PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜଗତସିଂପୁର ଜିଲାର ଢିଙ୍କିଆ ପଞ୍ଚାୟତରେ ଆସନ୍ତା ବର୍ଷ ହେବ ପଞ୍ଚାୟତ ନିର୍ବାଚନ ।
  • ||
  • କୋଭିଡ୍‌ର କେବେ ବି ଅନ୍ତ ହେବ ନାହିଁ, ଭାଇରସ୍ ତାହାର ଚରିତ୍ର ବଦଳାଇବ : ସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ବଢିଲା କରୋନା ଗ୍ରାଫ୍, ୨୪ ଘଣ୍ଟାରେ ୭୪୨୬ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ପୁରୀ : ଖଣିରେ ଭାସୁଛି ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭୁବନେଶ୍ଵର : ଗାନ୍ଧି ମାର୍ଗରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ, ପତାକା ଉତ୍ତୋଳନ କଲେ ରାଜ୍ୟପାଳ
  • ||
  • ପଦ୍ମପୁର : ସ୍କୁଲ୍ ନାହିଁ ତ ଭୋଟ୍ ନାହିଁ, ଗାଁ ମୁଣ୍ଡରେ ପୋଷ୍ଟର ଲଗାଇ ଭୋଟ ବର୍ଜନ ପାଇଁ ଘୋଷଣା କଲେ ଗ୍ରାମବାସୀ
  • ||
  • ଯାଜପୁର : ବାଇକକୁ ଧକ୍କା ଦେଲା କାର୍, ଜଣେ ମୃତ
  • ||
  • ଭୁବନେଶ୍ଵର : ଆଜି ଘନ କୁହୁଡ଼ି, ୨୮ରୁ ଶୀତ ଲହରୀ
  • ||
  • ଭୁବନେଶ୍ଵର : ଦେଶ ପାଳନ କରୁଛି ୭୩ତମ ଗଣତନ୍ତ୍ର ଦିବସ, ରାଜପଥରେ ଦୁନିଆ ଦେଖିବ ଭାରତର ଶକ୍ତି
  • ||

ପୁଣିଥରେ ଅସାମାଜିକ କାର୍ଯ୍ୟ କରି ଫସିଲେ କାନାଡ଼ା ସାଂସଦ: ବୈଠକ ବେଳେ କଫି କପ୍‌ରେ କଲେ ପରିସ୍ରା

pic-livehindustan

ଓଟାୱା; କାନାଡ଼ା ସାଂସଦ ୱିଲିୟମ ଅମୋସ ନିଜର ଅଜବ କାଣ୍ଡ ପାଇଁ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ଏଥର ସାଂସଦ ବୈଠକ ଚାଲିଥିବା ବେଳେ କଫି କପ୍‌ରେ ପରିସ୍ରା କରିଥିବା ଦେଖିବାକୁ ମିଳିଛି। ପୂର୍ବରୁ ଏକ ଉଚ୍ଚସ୍ତରୀୟ ବୈଠକରେ  ୱିଲିୟମ ଆମୋସଙ୍କ ନଗ୍ନ ରୂପ ଦେଖିବାକୁ ମିଳିଥିଲା। ଏବେ କଫି କପର୍‌ ପରିସ୍ରା କରି ସମମାଲୋଚିତ ହୋଇଛନ୍ତି  ଆମୋସ।

ହାଉସ ଅଫ୍ କମନ ବା କାନାଡ଼ା ଲୋକସଭା ଦ୍ୱାରା ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏକ ବୈଠକ ଚାଲିଥିଲା। ବୈଠକ ଚାଲିଥିବା ବେଳେ ୱିଲିୟମ ଆମୋସ କଫି କପ୍‌ରେ ପରିସ୍ରା କରୁଥିବାର ଦେଖିବାକୁ ମିଳିଥିଲା। ମିଟିଂରେ ଉପସ୍ଥିତ ଥିବା ସମସ୍ତ ସଦସ୍ୟଙ୍କ ପାଇଁ ଲଜ୍ଜାଜନକ ଘଟଣା ଥିଲା।

ତେବେ ଏହି ଘଟଣା ପରେ ୱିଲିୟମ ଆମୋସ ସମାଲୋଚିତ ହେବା ପରେ କ୍ଷମା ମାଗିଛନ୍ତି। ଏନେଇ ସେ  ତାଙ୍କ ଟ୍ୱିଟର ହ୍ୟାଣ୍ଡେଲ୍‌ରେ ଏକ ପୋଷ୍ଟ କରି କ୍ଷମାପ୍ରାର୍ଥନା କରିବା ସହିତ ମୋ ଦ୍ୱାରା ଏଭଳି ଭୁଲ୍‌ ହୋଇଛି ବୋଲି ସେ କହିଛନ୍ତି।

ଗୁରୁବାର ରାତିରେ ଟ୍ୱିଟ୍ କରି ସେ ଲେଖିଛନ୍ତି ଯେ ଗତ ରାତିରେ ହାଉସ୍ ଅଫ କମନର ବୈଠକ ବେଳେ ମୁଁ ଏକ ଅନୁଚିତ କାର୍ଯ୍ୟ କରିଛି। ବୈଠକ ଚାଲିଥିବା ବେଳେ ମୁ ପରିଶ୍ରା କରିଥିଲି। ସେତେବେଳେ ଭୁଲିଯାଇଥିଲେ ଯେ ମୁଁ କ୍ୟାମେରା ସାମ୍ନାରେ ଥିଲି। ତେବେ ଏହି ଘଟଣାରେ ୱିଲିୟମ ଆମୋସ ମସ୍ତଙ୍କୁ କ୍ଷମା ମାଗିଛନ୍ତି।   ସୂଚନା ଥାଉକି ଏହା ପୂର୍ବରୁ ଏପ୍ରିଲରେ ଆମୋସ କ୍ୟାମେରା ସାମ୍ନାରେ ନଗ୍ନରୂପ ଦେଖିବାକୁ ମିଳିଥିଲା। ପରେ ସମାଲୋଚିତ ହେବା ପରେ କ୍ଷମା ମାଗିଥିଲେ କାନାଡ଼ା ସାଂସଦ ।