ବନେଟ୍ ଉପରେ ଲଟକାଇ ୨ କିମି ପର୍ଯ୍ୟନ୍ତ ଘୋଷାରି ନେଲା କାର୍ ଡ୍ରାଇଭର୍: ବ୍ଯକ୍ତି ଜଣକ ଚିଲ୍ଲାଇଲେ ବଞ୍ଚାଅ, ବଞ୍ଚାଅ; ଆଉ ତା ପରେ…

ନୁଆଦିଲ୍ଲୀ ୭/୩: ଗାଜିୟାବାଦରେ ଜଣେ କାର୍ ଚାଳକଙ୍କ ଦବଙ୍ଗଗିରି ସାମ୍ନାକୁ ଆସିଛି । କାର୍ ଚାଳକଜଣଙ୍କ ଜଣେ ବ୍ଯକ୍ତିଙ୍କୁ ନିଜ କାର୍ ବନେଟ ଉପରେ ଲଟକାଇ ୨ କିମି ପର୍ଯ୍ୟନ୍ତ ନେଇଯାଇଛନ୍ତି । ବ୍ଯକ୍ତି ଜଣକ ବଞ୍ଚାଅ, ବଞ୍ଚାଅ ବୋଲି ଚିତ୍କାର କରୁଥିଲେ । ଏହି ସମୟରେ ରାସ୍ତାରେ ଥିବା ଅନ୍ଯ ଗାଡି ଚାଳକଙ୍କ ଚେଷ୍ଟା ଯୋଗୁଁ ସେ ଗାଡି ଅଟାଇକାଇବା ଫଳରେ ଏକ ସମ୍ଭାବ୍ଯ ଦୁର୍ଘଟଣାରୁ ରକ୍ଷା ପାଇଯାଇଛନ୍ତି ବନେଟରେ ଲଟକିଥିବା ବ୍ଯକ୍ତି ଜଣକ । ତେବେ ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ପୋଲିସ ଏକ ଏଫଆଇଆର ରେଜିଷ୍ଟର କରି କାର୍ଯାନୁଷ୍ଠାନ ଆରମ୍ଭ କରିଛି ।
#WATCH In a shocking case of road rage seen in Ghaziabad, driver of a car drove for almost 2 kilometers with a man clinging on to the car bonnet. The driver was later arrested by Police (6.3.19) (Note:Strong language) pic.twitter.com/hocrDi7qgg
— ANI UP (@ANINewsUP) March 7, 2019
ପ୍ରାୟ ୨ ମିନିଟ୍ ପର୍ଯ୍ଯନ୍ତ ବ୍ଯକ୍ତି ଜଣକ କାର୍ ବନେଟ୍ ଉପରେ ଲଟକିଥିଲେ । ଡ୍ରାଇଭର ଜଣକ ଦ୍ରୁତ ଗତିରେ କାର୍ ଚଳାଇ ଖସିଯିବାକୁ ଉଦ୍ଯମ କରୁଥିଲେ । ତେବେ ଅନ୍ଯ ଡ୍ରାଇଭରମାନେ ତାଙ୍କ କାର୍ ଆଗରେ ଗାଡି ରଖିଦେବା ଫଳରେ ସେ କାର୍ ରଖିବାକୁ ବାଧ୍ଯ ହୋଇଥିଲେ । ବ୍ଯକ୍ତିଙ୍କ ଜୀବନ ବଞ୍ଚିଯାଇଥିଲା ।
ବ୍ୟକ୍ତି ଜଣକ କହିଛନ୍ତି ଯେ କାରଟି ପ୍ରଥମେ ତାଙ୍କ ଧକ୍କା ଦେଇଥିଲା । ମାତ୍ର ଦୁର୍ଘଟଣାରୁ ବଞ୍ଚିବା ପାଇଁ ସେ କାର୍ ବନେଟ୍ ଉପରକୁ କୁଦି ପଡିଥିଲେ । ଏହାପରେ କାର୍ ଚାଳକ ନିଜ ଗତି ବଢାଇ ଜୋରରେ ୨ କିମି ପର୍ଯ୍ୟନ୍ତ ନେଇଆସିଥିଲେ । ତେବେ ଏହା ମଧ୍ଯରେ ଅନେକ ଥର କାର୍ ବ୍ରେକ୍ ମାରି ତାଙ୍କୁ ଖସାଇବାକୁ ଚେଷ୍ଟା କରିଥିଲା ବୋଲି କହିଛନ୍ତି ବ୍ଯକ୍ତି ଜଣକ ।