PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଶ୍ୱର ସବୁଠୁ ବଡ଼ କ୍ରିକେଟ ଷ୍ଟାଡ଼ିୟମ୍‌ରେ ଖେଳା ଯିବ ଆଇପିଏଲ ୨୦୨୨ ଫାଇନାଲ
  • ||
  • ଆନନ୍ଦପୁର : ଝରକା ଗ୍ରୀଲ୍ ଭାଙ୍ଗି ଶିକ୍ଷକଙ୍କ ଘରେ କଳାକନା ବୁଲାଇଦେଲେ ଦୁର୍ବୃତ୍ତ, ୧୫ ଭରି ସୁନାଅଳଙ୍କାର ସହ ନଗଦ ୫୨ ହଜାର ଟଙ୍କା ଲୁଟ୍
  • ||
  • ସୋର : ଗୋରୁ ବୋଝେଇ କଣ୍ଟେନର ଜବତ, ୪୦ ରୁ ଉର୍ଦ୍ଧ୍ଵ ଗୋରୁ ଉଦ୍ଧାର, ୧୧ ଗିରଫ
  • ||
  • ସମାନ ନାଗରିକ ସଂହିତା ଲାଗୁ କରିବା ପ୍ରସ୍ତୁତିରେ ମୋଦି ସରକାର , ପ୍ରଥମେ ଉତ୍ତରାଖଣ୍ଡରେ ଏହି ଆଇନ୍‌ ଲାଗୁ କରାଯିବାର ଅଭ୍ୟାସ ଆରମ୍ଭ କରାଯାଇଛି
  • ||
  • ଗୁଜରାଟରେ ବଡ଼ ବିଜୟର ପ୍ରସ୍ତୁତିରେ ବିଜେପି , କଂଗ୍ରେସ ଦୁର୍ବଳତାର ବି ମିଳିବ ଫାଇଦା
  • ||

କ’ଣ ଆଖି କରିବ ମୃତ୍ୟୁର ଭବିଷ୍ୟବାଣୀ ? ଅଷ୍ଟ୍ରେଲିଆର ବୈଜ୍ଞାନିକମାନେ କଲେ ଆଶ୍ଚର୍ଯ୍ୟକର ଖୁଲସା

ମେଲବୋର୍ଣ୍ଣ,୨୦।୧: ଜୀବନ ସବୁବେଳେ ଅନିଶ୍ଚିତ। କେବେ କାହାର ମୃତ୍ୟୁ ହେବ କେହି କହିପାରିବେନି। ହେଲେ ଆପଣଙ୍କ ମୃତ୍ୟୁର ଭବିଷ୍ୟବାଣୀ କରିବ ଆପଣଙ୍କର ଆଖି। ଏଭଳି ଏକ ଆଶ୍ଚର୍ଯ୍ୟକର ଖୁଲାସା କରିଛନ୍ତି ଅଷ୍ଟ୍ରେଲିଆର ବୈଜ୍ଞାନିକମାନେ। ସେମାନେ କହିଛନ୍ତି ଆଖିକୁ ସ୍କାନ କରି ଜାଣିହେବ ଯେ, ଆପଣଙ୍କର ମୃତ୍ୟୁ କେବେ ହେବ। ‘WION ’ର ରିପୋର୍ଟ ଅନୁସାରେ, ଅଷ୍ଟ୍ରେଲିଆର ବୈଜ୍ଞାନିକମାନେ ଏକ ନୂଆ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ(ଏଆଇ) କାର୍ଯ୍ୟକ୍ରମ ପ୍ରସ୍ତୁତ କରିଛନ୍ତି,ଯାହାକି କୌଣସି ବ୍ୟକ୍ତି କେତେ ଦିନ ବଞ୍ଚିବ ତାହାର ଭବିଷ୍ୟବାଣୀ କରିପାରିବ। ଆଉ ଏସବୁ କବଳ ଆଖିର ରେଟିନା ପଛରେ ଥିବା ଟିସୁକୁ ଦେଖି ଜାଣିହେବ।

British Journal of Ophthalmology ରେ ବୁଧବାର ପ୍ରକାଶିତ ସିଦ୍ଧାନ୍ତ ରେଟିନାର ଅଧ୍ୟୟନ ଉପରେ ଆଧାରିତ ରହିଛି। ଏଥିରେ ବୈଜ୍ଞାନିକମାନେ ଦାବି କରିଛନ୍ତି ଯେ, ରେଟିନାର ଅଧ୍ୟୟନ ଏକ ଓ୍ବିଣ୍ଡୋ ଭଳି କାମ କରିବ, ଯାହାଫଳରେ କାହାର ବି ସ୍ବାସ୍ଥ୍ୟ ସମ୍ପର୍କରେ ଗଭୀର ଭାବରେ ଜାଣି ପାରିବେ। ମେଲବୋର୍ଣ୍ଣର ସେଣ୍ଟର ଫର ଆଇ ରିସର୍ଚ୍ଚର ବିଶେଷଜ୍ଞମାନେ ଦାବି କରିଛନ୍ତି ଯେ, ଏଆଇ ଆଲଗୋରିଦମ୍ ପ୍ରାୟ ୧୯,୦୦୦ ଫଣ୍ଡସ୍ ସ୍କାନ୍‌ର ବିଶ୍ଲେଷଣ କରିବା ପରେ ରେଟିନାର ବୟସକୁ ସଠିକ ଭାବରେ ଅନୁମାନ କରିଥାଏ।

ମେଲବୋର୍ଣ୍ଣ ବିଶ୍ବବିଦ୍ୟାଳୟର ଅନୁସନ୍ଧାନ ଅଧ୍ୟୟନ ଲେଖକ ଡାକ୍ତର ମିଙ୍ଗଗୁଆଙ୍ଗ ହେ ଲେଖିଛନ୍ତି, ରେଟିନା କାହାର ମଧ୍ୟ ମୃତ୍ୟୁର ଭବିଷ୍ୟବାଣୀ କରିବାରେ ସହାୟକ ହେବ। ଏହି ଷ୍ଟଡିରେ ୟୁକେ ବାୟୋବ୍ୟାଙ୍କରେ ଭାଗ ନେଉଥିବା ଲୋକଙ୍କ ଦ୍ବାରା ଦିଆଯାଇଥିବା ନମୁନାରୁ ୧,୩୦,୦୦୦ରୁ ଅଧିକ ରେଟିନା ଛବିକୁ ବିଶ୍ଲେଷଣ କରିଛି। ୪୦ ଓ ୬୯ ବର୍ଷ ବୟସ ଭିତ​ରେ ୫,୦୦,୦୦୦ ରୁ ଅଧିକ ଲୋକଙ୍କ ଉପରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଏହି ସରକାରୀ ରିସର୍ଚ୍ଚ ହୋଇଥିଲା।

ସମ୍ବନ୍ଧିତ ଖବର