ଓଭରବ୍ରିଜ୍ ଉପରେ ଜଳିଗଲା କାର୍, ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବିଭାଗ

ଭୁବନେଶ୍ବର ୧୪।୧: ଓଭରବ୍ରିଜ୍ ଉପରେ ହୁତୁ ହୁତୁ ହୋଇ ଜଳିଗଲା କାର୍ । ଅଳ୍ପକେ ବର୍ତ୍ତିଲେ କାର୍‌ରେ ଥିବା ସମସ୍ତ ଯାତ୍ରୀ । ନିଆଁକୁ ଆୟତ କରିଛନ୍ତି ଅଗ୍ନିଶମବାହିନୀ କର୍ମଚାରୀ । ମାତ୍ର ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି ।

ସୂଚନାଯୋଗ୍ୟ ଯେ, ଭୁବନେଶ୍ବର ସ୍ଥିତ ବରମୁଣ୍ଡା ଓଭରବ୍ରିଜ୍ ଉପରେ ରାସ୍ତା ମଝିରେ ଜଳିଯାଇଛି କାର୍ । ତେବେ ହଠାତ୍ କାର୍ ଟିରେ ନିଆଁ ଲାଗିବା ଦେଖି କାର୍ ରେ ବସିଥିବା ଯାତ୍ରୀ ବାହାରକୁ ଚାଲିଆସିଥିଲେ । ଫଳରେ ସେମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଖବର ପାଇଁ ଅଗ୍ନିଶମ ବାହିନୀ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ତେବେ ଗାଡିରେ କେଉଁ କାରଣରୁ ନିଆଁ ଲାଗିଲା ତାହା ସ୍ପଷ୍ଟ ଭାବେ ଜଣାପଡିନାହିଁ ।