ଗାଈକୁ ବଞ୍ଚାଇବାକୁ ଯାଇ ଓଲଟିଲା କାର୍, ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ହିରୋ ସୋରୁମ୍‌ ଦମ୍ପତି

ତିହିଡି ୨୭/୧୧: ଭଦ୍ରକ ଜିଲ୍ଲା ତିହିଡି ଅଞ୍ଚଳରେ ଏକ ମର୍ମନ୍ତୁଦ କାର ଦୁର୍ଘଟଣା ଘଟିଥିଲା । କାର୍‌ଟି ଏକ ଗାଈକୁ ରକ୍ଷା କରିବାକୁ ଯାଇ ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିଯାଇ ସଂପୂର୍ଣ୍ଣ ଓଲଟି ପଡିଥିଲା । ଏହି କାରରେ ବସିଥିଲେ ତିହିଡି ହିରୋ ସୋରୁମର ପ୍ରୋପାଇଟର ଦମ୍ପତି ।

ତିହିଡିରୁ ଆରଡି ଅଭିମୁଖେ ଯାଉଥିବା ଏହି ହିରୋ ସୋରୁମ ଦମ୍ପତି କାରରେ ଯାଉଥିବା ବେଳେ ଓଳଗ ଠାରେ ଏକ ଗାଈ ଗାଡି ସାମ୍ନାକୁ ଆସିଯିବାରୁ ତାକୁ ବଞ୍ଚେଇବାକୁ ଯାଇ ଗାଡ଼ିଟି ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ରାସ୍ତା ତଳକୁ ଖସିଯାଇ ଗାଡ଼ିଟି ପଲଟି ହୋଇ ଯାଇଥିଲେ ମଧ୍ୟ ଗାଡ଼ିରେ ବସିଥିବା ଉଭୟ ସ୍ୱାମୀ ସ୍ତ୍ରୀ ସିଟ୍‌ ବେଲ୍ଟ ବାନ୍ଧିଥିବାରୁ ଅଳ୍ପକେ ବର୍ତ୍ତୀ ଯାଇଥିଲେ। ସ୍ଥାନୀୟ ଲୋକ ଗାଡ଼ି ଭିତରୁ ଉଭୟଙ୍କୁ ଉଦ୍ଧାର କରିଥିଲେ । ଗାଡ଼ି ଚଳାଉଥିବା ସୋରୁମ ପ୍ରୋପାଇଟର ଦିଲ୍ଲୀପ ବଳ ପାଖ ସିଟରେ ନିଜ ସ୍ତ୍ରୀଙ୍କୁ ବସାଇଥିଲେ । ଆରଡି ଦର୍ଶନ କରିବାକୁ ଯାଉଥିବା ବେଳେ ଏପରି ଦୁର୍ଘଟଣା ଘଟିଥିଲା ।