ଶହେ ବର୍ଷ ପରେ ଦେଶକୁ ଫେରିବ ଅନ୍ନପୂର୍ଣ୍ଣାଙ୍କ ଦୁର୍ଲଭ ପ୍ରତିମା, ଭାରତକୁ ଫେରାଇବେ କାନାଡା ସରକାର

ନୂଆଦିଲ୍ଲୀ,୨୧/ ୧୧: କାନାଡର ଏକ ବିଶ୍ବବିଦ୍ୟାଳୟ ଭାରତରୁ ଶହେ ବର୍ଷ ତଳେ ଚୋରି ହୋଇଥିବା ଏକ ମୂର୍ତ୍ତୀକୁ ଫେରାଇବା ପାଇଁ ନିଷ୍ପତ୍ତି ନେଇଛି। ଐତିହାସିକ ତ୍ରୁଟି ସୁଧାରିବା ଏବଂ ଉପନିବେଶବାଦର ଅପ୍ରୀତିକର ପରମ୍ପରାରୁ ମୁକ୍ତି ପାଇବା ପାଇଁ ବିଶ୍ୱବିଦ୍ୟାଳୟ ଅଷ୍ଟାଦଶ ଶତାବ୍ଦୀର ହିନ୍ଦୁ ଦେବୀ ଅନ୍ନପୂର୍ଣ୍ଣାଙ୍କର ଏକ ଅନନ୍ୟ ପ୍ରତିମୂର୍ତ୍ତିକୁ ଭାରତକୁ ଫେରିବା ପାଇଁ ଘୋଷଣା କରିଛି।

ଏହି ପ୍ରତିମୂର୍ତ୍ତି ବ୍ରିଟିଶ ସାମ୍ବାଦିକ ତଥା ଐତିହାସିକ ନୋର୍ମାନ ମେକେଜୀଙ୍କ ୧୯୩୬ର ମୂଳ ବସୀୟତର ଏକ ଅଂଶ। ବର୍ତ୍ତମାନ ଏହି ମୂର୍ତ୍ତୀ ରେଜିନା ବିଶ୍ୱବିଦ୍ୟାଳୟର ଏକ ଅଂଶ। ଗୁରୁବାର ଦିନ ବିଶ୍ବବିଦ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ଯେ, ଏକ ଶତାବ୍ଦୀରୁ ଅଧିକ ସମୟ ପୂର୍ବରୁ ଏହି ପ୍ରତିମୂର୍ତ୍ତିକୁ ଭୁଲ ଭାବେ ଅଣାଯାଇଥିଲା। ଏନେଇ କଳାକାର ଦିବ୍ୟା ମେହେରା ଧ୍ୟାନ ଆକର୍ଷଣ କରିଥିଲେ ବୋଲି କୁହାଯାଇଛି।

ନଭେମ୍ବର ୧୯ ତାରିଖରେ ଏହି ମୂର୍ତ୍ତୀକୁ ଭାରତ ଫେରାଇବାକୁ ଡିଜିଟାଲ ମାଧ୍ୟମରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଖୁବଶୀଘ୍ର ଭାରତ ଫେରିବ ଏହି ଦୁର୍ଲଭ ମୂର୍ତ୍ତୀ ବୋଲି ଡିଜିଟାଲ କାର୍ଯ୍ୟକ୍ରମରେ ଆଲୋଚନା ହୋଇଛି। ବିଶ୍ବବିଦ୍ୟାଳୟର କୁଳପତି ଡ.ଥୋମାସ୍‌ ଚେଜ ଏହି ମୂର୍ତ୍ତୀକୁ ଆଧିକାରିକ ରୂପରେ ଭାରତକୁ ଫେରାଇ ଦେବା ନେଇ କାନାଡାରେ ଥିବା ଭାରତୀୟ ରାଷ୍ଟ୍ରଦୂତ ଅଜୟ ବିସାରିୟାଙ୍କ ସହିତ ଡିଜିଟାଲ ସାକ୍ଷାତକାର ହୋଇଥିଲା। ବିସାରିୟା ଆଲୋଚନାରେ କହିଛନ୍ତି କି ମୁଁ ବହୁତ ଖୁସି। ଅନ୍ନପୂର୍ଣ୍ଣାଙ୍କ ଦୁର୍ଲଭ ମୂର୍ତ୍ତୀ ଭାରତକୁ ପୁଣି ଫେରିବ।

   ସମ୍ବନ୍ଧିତ ଖବର


ଦେଶର ସୀମାରେ ବଡ଼ ବିପଦ, ଆତଙ୍କବାଦୀଙ୍କ ଅନୁପ୍ରବେଶ ଚେଷ୍ଟା ଜାରି – ସେନା ମୁଖ୍ୟ

କରୋନା ଟିକା ଆସିବାର ତିନିରୁ ୪ ସପ୍ତାହ ମଧ୍ୟରେ ସମସ୍ତଙ୍କୁ ଟିକା ଦେବେ ଏହି ରାଜ୍ୟର ସରକାର

ନକଲି ରେଳ ଟିକେଟକୁ ସାବଧାନ- ମାତିଛନ୍ତି ଏ ପ୍ରକାରର ଦଲାଲ

ରବିବାର ଦ୍ବିତୀୟ ଦିନିକିଆ, ପ୍ଲେଇଙ୍ଗ୍‌ ଇଲେଭେନରୁ ବାଦ ପଡ଼ିପାରନ୍ତି ଏହି ଦୁଇ ଖେଳାଳି!

ଶୋଇଥିବା ନିରୀହ ପୁଅର ତଣ୍ଟି ଚିପି ଦେଲା ନିଷ୍ଠୁର ପିତା –ପତ୍ନୀଙ୍କୁ କହିଲା ,ଏବେ ସେ ସବୁଦିନ ପାଇଁ ନିରାପଦ !

କାର୍ତ୍ତିକ ବୈକୁଣ୍ଠ ଚତୁର୍ଦ୍ଦଶୀ- ଜାଣନ୍ତୁ ଏହାର ପର ଚାରି ମାସ କାହିଁକି କରାଯାଇ ନଥାଏ ଶୁଭ କାର୍ଯ୍ୟ