କାରକୁ ପିଟିଲା ବସ୍; କାର୍ ଡ୍ରାଇଭର ମୃତ, ୫୦ରୁ ଅଧିକ ଯାତ୍ରୀ ଆହତ

ଯାଜପୁର ୨୦|୪:ଯାଜପୁରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଛି । କାରକୁ ବସ୍ ପିଟିବା ଫଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ବେଳେ ବସରେ ଥିବା ୫୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।

ସୂଚନାଯୋଗ୍ୟ ଯେ, ଯାଜପୁର ଜିଲ୍ଲା ଅନ୍ଧାରୀ ଛକ ନିକଟରେ ଏକ କାର୍ କୁ ଧକ୍କା ଦେଇଛି ଯାତ୍ରାବାହୀ ବସ୍ । କାର୍ କୁ ଧକ୍କା ଦେବା ପରେ ବସ୍ ଟି ରାସ୍ତା କଡକୁ ଖସିପଡିଛି । ଫଳରେ କାର୍ ଡ୍ରାଇଭରଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ବସ୍ ରେ ଥିବା ୫୦ଜଣ ଯାତ୍ରୀ ଆହତ ହୋଇଛନ୍ତି । ଆହତମାନଙ୍କୁ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।