ବରଗଡ଼ରେ ପ୍ରତିଷ୍ଠା ହେବ କ୍ୟାନସର ହସପିଟାଲ, ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ବରଗଡ ୨୧/୨: ବରଗଡ଼ରେ ପ୍ରତିଷ୍ଠା ହେବ କ୍ୟାନସର ହସପିଟାଲ । ଆଜି ବରଗଡ ଗସ୍ତରେ ଆସି ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ସୋହେଲା ଇଛାପାଲିରେ ପହଞ୍ଚି ଚାଷୀ ମହାସମାବେଶରେ ଯୋଗ ଦେଇ ଚାଷୀ ଓ କଳାକାରମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏହା ସହ କାଳିଆ ଯୋଜନାରେ ଦ୍ବିତୀୟ ପର୍ଯ୍ୟାୟ ସହାୟତା ରାଶି ମଧ୍ୟ ପ୍ରଦାନ କରିଛନ୍ତି ।
ଏହି ପର୍ଯ୍ୟାୟରେ ପାଖାପାଖି ୧୪ ଲକ୍ଷରୁ ଅଧିକ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ମିଳିବ କାଳିଆ ଟଙ୍କା । ସମାବେଶରେ କେନ୍ଦ୍ର ସରକାରଙ୍କ କିଷାନ ଯୋଜନାକୁ ସମାଲୋଚନା କରିଛନ୍ତି ନବୀନ। ପିଏମ୍ କିଷାନ ଯୋଜନାରେ ଚାଷୀଙ୍କୁ ୬ ହଜାର ଟଙ୍କା ଦେବା ଯଥେଷ୍ଟ ନୁହେଁ ବୋଲି କହିଛନ୍ତି ନବୀନ । ସବୁ ପ୍ରକାର ଚାଷୀଙ୍କୁ ୧୦ ହଜାର ଟଙ୍କା ଦିଅ ବୋଲି କହିଛନ୍ତି । ପିଏମ୍ ଯୋଜନାରେ କ୍ଷୁଦ୍ର, ଭୂମିହୀନ ଓ ଭାଗଚାଷୀଙ୍କ ପାଇଁ ବ୍ଯବସ୍ଥା ନାହିଁ । ସେ ଏହା ମଧ୍ଯ କହିଛନ୍ତି ଯୋଜନା ସାରା ଦେଶକୁ ବାଟ ଦେଖାଉଛି । କିଛି ଲୋକ ଆଜି ବନ୍ଦ କରିଛନ୍ତି କିନ୍ତୁ କାଳିଆକୁ କେହି ବନ୍ଦ କରିପାରିବେନି ବୋଲି କହିଲେ ନବୀନ ।