ଘର ବାଲକୋନିରୁ ପକ୍ଷୀଙ୍କୁ ଦେଇ ପାରିବେ ନାହିଁ ଦାନା: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ ୨୦।୩: କୈାଣସି ବ୍ୟକ୍ତି ନିଜର ଘରର ବାଲକୋନିରେ ଠିଆ ହୋଇ ପକ୍ଷୀଙ୍କୁ ଦାନା ଦେଇ ପାରିବେ ନାହିଁ। ଏମିତି କରିବା ଦ୍ବାରା ସୋସାଇଟିରେ ରହୁଥିବା ଅନ୍ୟ ଲୋକମାନଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି। ପକ୍ଷୀଙ୍କୁ ଦାନା ଦେବା ଫଳରେ ସୋସାଇଟିରେ ପକ୍ଷୀଙ୍କ ମଳମୁତ୍ର ଓ ଦାନା ପଡ଼ିବା ହେତୁ ଅଳିଆ ଆବର୍ଜନାର ପଡ଼ି ରହୁଛି। ସୁପ୍ରିମକୋର୍ଟ ଏକ ମାମଲାରେ ଶୁଣାଣି ସମୟରେ ଏହି ଟିପ୍ପଣୀ ଦେଇଛନ୍ତି।

ଅଦାଲତଙ୍କ କହିବାନୁସାରେ, କୋଠାର ମାଲିକଙ୍କୁ ସୋସାଇଟି ଓ ଆରଡବ୍ଲଏ ନିୟମର ପାଳନ କରିବାକୁ ହେବ। ଜଣେ ମହିଳା ହାଇରାଇଜ ବିଲଡିଂରେ ପକ୍ଷୀଙ୍କୁ ଦାନ ଦେଉଥିବା ଉପରେ ରୋକ ଲଗାଇ ଅଦାଳତ ଏହି ନିଷ୍ପତ୍ତି ନେଇଛନ୍ତି। ବିଚାରପତି ୟୁ.ୟୁ ଲଳିତ ଓ ଇନ୍ଦୁ ମଲହୋତ୍ରାଙ୍କ ଖଣ୍ଡପୀଠ ଏହି ମାମଲାରେ ଶୁଣାଣି କରି କହିଛନ୍ତି, ଯଦି ଆପଣ ଏକ ରେସିଡେନଟାଲ ସୋସାଇଟିରେ ରହୁଛନ୍ତି ତେବେ ଆପଣଙ୍କୁ ଏହି ନିୟମ ପାଳନ କରିବାକୁ ପଡ଼ିବ।

ବମ୍ବେ ସିଟି ସିଭିଲ୍ ହାଇକୋର୍ଟ ୨୦୧୩ ମସିହା ସେପ୍ଟେମ୍ବର ୨୭ ତାରିଖରେ ଏକ ଆଦେଶରେ ମହିଳାଙ୍କ ଉପରେ ଫ୍ଲାଟର ବାଲକୋନିରୁ ପକ୍ଷୀଙ୍କୁ ଦାନ ଦେବା ଉପରେ ରୋକ ଲଗାଇଥିଲେ। ମହିଳା ଏହାପରେ ଏହି ଆଦେଶକୁ ବମ୍ବେ ହାଇକୋର୍ଯ ନିକଟରେ ଆବେଦନ ବି କରିଥିଲେ। ହେଲେ ସେଠାରେ ବି ମହିଳାଙ୍କ ଏହି ଆବେଦନକୁ ଖାରଜ କରି ଦିଆଯାଇଥିଲା।