର୍ମି ଓ ଅପରିଷ୍କାର ତତ୍ତ୍ବ ସଫା କରିବାରେ ସାହାର୍ଯ୍ୟ କରିଥାଏ।

ମଧୁମେହ ରୋଗରେ ଆକ୍ରାନ୍ତ ହୋଇଥିବା ବ୍ୟକ୍ତିମାନେ କଞ୍ଚା କଦଳୀ ଖାଇବା ଉଚିତ। ଏହା ସେମାନଙ୍କ ପାଇଁ ଲାଭଦାୟକ ହୋଇଥାଏ। କଞ୍ଚା କଦଳୀ ରକ୍ତରେ ଶର୍କରାର ସ୍ତରକୁ ନିୟନ୍ତ୍ରିତ କରିଥାଏ। ଯାହାଦ୍ବାରା ମଧୁମେହ ରୋଗ ହେବାର ସମ୍ଭାବନା କମ ହୋଇଥାଏ।

କଞ୍ଚା କଦଳୀରେ ଫାଇବର ଓ ଅନ୍ୟାନ୍ୟ ପୋଷକ ତତ୍ତ୍ବ ରହିଛି। ଏହାକୁ ଖାଇବା ଦ୍ବାରା ଭୋକ କମ୍‌ ହୋଇଥାଏ। କଞ୍ଚା କଦଳୀ ଖାଇବା ଦ୍ବାରା ହଜମ ପ୍ରକ୍ରିୟା ସଠିକ ଭାବେ ହୋଇଥାଏ। ଏହା ହୃଦୟକୁ ସୁସ୍ଥ ରଖିବାରେ ମଧ୍ୟ ସହାୟକ ହୋଇଥାଏ। ପ୍ରତିଦିନ ଗୋଟିଏ ଲେଖାଏଁ କଞ୍ଚା କଦଳୀ ଖାଇବା ଦ୍ବାରା ପାଚନ କ୍ରିୟା ଠିକ ଭାବେ ହୋଇଥାଏ।