PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେବଗଡ : ରିଆମାଳ ରେଞ୍ଜ ନୁଆଁଡିହି ସେକ୍ସନ ଖିଲେଇ ଜଙ୍ଗଲରେ ହାତୀ ଆକ୍ରମଣ ଯୋଗୁଁ ବନ ଶ୍ରମିକ ଗୁରୁତର
  • ||
  • କୋଣାର୍କ : ରୋଗ କଷ୍ଟ ସହିନପାରି ସ୍କୁଲ ହତାରେ ଆତ୍ମହତ୍ୟା କଲେ ବୃଦ୍ଧ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୫୦କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୩୪ ପଜେଟିଭ୍
  • ||
  • ନୀଳଗିରି : ମାଡ଼ିଆସୁଛନ୍ତି ନୀଳଗିରି ଆଡକୁ ଝାଡ଼ଖଣ୍ଡ ହାତୀ, ଚାଷୀ ଆତଙ୍କିତ
  • ||
  • କଳାହାଣ୍ଡି : ପୋଖରୀରେ ବୁଡି ୨ ଶିଶୁ ମୃତ
  • ||
  • ଜଳେଶ୍ଵର : ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳକା, ବନ୍ୟା ପାଣି ଘେରରେ ୧୦ରୁ ଉର୍ଦ୍ଧ୍ଵ ଗ୍ରାମ
  • ||
  • ଲମତାପୁଟ : ଅଟୋରୁ ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଗାଡି ଛାଡି ୨ ମାଫିଆ ଫେରାର୍
  • ||

ଭାରସାମ୍ୟ ହରାଇ ଓଲଟିଲା କାର୍‌, ସମ୍ବଲପୁର ଏସ୍‌ଡିପିଓ ଆହତ

ସମ୍ବଲପୁର ୦୯/୦୮: ଅନୁଗୁଳ ଜିଲ୍ଲା ଦେଇ ଯାଇଥିବା ୫୫ ନମ୍ବର ଜାତୀୟ ରାଜପଥର କିଶୋରନଗର ଥାନା ଇଲାକା ଆମ୍ବପାଳଠାରେ ଶନିବାର ଅପରାହ୍ଣ ୫ଟାରେ ଏକ ସଡ଼କ ଦୁର୍ଘଟଣା ଘଟିଛି । ଭାରସାମ୍ୟ ହରାଇ ଏକ କାର୍‌ ଓଲଟି ପଡ଼ିଥିବା ବେଳେ ସମ୍ବଲପୁର ଏସ୍‌ଡିପିଓ ତପନ ମହାନ୍ତି ଆହତ ହୋଇଥିବା ଜଣାପଡ଼ିଛି । ଶ୍ରୀ ମହାନ୍ତି ନିଜ କାର୍‌ ଯୋଗେ ସମ୍ବଲପୁରରୁ ଭୁବନେଶ୍ୱର ଯାଉଥିଲେ । ଆମ୍ବପାଳ ଠାରେ ଏକ ଖାଲରେ ଭାରସାମ୍ୟ ହରାଇଥିଲେ । ଫଳରେ କାର୍‌ଟି ଓଲଟି ପଡ଼ିଥିଲା । ବଇଣ୍ଡା ଅସହାୟ ସହାୟତା କମିଟି ଓ ସ୍ଥାନୀୟ ଲୋକ ଶ୍ରୀ ମହାନ୍ତିଙ୍କୁ କାର୍‌ରୁ ଉଦ୍ଧାର କରିଥିଲେ । ପ୍ରାଥମିକ ଚିକିତ୍ସା ପରେ ଶ୍ରୀ ମହାନ୍ତିଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି । ସେ ସୁସ୍ଥ ଥିବା ଜଣାପଡ଼ିଛି । କିଶୋରନଗର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।