PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟୋକିଓ ଟକ୍କର: ଭାରତୀୟ ପୁରୁଷ ହକି ଦଳର ଦମଦାର ବିଜୟ, ନ୍ୟୁଜିଲାଣ୍ଡକୁ ୩-୨ରେ ଦେଲା ମାତ୍‌
  • ||
  • ଚଣ୍ଡିଖୋଲ : କେନାଲରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୬୮ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୫୪୪୫କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟା ଭିତରେ ଚିହ୍ନଟ ହେଲେ ଆଉ ୧୮୬୪ ଜଣ କରୋନା ପଜିଟିଭ୍
  • ||
  • ପୁରୀ : ୨୯ ଦିନ ପରେ ରତ୍ନବେଦିକୁ ଫେରିଲେ ମହାବାହୁ, ଆଜି ମିଳିବ ନୀଳାଚଳ ଅବଢ଼ା
  • ||

ଓସ୍କାର ନାଇଟରେ ଦେଖିବାକୁ ମିଳିଲା ପ୍ରିୟଙ୍କା ନିକଙ୍କ ଏମିତି ଫଟୋ, ଏହାକୁ ଦେଖିଲେ ଆପଣ ବି କହି‌ବେ ପରଫେକ୍ଟ ଯୋଡ଼ି…

ମୁମ୍ବାଇ,୨୬।୨: ଓସ୍କାର ୨୦୧୯ର ରେଡ୍ କାରପେଟରେ ଦେଖିବାକୁ ମିଳିଥିଲେ ଶହ ଶହ ସେଲିବ୍ରିଟିଙ୍କୁ। ଏଥିରେ ବଡ ବଡ ସେଲିବ୍ରିଟି ମଧ୍ୟ ସାମିଲ ହୋଇଥିଲେ। ସେମାନଙ୍କ ମଧ୍ୟରେ ଦେଖିବାକୁ ମିଳିଥିଲା ଭାରତର ସେଲିବ୍ରିଟି ପ୍ରିୟଙ୍କା ଚୋପ୍ରା ଓ ତାଙ୍କ ପତି ନିକ୍ ଜୋନାସ୍। କଳା ରଙ୍ଗର ଗାଉନରେ ପ୍ରିୟଙ୍କା ଏବଂ କଳା ରଙ୍ଗର ସୁଟରେ ନିକ୍ ଦୁହେଁ ଦେଖିବାକୁ ଖୁବ୍ ସୁନ୍ଦର ଲାଗୁଥିଲେ। କେବଳ ସୁନ୍ଦର ନୁହେଁ, ଦୁହେଁ ଏତେ ଷ୍ଟାଇଲିସ୍ ଲାଗୁଥିଲେ ଯେ ଯିଏ ଦେଖୁଥିଲା ସିଏ କହୁଥିଲା ପରଫେକ୍ଟ ଯୋଡି।

ଓସ୍କାର ନାଇଟରେ ଉଭ​‌ୟେ କେବଳ ମଜ୍ଜା ଉଠାଇନଥିଲେ ଭିନ୍ନ ଭିନ୍ନ ପୋଜରେ ଫଟୋସୁଟ୍ ମଧ୍ୟ କରିଥିଲେ। ଜଣେ ଆଉ ଜଣଙ୍କର ହାତ ଧରି ପୋଜ୍ ଦେଉଥିବା ସମୟରେ ଆହୁରି ଜବରଦସ୍ତ ଲାଗୁଥିଲେ। ସେଥିରୁ କିଛି ଫଟୋ ପ୍ରିୟଙ୍କା ନିଜ ସୋସିଆଲ୍ ଆକାଉଣ୍ଟରେ ସେୟାର କରିଛନ୍ତି।

ପ୍ରିୟଙ୍କା ଓ ନିକଙ୍କ ପାଇଁ ଓସ୍କାର କାର୍ଯ୍ୟକ୍ରମ ବହୁତ ଖାସ୍ ଅଟେ। କାରଣ ୨୦୧୬ ଓସ୍କାର ପାର୍ଟିରେ ହିଁ ପ୍ରିୟଙ୍କା ଓ ନିକ୍ ଦୁହେଁ ଦୁହିଁଙ୍କୁ ଜାଣିଥିଲେ। ଏହା ପରେ ଦୁଇଜଣ ଡେଟ୍ କରିଥିଲେ। ଆଉ ଆଜି ଜଣେ ଅନ୍ୟଜଣଙ୍କର ଜୀବନସାଥୀ।

ହୋଇପାରେ ପ୍ରିୟଙ୍କା ଓ ନିକ୍ ନିଜର ସମ୍ପର୍କର ଆରମ୍ଭରୁ କାହାକୁ କିଛି କହିନାହାନ୍ତି ମାତ୍ର ଦୁହେଁ ଯେତେବେଳେ ଏକାଠି ହୋଇ ଆସନ୍ତି ଦୁହିଁଙ୍କ ମଧ୍ୟରେ କେବଳ ଭଲପାଇବା ହିଁ ନଜର ଆସେ। ପ୍ରିୟଙ୍କାଙ୍କ ଫିଲ୍ମ ବିଷୟରେ ଯଦି କଥା ହେବା ତାହାହେଲେ ଫରହାନ୍ ଅଖତାରଙ୍କ ସହିତ ଫିଲ୍ମ ‘ଦ ସ୍କାଏ ଇଜ୍ ପିଙ୍କ୍’ରେ ସେ ଦେଖାଦେବେ।

ସମ୍ବନ୍ଧିତ ଖବର