ମାତ୍ର ୩୦୦ ଟଙ୍କାରେ କାରକୁ ରଖନ୍ତୁ ସୁରକ୍ଷିତ

ନୂଆଦିଲ୍ଲୀ ୧୬/୧୦: ଭାରତୀୟ ବଜାରରେ ଏବେ ଅନେକ ହାଇଟେକ୍ କାର୍ ଆସୁଛି । ଏଗୁଡିକୁ ଆପ୍ ସାହାଯ୍ୟରେ ଅପରେଟ୍ କରିହେବ । ଏହା ସହିତ ଏଥିରେ ଅନେକ ସିକ୍ୟେରିଟି ଫିଚର୍ସ ମଧ୍ୟ ମିଳୁଛି । ଏହା ସତ୍ତ୍ୱେ କାର୍ ଚୋରି ହେବା ମାମଲା ସାମ୍ନାକୁ ଆସୁଛି । ତେଣୁ କାର୍ ସେଫ୍ଟି ଅଧିକ ଜରୁରୀ ହୋଇଗଲାଣି । ଆଜି ଆମେ କାରର ସେଫ୍ଟି ସମ୍ପର୍କିତ ଲକ୍ ସମ୍ପର୍କରେ କିଛି ଜଣାଇବାକୁ ଯାଉଛୁ ଯାହା ଫଳରେ ଆପଣଙ୍କ କାର୍ ଅଧିକ ସୁରକ୍ଷିତ ହୋଇଯିବ ।

ବ୍ୟବହାର କରନ୍ତୁ ଗିୟର ଲକ୍
କାରକୁ ସୁରକ୍ଷିତ ରଖିବା ପାଇଁ ବଜାରରେ ଅନେକ ପ୍ରକାର ଲକ୍ ମିଳୁଛି । କିନ୍ତୁ ଗିୟର କଲ୍ କାରକୁ ଅଧିକ ସୁରକ୍ଷିତ କରିଥାଏ । ଏହି ଲକ ବହୁତ ଛୋଟ ଏବଂ ଶସ୍ତା । ଏହାକୁ ବ୍ୟବହାର କରିବା ମଧ୍ୟ ସହଜ । ଏହା ମାନୁଆଲ୍ ଏବଂ ଅଟୋମେଟିକ୍ ଉଭୟ ଗିୟର ବକ୍ସରେ କାମ କରେ । ହ୍ୟାଚବ୍ୟାକରୁ ନେଇ ସେଡାନ ଓ ଏସୟୁଭି ସବୁ ଗାଡିରେ ଏହାକୁ ବ୍ୟବହାର କରିହେବ । ଏହା ବହୁତ ମଜଭୁତ, ଏହାକୁ ସହଜରେ ଭାଙ୍ଗି କିମ୍ବା କାଟି ହେବନି ।

ଏହି ଲକର ପୂରା କିଟ୍ ଅଛି ଯାହାକୁ ଗିୟର ବକ୍ସରେ ଫିଟ୍ କରାଯାଏ । କିଟରେ ଗୋଟିଏ ହ୍ୟାଣ୍ଡେଲ ଅଛି, ଯାହାକୁ ଗିୟରରେ ଫସାଇ ଲକ୍ କରିଦିଆଯାଏ । ଅର୍ଥାତ୍ ଯଦି କେହି ଚୋର ଆପଣଙ୍କ କାରର ଡୋର୍ ଲକ୍ ଭାଙ୍ଗି ଭିତରକୁ ଯିବ ଏବଂ କାର୍ ଷ୍ଟାର୍ଟ ମଧ୍ୟ କରିଦେବ କିନ୍ତୁ ସେ ଗିୟର ପକାଇ ପାରିବନି । ଅର୍ଥାତ୍ କାର୍ ଆଗକୁ ଗଡିବନି ।

୩୦୦ ଟଙ୍କାରୁ ଆରମ୍ବ
କାରର ଗିୟର ଲକର ଅନଲାଇନ୍ ପ୍ରାଇସ୍ ମାତ୍ର ୨୯୯ ଟଙ୍କାରୁ ଆରମ୍ଭ ହେଉଛି  । ତେବେ କ୍ୱାଲିଟି ଅନୁସାରେ ଏହାର ଦାମ୍ ୩୦୦୦ ପର୍ଯ୍ୟନ୍ତ ରହିଛି । ଅଫଲାଇନ୍ ମାର୍କଟରେ ମଧ୍ୟ ଏହାକୁ କମ୍ ଦାମରେ କ୍ରୟ କରିହେବ ।

   ସମ୍ବନ୍ଧିତ ଖବର


ଦଶାନନ ରାବଣଙ୍କର ଏହି ସ୍ଥାନରେ ଅଛି ଶହେ ବର୍ଷ ତଳର ପୁରୁଣା ମନ୍ଦିର, ବର୍ଷକୁ ଥରେ ମିଳିଥାଏ ଦର୍ଶନ

ସରକାରୀ କର୍ମଚାରୀଙ୍କ ପାଇଁ ମାରୁତି ସୁଜୁକିର ସ୍ୱତନ୍ତ୍ର ଅଫର: ପାର୍ବଣ ଅଫର ବାଦ୍‌ ମିଳିବ ସ୍ୱତନ୍ତ୍ର ବେନିଫିଟ୍‌

ଇଲେକ୍ଟ୍ରିବିଲ,ଭୋଟର କିମ୍ବା ପାନ୍ କାର୍ଡ ନଥିଲେ ଆଧାରକାର୍ଡ ହୋଇପାରିବ ଅପଡେଟ୍, ଜାଣନ୍ତୁ କିପରି ହେବ ସମ୍ଭବ?

ବିବାହ କରିଲେ ନେହା କକ୍କର – ରୋହନପ୍ରୀତଙ୍କ ହାତ ଧରିଲେ

ମୋ ସିନ୍ଦୂର ମୋର – ସ୍ୱାମୀଙ୍କ ପ୍ରେମିକାଙ୍କୁ ଛୁରୀରେ ଆକ୍ରମଣ କଲେ ମହିଳା !

ଆଣ୍ଡ୍ରଏଡ୍‌ ୟୁଜର୍ସ ସାବଧାନ, ଭୁଲରେ ବି ଡାଉନଲୋଡ କରନ୍ତୁ ନାହିଁ ଏହି ୧୯ ଆପ୍ସ