ପ୍ରମୁଖ ଖବର
  • କାମାକ୍ଷାନଗର: ଅଜଣା ଗାଡ଼ି ଧକ୍କା ରେ ସାଇକେଲ ଆରୋହୀ ଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକଙ୍କ ରାସ୍ତା ରୋକ
  • ||
  • ଆସିଲା ବିଜେଡି ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା, ଚମ୍ପୁଆରୁ ସନାତନ ମହାକୁଡ଼, ବଡଚଣାରୁ ବର୍ଷା ପ୍ରିୟଦର୍ଶିନୀ
  • ||
  • ଦିଲ୍ଲୀପ ରାୟଙ୍କ ରାସ୍ତାରେ ନିହାର କଣ୍ଟା ! ପ୍ରାର୍ଥୀ ଚୟନକୁ ନେଇ ଦେଖା ଦେଇଛି ବିବାଦ
  • ||
  • ଆଜି ପ୍ରକାଶ ପାଇବ ୟୁଜିସି-ନେଟ୍‌ ଜୁନ୍‌ ସେସନ୍‌-୨୦୨୪ ଆବେଦନ ପ୍ରକ୍ରିୟା
  • ||
  • ବାଇକ୍‌କୁ ଧକ୍କା ଦେଲା ଆମ୍ଵୁଲାନ୍ସ, ଦୁଇ ଶିଶୁଙ୍କ ଆଖି ଆଗରେ ଚାଲିଗଲା ବାପା-ମାଙ୍କ ଜୀବନ
  • ||
  • ହୀରାକୁଦରେ ଡଙ୍ଗା ବୁଡି ଟ୍ରାଜେଡି: ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି, ଜଣେ ଏବେ ବି ନିଖୋଜ
  • ||
  • ମେ'୧ରୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଭିତରକନିକା
  • ||
  • ଶନିବାର ବାହୁଡ଼ିବେ ମହାପ୍ରଭୁ ଶ୍ରୀଲିଙ୍ଗରାଜ: ଦିନ ସାଢ଼େ ୧ରେ ପହଣ୍ଡି, ସାଢେ ୩ଟାରେ ରଥଟଣା
  • ||
  • ଶନିବାର ବିଶ୍ବପ୍ରସିଦ୍ଧ ରଥଯାତ୍ରା ପ୍ରଥମ ସମନ୍ୱୟ ବୈଠକ, ଅଧ୍ୟକ୍ଷତା କରିବେ ଆର୍‌ଡିସି
  • ||
  • ଆଜି ବି ଅତି ଭୀଷଣ ଗ୍ରୀଷ୍ମପ୍ରବାହ, ୨୧ ଯାଏ ନିସ୍ତାର ନାହିଁ, କାଳବୈଶାଖୀ ପାଇଁ କମିପାରେ ତାତି
  • ||
  • IPL ୨୦୨୪: ଆଜି ଦିଲ୍ଲୀ-ହାଇଦ୍ରାବାଦ ଲଢ଼େଇ, କ୍ୟାପିଟାଲ୍ସ ଗଡ଼ ଧ୍ୱଂସ ପଥରେ ସନରାଇଜର୍ସ
  • ||
  • ହୀରାକୁଦରେ ଡଙ୍ଗା ବୁଡି ଟ୍ରାଜେଡି, ଦୁଇ ମୃତ, ୭ ନିଖୋଜ, ସକାଳୁ ଉଦ୍ଧାର କାର୍ଯ୍ୟ ଆରମ୍ଭ
  • ||

