ବର ସାଜି ଭରିଲେ ନାମାଙ୍କନ

ଶାହଜହାନପୁର,୯ା୪(ଏଜେନ୍ସି): ଉତ୍ତର ପ୍ରଦେଶର ଶାହଜହାନପୁର ଲୋକସଭା ଆସନରୁ ନିର୍ବାଚନ ଲଢ଼ୁଥିବା ବୈଦ୍ୟରାଜ କିଶନ୍‌ ଆଜି ବର ବେଶରେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନପତ୍ର ଦାଖଲ କରିଛନ୍ତି । ନିଜ ବରଯାତ୍ରୀ (ସମର୍ଥକ)ଙ୍କ ସହ ଘୋଡ଼ା ପିଠିରେ ବସି ବେଶ୍‌ କିଛି ଦୂରରୁ ଆସି ନାମାଙ୍କନ ଭରିଛନ୍ତି ବୈଦ୍ୟରାଜ । ଆଜି ଏଭଳି ଅଭିନବ ଉପାୟରେ ନାମାଙ୍କନ ଭରିବା ପରେ ତାଙ୍କୁ ନେଇ ଆଜି ଦେଶବ୍ୟାପୀ ବେଶ୍‌ ଚର୍ଚ୍ଚା ହେଉଛି । ସଂଯୁକ୍ତ ବିକାଶ ପାର୍ଟିରୁ ସେ ଲୋକସଭା ନିର୍ବାଚନ ଲଢ଼ୁଛନ୍ତି । ବୈଦ୍ୟରାଜ ଅନେକ ବର୍ଷ ହେଲା ନିର୍ବାଚନ ଲଢ଼ିଆସୁଛନ୍ତି । ପ୍ରଥମେ ସେ ୱାର୍ଡମେମ୍ବର ନିର୍ବାଚନରୁ ରାଜନୈତିକ ଜୀବନ ଆରମ୍ଭ କରିଥିଲେ । କିନ୍ତୁ ଏହା ପୂର୍ବରୁ ସେ ୩ ଥର ଲୋକସଭା ନିର୍ବାଚନ ଲଢ଼ିଛନ୍ତି । ଆଜି ବରବେଶରେ ନିଜକୁ ସଜାଇ ଜିଲ୍ଲାପାଳ କାର୍ଯ୍ୟାଳୟ ଅଭିମୁଖେ ବାହାରିଥିଲେ ।

ନିଜକୁ ବର ସଜାଇବାରେ କୌଣସି ଊଣା କରିନଥିଲେ । ସାଙ୍ଗରେ ଥିବା ସମର୍ଥକମାନେ ମଧ୍ୟ ସଙ୍ଗୀତର ତାଳେ ତାଳେ ନାଚୁଥିଲେ । କିନ୍ତୁ ଜିଲ୍ଲାପାଳ କାର୍ଯ୍ୟାଳୟରେ ପହଞ୍ଚିବାକୁ ଆଉ କିଛି ବାଟ ବାକି ଥିବାବେଳେ ପୁଲିସ ସେମାନଙ୍କ ରୋକିଥିଲା । ସେହିଠାରୁ ବୈଦ୍ୟରାଜ ଓ ତାଙ୍କ ସମର୍ଥକ ଚାଲି ଚାଲି ଯାଇଥିଲେ । ଏ ବାବଦରେ ସାମ୍ବାଦିକଙ୍କୁ ସୂଚନା ଦେଇ ବୈଦ୍ୟରାଜ କୁହନ୍ତି, ରାଜନୀତିର ସେ ହେଉଛନ୍ତି ଜ୍ୱାଇଁପୁଅ । ଲୋକସଭା ନିର୍ବାଚନ ଫଳ ବାହାରିବା ପରେ କନ୍ୟା ସହ ଭେଟ ହେବ । ପୂର୍ବରୁ ମଧ୍ୟ ଲୋକସଭା ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲ ସମୟରେ ସେ ଭିନ୍ନ ଭିନ୍ନ ପନ୍ଥା ଅବଲମ୍ବନ କରିଛନ୍ତି । ଥରେ ସେ ମଇଁଷି ପିଠିରେ ବସି ନିଜକୁ ଯମରାଜଙ୍କ ବେଶରେ ସଜାଇ ନାମାଙ୍କନ ଭରିଥିଲେ । ଆହୁରି ଦିନେ ସେ କୋକେଇରେ ଶୋଇରହି ନିଜକୁ ଶବ ବନାଇ ନାମାଙ୍କନ ଭରିବାକୁ ଆସିଥିଲେ । ସେ ଆହୁରି କହିଛନ୍ତି, ୧୯୮୬ ଏପ୍ରିଲ ୮ରେ ତାଙ୍କର ବିବାହ ହୋଇଥିଲା । ତାହାକୁ ସ୍ମରଣ କରିବା ପୂର୍ବକ ସେ ବରବେଶରେ ପ୍ରାର୍ଥିପତ୍ର ଦାଖଲ କରିବାକୁ ଆସିଛନ୍ତି ।

   ସମ୍ବନ୍ଧିତ ଖବର


ନାଗାର୍ଜୁନ ବେଶ- ନିଷ୍ଠା ବଳରେ ମହାପ୍ରଭୁଙ୍କ ଏକ ଲକ୍ଷ ଅକ୍ଷତ ଅରୁଆ ଚାଉଳ ବଛା ଏବଂ କ୍ଷୀରି ପ୍ରସ୍ତୁତି

ନକଲି ରେଳ ଟିକେଟକୁ ସାବଧାନ- ମାତିଛନ୍ତି ଏ ପ୍ରକାରର ଦଲାଲ

ଗୁରୁତ୍ୱପୂର୍ଣ୍ଣ ଫାଇଲ ଚରିଯାଇଛନ୍ତି ଊଈ- ଶିକ୍ଷାଧିକାରୀ କାର୍ଯ୍ୟାଳୟର କର୍ମଚାରୀଙ୍କ ମନମୁଖୀ କାର୍ଯ୍ୟ

ଏଇ ଓଡିଶାରେ ଯୁବକ ଦେଉଛନ୍ତି ୨୫ ଟଙ୍କାରେ ପେଟପୁରା ସ୍ୱାଦିଷ୍ଟ ଖାଦ୍ୟ- ୧୦ ଟଙ୍କାରେ ସୁପ୍‌

କାର୍ତ୍ତିକ ବୈକୁଣ୍ଠ ଚତୁର୍ଦ୍ଦଶୀ- ଜାଣନ୍ତୁ ଏହାର ପର ଚାରି ମାସ କାହିଁକି କରାଯାଇ ନଥାଏ ଶୁଭ କାର୍ଯ୍ୟ

ଅଷ୍ଟ୍ରେଲିଆ ଉପରେ ଚୀନ୍‌ର ରାଗ- ଆମଦୀନୀ ହେଉଥିବା ମଦ ଉପରେ ବସାଇଲା ଦୁଇ ଶହ ପ୍ରତିଶତ ଟ୍ୟାକ୍ସ