ଭାରସାମ୍ୟ ହରାଇ ଓଲଟିଲା କାର୍, ୨ ମୃତ ୨ ଆହତ

ଯାଜପୁର, ୦୮/୦୧ : ଭାରସାମ୍ୟ ହରାଇ ଓଲଟିଲା କାର୍। ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଧନପୁର ଛକ ନିକଟରେ ଏଭଳି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଦୁର୍ଘଟଣାଗ୍ରସ୍ତ ହୋଇଥିବା କାର୍ରେ ୪ ଜଣ ବସିଥିଲେ। ସେମାନଙ୍କ ମଧ୍ୟରୁ ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୨ ଜଣ ଆହତ ହୋଇଛନ୍ତି।
ମୃତକମାନେ ହେଲେ ଚନ୍ଦନ କୁମାର ମଲ୍ଲିକ ଓ ଦେବାଶିଷ ନାୟକ। ସେମାନଙ୍କ ଘର ଯାଜପୁର ରୋଡ଼ ଥାନା ଝାଟିଆସାହି ଗ୍ରାମରେ । ବିଳମ୍ବିତ ରାତିରେ ଏହି ଅଘଟଣ ଘଟିଥିବା ବେଳେ ସ୍ଥାନୀୟ ଲୋକଙ୍କ ସହାୟତାରେ ୧୦୮ ଆମ୍ବୁଲାନ୍ସ ଯୋଗେ ସମସ୍ତ ୪ ଜଣଙ୍କୁ ପ୍ରଥମେ ନିକଟସ୍ଥ ଯାଜପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ଡାକ୍ତର ସେଠାରେ ୨ ଜଣଙ୍କୁ ମୃତ ଘୋଷଣା କରିଛନ୍ତି। ଅନ୍ୟ ଦୁଇ ଆହତଙ୍କର ଚିକିତ୍ସା ଚାଲିଥିବା ସୂଚନା ମିଳିଛି।