କୋରାପୁଟ:୩ ଜଣ ଥିବା ବେଳେ ଭାରସାମ୍ୟ ହରାଇ କେନାଲ୍ରେ ପଶିଲା କାର- ଦୁଇ ଉଦ୍ଧାର ଅନ୍ୟ ଜଣେ ନିଖୋଜ

ଭୁବନେଶ୍ୱର- କୋରାପୁଟ ଜୟପୁରରେ ଥିବା ବାଳକ ଉଚ୍ଚ ବିଦ୍ୟାଳୟ ପଛପଟେ ଥିବା କେନାରେ ପଶିଗଲା ସ୍ୱିଫ୍ଟ ଡିଜାଏର୍ କାର୍ ।ଏହା ମଧ୍ୟରେ ୩ ଜଣ ବ୍ୟକ୍ତି ଥିବା କୁହାଯାଉଛି । ପୁରୁଣାଗଡ ନିକଟରେ ଥିବା କେନାଲରେ ଏହି ଅଘଟଣ ଘଟିଛି । ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ୨ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିବା ବେଳେ ଜଣେ ଏବେ ବି ନିଖୋଜ ଅଛନ୍ତି ।
ଗୁରୁତରମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । କେଉଁ କାରଣରୁ କାର୍ଟି ଭାରସାମ୍ୟା ହରାଇ କେନାଲ୍ ଭିତରେ ପଶିଗଲା ତାହା ଜଣା ପଡି ନାହିଁ । ଅଗ୍ନିଶମ ବିଭାଗ ପକ୍ଷରୁ ଏବେ ବି ତଲାସୀ କାର୍ଯ୍ୟ ଜାରି ରହିଛି ।