ପ୍ରମୁଖ ଖବର
  • ବିହାର ପଟଣାରେ ଭୟାବହ ଅଗ୍ନିକାଣ୍ଡ; ହୁତୁ ହୁତୁ ହୋଇ ଜଳିଲା ହୋଟେଲ, ୩ ମୃତ
  • ||
  • କନିଷ୍ଠ ଶିକ୍ଷକ ନିଯୁକ୍ତି ମାମଲା, ଡିଭିଜନ ବେଞ୍ଚରେ ଅପିଲ କଲେ ରାଜ୍ୟ ସରକାର
  • ||
  • ପୁରୀରେ ପହଞ୍ଚିଲା ଦ୍ବିତୀୟ ପର୍ଯ୍ୟାୟ ରଥକାଠ, ସମୁଦାୟ ୨୫ ଖଣ୍ଡ କାଠ ଆସିଲା
  • ||
  • ବିଶ୍ୱ ମ୍ୟାଲେରିଆ ଦିବସ, ଏ ବର୍ଷର ଥିମ ‘ଅଧିକ ସମନ୍ୱିତ ବିଶ୍ୱ ପାଇଁ ମ୍ୟାଲେରିଆ ବିରୋଧୀ ଲଢ଼େଇକୁ ତ୍ୱରାନ୍ୱିତ କରିବା’
  • ||
  • ରବିବାର କଟକ ଆସିବେ ରାହୁଲ ଗାନ୍ଧୀ, କଂଗ୍ରେସ କର୍ମୀଙ୍କୁ ଦେବେ ବିଜୟ ମନ୍ତ୍ର
  • ||
  • IPL 2024: ଆଜି ବେଙ୍ଗାଲୁରୁକୁ ଭେଟିବ ହାଇଦ୍ରାବାଦ, ପ୍ଲେ-ଅଫ ପାଇଁ ରୟାଲ୍‌ ଚ୍ୟାଲେଞ୍ଜର୍ସର ଶେଷ ସୁଯୋଗ
  • ||
  • ଓଡ଼ିଶାର ପ୍ରଥମ ହସ୍ପିଟାଲ: ସମ୍‌ ଅଲ୍ଟିମେଟ୍‌ ମେଡିକେୟାରକୁ ଜେସିଆଇ ପ୍ରାଇମ୍‌ ସାର୍ଟିଫିକେଟ୍‌
  • ||

କ୍ୟାପିଟାଲ ହସ୍ପିଟାଲ ମେଡିସିନ୍‌ ଓପିଡି ଦୁଇ ଦିନ ବନ୍ଦ

ଭୁବନେଶ୍ୱର,୧୪/୦୭: ହସ୍ପିଟାଲ ପାଲଟିଛି କରୋନା ହଟ୍‌ସ୍ପଟ । ଡାକ୍ତର, ନର୍ସ ହେଉ କି ରୋଗୀ, ସବୁଦିନ ନୂଆ ସଂକ୍ରମଣ ଖବର ସାମ୍ନାକୁ ଆସୁଛି । କ୍ୟାପିଟାଲ ହସ୍ପିଟାଲରେ ରବିବାର ମେଡିସିନ୍‌ ବିଭାଗର ଜଣେ ମେଡିସିନ୍‌ ଡାକ୍ତର ସଂକ୍ରମିତ ହୋଇଥିଲେ । ଏହା ପରେ କ୍ୟାପିଟାଲ ହସ୍ପିଟାଲକୁ ବି ବିପଦ ଘନେଇଛି । ପୂର୍ବରୁ ଦୁଇ ଜଣ ଷ୍ଟାଫ୍‌ ନର୍ସ ମଧ୍ୟ ସଂକ୍ରମିତ ହୋଇଥିଲେ। ମେଡିସିନ୍‌ ଓପିଡିରୁ ସଂକ୍ରମିତ ଚିହ୍ନଟ ହେବା ପରେ ଗତକାଲି ମେଡିସିନ୍‌ ଓପିଡିକୁ ବନ୍ଦ କରିଦେଇଛନ୍ତି ହସ୍ପିଟାଲ କର୍ତ୍ତୃପକ୍ଷ । ଏହା ସହ ଓପିଡିକୁ ସାନିଟାଇଜ୍‌ କରାଯାଇଛି । ମଙ୍ଗଳବାର ମଧ୍ୟ ସାନିଟାଇଜ୍‌ ହେବ।

ଓପିଡି ଆଜି ମଧ୍ୟ ବନ୍ଦ ରହିବ । ତେବେ ବୁଧବାର ଦିନ ଓପିଡି ଖୋଲା ରହିବ । ଏପଟେ ଓପିଡିରେ ଡ୍ୟୁଟି କରିଥିବା ସମସ୍ତ ଡାକ୍ତରଙ୍କ କରୋନା ପରୀକ୍ଷା କରାଯିବ । ପଜିଟିଭ୍‌ ଡାକ୍ତରଙ୍କ ସଂସ୍ପର୍ଶରେ ଆସିଥବା ୨୨ ଜଣଙ୍କୁ ଚିହ୍ନଟ କରାଯାଇଛି । ଆଜି ସେମାନଙ୍କ ନମୁନା ପରୀକ୍ଷା କରାଯିବ । ଏ ପଟେ ସୋମବାର ମେଡିସିନ୍‌ ଭଳି ଗୁରତ୍ୱପୂର୍ଣ୍ଣ ବିଭାଗଓ ଓପିଡି ବନ୍ଦ ଥିବାରୁ ରୋଗୀ ବହୁତ ହଇରାଣ ହୋଇଛନ୍ତି । ଅନେକ ରୋଗୀ କାଜୁଆଲଟିରେ ଡାକ୍ତର ଦେଖାଇଛନ୍ତି । କାଜୁଆଲଟିରେ ମଧ୍ୟ ଡାକ୍ତରଙ୍କ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଛି । ତେବେ କାଜୁଆଲଟିରେ କେବଳ ଡାକ୍ତରଙ୍କୁ ପିପିଇ ଦିଆଯାଇଥିବା ବେଳେ ହସ୍ପିଟାଲ ଆଟେଣ୍ଡାଣ୍ଟଙ୍କୁ କିଛି ଦିଆଯାଇନି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.