ୟୁଏସନ୍‌ ଓପନ ଚାମ୍ପିଅନ୍‌ ଇତିହାସ ରଚିଥିଲେ ଆନ୍ଦ୍ରିସ୍କୁ

ନ୍ୟୁୟର୍କ ୯/୯ : କାନାଡ଼ାର ଯୁବ ଖେଳାଳି ବିୟାଙ୍କା ଆନ୍ଦ୍ରିସ୍କୁ ଚିଳତ ବର୍ଷ ୟୁଏସନ୍‌ ଓପନ ଚାମ୍ପିଅନ୍‌ ହୋଇ ଇତିହାସ ରଚିଥିଲେ । ଆମେରିକାର ପ୍ରସିଦ୍ଧ ଖେଳାଳି ତଥା ୨୩ଟି ଗ୍ରାଣ୍ଡସ୍ଲାମ୍‌ ଟାଇଟଲ ହାସଲ କରିସାରିଥିବା ସେରେନା ୱିଲିୟମ୍ସଙ୍କୁ ସେ ସିଧା ସଳଖ ୬-୩, ୭-୫ ସେଟ୍‌ରେ ପରାସ୍ତ କରିଥିଲେ । ୧୯୯୯ ମସିହାରେ ସେରେନା ପ୍ରଥମ ୟୁଏସ୍‌ ଓପନ ଟାଇଟଲ ହାସଲ କରିବା ବେଳକୁ ଆନ୍ଦ୍ରିସ୍କୁ ଜନ୍ମ ହୋଇ ନଥିଲେ । ଫାଇନାଲ୍‌ ମୁକାବିଲାରେ ସେରେନାଙ୍କୁ ହରାଇବେ ବୋଲି କେହି କେବେ ଚିନ୍ତା କରିନଥିଲେ । ହେଲେ ଆନ୍ଦ୍ରିସ୍କୁ ସବୁ ପୂର୍ବାନୁମାନକୁ ଭୁଲ ପ୍ରମାଣିତ କରିଦେଇଥିଲେ ।

ବର୍ଷ ଆରମ୍ଭରୁ ଆନ୍ଦ୍ରିସ୍କୁ ଜଣକ ପରେ ଜଣେ ଷ୍ଟାର୍‌ ଖେଳାଳିଙ୍କୁ ହରାଇ ଚାଲିଛନ୍ତି । ୮ ମାସ ମଧ୍ୟରେ ସେ ଅନେକ ଷ୍ଟାର୍‌ ଖେଳାଳିଙ୍କୁ ପରାସ୍ତ କରିବାରେ ସଫଳ ହୋଇଛନ୍ତି । ବର୍ଷ ଆରମ୍ଭରୁ ଆନ୍ଦ୍ରିସ୍କୁ ଡବ୍ଲ୍ୟୁଟିଏ ମାନ୍ୟତା ତାଲିକାର ୧୫୨ତମ ସ୍ଥାନରେ ରହିଥିଲେ । ୟୁଏସ୍‌ ଓପନ ଆରମ୍ଭ କଲା ବେଳକୁ ସେ ୧୫ତମ ସ୍ଥାନରେ ପହଞ୍ଚି ସାରିଥିଲେ । ୮ ମାସ ମଧ୍ୟରେ ସେ ୨ଟି ଡବ୍ଲ୍ୟୁଟିଏ ଟାଇଟଲ ହାସଲ କରିଥିଲେ ।

ଗତ ଜାନୁଆରୀ ମାସରେ ଆନ୍ଦ୍ରିସ୍କୁ ପ୍ରଥମ ଥର ପାଇଁ ଲୋକ ଲୋଚନକୁ ଆସିଥିଲେ । ସେ ଅକ୍‌ଲାଣ୍ଡ ଓପନ୍‌ର ଦ୍ୱିତୀୟ ରାଉଣ୍ଡ୍‌ରେ ଡେନ୍‌ମାର୍କର ଅଭିଜ୍ଞ ଖେଳାଳି କାରୋଲିନ୍‌ ଓଜନିଆକିଙ୍କୁ ୬-୪, ୬-୪ ସେଟ୍‌ରେ ହରାଇଥିଲେ । ସେତେବେଳେ ଆନ୍ଦ୍ରିସ୍କୁଙ୍କ ମାନ୍ୟତା ରହିଥିଲା ୧୫୨ । ଅନ୍‌ଲାଣ୍ଡ ଓପନ୍‌ର ଯୋଗ୍ୟତା ପର୍ଯ୍ୟାୟରୁ ଉନ୍ନୀତ ହୋଇ ସେ ଫାଇନାଲ୍‌ରେ ପ୍ରବେଶ କରିଥିଲେ ।

ମାର୍ଚ୍ଚ ମାସରେ ଅନୁଷ୍ଠିତ ଇଣ୍ଡିଆନ୍‌ ୱେଲ୍ସ ଟୁର୍ଣ୍ଣାମେଣ୍ଟରେ ୱାଇଲ୍ଡ କାର୍ଡ ପାଇ ଖେଳୁଥିବା ଆନ୍ଦ୍ରିସ୍କୁ ସେମି ଫାଇନାଲ୍‌ରେ ଏଲିନା ସ୍ୱିତୋଲିନାଙ୍କୁ ୬-୩, ୨-୬, ୬-୪ ସେଟ୍‌ରେ ହରାଇ ଦକ୍ଷତା ପ୍ରମାଣିତ କରିଥିଲେ । ଏହାପରେ ସେ ଫାଇନାଲ୍‌ରେ ଆଞ୍ଜେଲିକ୍‌ କର୍ବରଙ୍କୁ ୬-୪, ୩-୬, ୬-୪ ସେଟ୍‌ରେ ହରାଇ ଚାମ୍ପିଅନ୍‌ ହୋଇଥିଲେ । ଇଣ୍ଡିଆନ୍‌ ୱେଲ୍ସ ଇତିହାସରେ ପ୍ରଥମ ୱାଇଲ୍ଡ କାର୍ଡ ଖେଳାଳି ଭାବେ ଚାମ୍ପିଅନ୍‌ ହୋଇ ଆନ୍ଦ୍ରିସ୍କୁ ରେକର୍ଡ କରିଥିଲେ । ମହିଳା ଟେନିସ୍‌ରେ ଆଉ ଜଣେ ପ୍ରତିଭାବାନ୍‌ ଖେଳାଳିଙ୍କ ଆବିର୍ଭାବ ଘଟିଥିବା ପ୍ରମାଣିତ ହୋଇ ଯାଇଥିଲା ।

ଇଣ୍ଡିଆନ ୱେଲ୍ସ ଚାମ୍ପିଅନ ହେବାର ସପ୍ତାହକ ମଧ୍ୟରେ ଆନ୍ଦ୍ରିସ୍କୁ ପୁଣିଥରେ ଷ୍ଟାର୍‌ ଖେଳାଳି କର୍ବରଙ୍କୁ ହରାଇଥିଲେ । ସେ ମାୟାମୀ ଓପନ୍‌ର ତୃତୀୟ ରାଉଣ୍ଡ୍‌ରେ କର୍ବରଙ୍କୁ ୬-୪, ୪-୬, ୬-୧ ସେଟ୍‌ରେ ପରାସ୍ତ କରିଥିଲେ ।

ଏହାପରେ ଅନୁଷ୍ଠିତ ଟରଣ୍ଟୋ ଓପନ୍‌ ତୃତୀୟ ରାଉଣ୍ଡରେ ସେ କିକି ବର୍ଟେନ୍ସଙ୍କୁ ୬-୧, ୬-୭(୫-୭),୬-୪ ସେଟ୍‌ରେ ହରାଇଥିଲେ । ଏହାପରେ ସେ ତୃତୀୟ ସିଡ୍‌ କାରୋଲିନା ପ୍ଲିସ୍‌କୋଭାଙ୍କୁ ୬-୦, ୨-୬, ୬-୪ ସେଟ୍‌ରେ ପରାସ୍ତ କରି ଟରଣ୍ଟୋ ଓପନ ସେମି ଫାଇନାଲ୍‌ରେ ପ୍ରବେଶ କରିଥିଲେ ।

ଗତ ରୋଜର୍ସ କପ୍‌ରେ ଆନ୍ଦ୍ରିସ୍କୁ ଚାମ୍ପିଅନ୍‌ ଆଖ୍ୟା ଅର୍ଜନ କରିଥିଲେ । ଫାଇନାଲ୍‌ରେ ସେ ସେରେନାଙ୍କୁ ଭେଟିଥିଲେ । ଆନ୍ଦ୍ରିସ୍କୁ ୧-୩ରେ ଆଗୁଆ ରହିଥିବାବେଳେ ସେରେନା ଆହତ ହୋଇ ଓହରି ଯାଇଥିଲେ । ୫୦ ବର୍ଷ ପରେ କାନାଡ଼ା ଖେଳାଳି ଭାବେ ଆନ୍ଦ୍ରିସ୍କୁ ରୋଜର୍ସ କପ୍‌ ଟାଇଟଲ ହାସଲ କରିଥିଲେ ।

କାନାଡ଼ାର ପ୍ରଥମ ଖେଳାଳି ଭାବେ ଆନ୍ଦ୍ରିସ୍କୁ କୌଣସି ଗ୍ରାଣ୍ଡସ୍ଲାମ ସିଙ୍ଗଲ୍ସ ଚାମ୍ପିଅନ୍‌ ହୋଇଥିଲେ । ତାଙ୍କ ପୂର୍ବରୁ ୨୦୧୪ ୱିମ୍ବଲଡନ୍‌ରେ ୟୁଗିନି ବୌଚାର୍ଡ ଫାଇନାଲ୍‌ରେ ପ୍ରବେଶ କରିଥିଲେ ହେଁ ତାଙ୍କୁ ରନର୍ସ ଅପ୍‌ ରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା । ୟୁଏସ୍‌ ଓପନ ଇତିହାସରେ ଆନ୍ଦ୍ରିସ୍କୁ ପ୍ରଥମ ଖେଳାଳି ଭାବେ ପଦାର୍ପଣ କରି ଚାମ୍ପିଅନ୍‌ ଆଖ୍ୟା ଅର୍ଜନ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.