ପ୍ରମୁଖ ଖବର
  • କାମାକ୍ଷାନଗର: ଅଜଣା ଗାଡ଼ି ଧକ୍କା ରେ ସାଇକେଲ ଆରୋହୀ ଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକଙ୍କ ରାସ୍ତା ରୋକ
  • ||
  • ଆସିଲା ବିଜେଡି ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା, ଚମ୍ପୁଆରୁ ସନାତନ ମହାକୁଡ଼, ବଡଚଣାରୁ ବର୍ଷା ପ୍ରିୟଦର୍ଶିନୀ
  • ||
  • ଦିଲ୍ଲୀପ ରାୟଙ୍କ ରାସ୍ତାରେ ନିହାର କଣ୍ଟା ! ପ୍ରାର୍ଥୀ ଚୟନକୁ ନେଇ ଦେଖା ଦେଇଛି ବିବାଦ
  • ||
  • ଆଜି ପ୍ରକାଶ ପାଇବ ୟୁଜିସି-ନେଟ୍‌ ଜୁନ୍‌ ସେସନ୍‌-୨୦୨୪ ଆବେଦନ ପ୍ରକ୍ରିୟା
  • ||
  • ବାଇକ୍‌କୁ ଧକ୍କା ଦେଲା ଆମ୍ଵୁଲାନ୍ସ, ଦୁଇ ଶିଶୁଙ୍କ ଆଖି ଆଗରେ ଚାଲିଗଲା ବାପା-ମାଙ୍କ ଜୀବନ
  • ||
  • ହୀରାକୁଦରେ ଡଙ୍ଗା ବୁଡି ଟ୍ରାଜେଡି: ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି, ଜଣେ ଏବେ ବି ନିଖୋଜ
  • ||
  • ମେ'୧ରୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଭିତରକନିକା
  • ||
  • ଶନିବାର ବାହୁଡ଼ିବେ ମହାପ୍ରଭୁ ଶ୍ରୀଲିଙ୍ଗରାଜ: ଦିନ ସାଢ଼େ ୧ରେ ପହଣ୍ଡି, ସାଢେ ୩ଟାରେ ରଥଟଣା
  • ||
  • ଶନିବାର ବିଶ୍ବପ୍ରସିଦ୍ଧ ରଥଯାତ୍ରା ପ୍ରଥମ ସମନ୍ୱୟ ବୈଠକ, ଅଧ୍ୟକ୍ଷତା କରିବେ ଆର୍‌ଡିସି
  • ||
  • ଆଜି ବି ଅତି ଭୀଷଣ ଗ୍ରୀଷ୍ମପ୍ରବାହ, ୨୧ ଯାଏ ନିସ୍ତାର ନାହିଁ, କାଳବୈଶାଖୀ ପାଇଁ କମିପାରେ ତାତି
  • ||
  • IPL ୨୦୨୪: ଆଜି ଦିଲ୍ଲୀ-ହାଇଦ୍ରାବାଦ ଲଢ଼େଇ, କ୍ୟାପିଟାଲ୍ସ ଗଡ଼ ଧ୍ୱଂସ ପଥରେ ସନରାଇଜର୍ସ
  • ||
  • ହୀରାକୁଦରେ ଡଙ୍ଗା ବୁଡି ଟ୍ରାଜେଡି, ଦୁଇ ମୃତ, ୭ ନିଖୋଜ, ସକାଳୁ ଉଦ୍ଧାର କାର୍ଯ୍ୟ ଆରମ୍ଭ
  • ||

ରାଜଧାନୀରେ ବାଂଲାଦେଶୀ ଲୁଟେରାଙ୍କ ଆତଙ୍କ: ବ୍ୟବସାୟୀଙ୍କ କାର୍‌ କାଚ ଭାଙ୍ଗି ଲୁଟିନେଲେ ୧.୨୦ଲକ୍ଷ, ସିସିଟିଭି ଯାଞ୍ଚ କରୁଛି ପୁଲିସ

ଭୁବନେଶ୍ୱର୦୪/୦୩ : ରାଜଧାନୀରେ ରାତି ପାହିଲେ ଚୋରି ଆଉ ଲୁଟ୍‌ । ଡକାୟତି ଓ ରାହାଜାନି ବି ପ୍ରବଳ । ମଙ୍ଗଳବାର ଅପରାହ୍ଣରେ ଜନ ଗହଳିପୂର୍ଣ୍ଣ ସ୍ଥାନ ଶ୍ରୀୟା ଛକରୁ କାର୍‌ କାଚ ଭାଙ୍ଗି ୧ ଲକ୍ଷ ୨୦ ହଜାର ଟଙ୍କା ଲୁଟି ନେଇଛନ୍ତି । ଲୁଟ୍‌ର ଶିକାର ହୋଇଛନ୍ତି ଲକ୍ଷ୍ମୀସାଗର ଥାନା ବମିଖାଲରେ ରହୁଥିବା ବ୍ୟବସାୟୀ କୃଷ୍ଣପ୍ରିୟା ପଟ୍ଟନାୟକ । ଏନେଇ ସେ ଖାରବେଳନଗର ଥାନାରେ ଅଭିଯୋଗ କରିଛନ୍ତି । ଏଥିରେ ବାଂଲାଦେଶୀ ଲୁଟେରା ସଂପୃକ୍ତ ଥିବା ଆଶଙ୍କାରେ ପୁଲିସ ଆରମ୍ଭ କରିଛି ତନାଘନା ।

ମିଳିଥିବା ସୂଚନା ମୁତାବକ, ବମିଖାଲ କୃଷ୍ଣପ୍ରିୟାଙ୍କ ଏକ ସାନିଟାରୀ ଦୋକାନ ରହିଛି । ବୁଧବାର ଦିନ ସେ କୌଣସି କାମରେ ଖାରବେଳ ନଗର ଆସିଥିଲେ । ପ୍ରଥମେ ସେ ବ୍ୟାଙ୍କ୍‌କୁ ଯାଇ ୧ଲକ୍ଷ ୨୦ ହଜାର ଟଙ୍କା ଉଠାଇ ଥିଲେ । ନରୁଲା ବିଲ୍ଡିଂ ପାଖରେ ଗାଡ଼ି ରଖି ନିକଟକୁ କୌଣସି କାମରେ ଯାଇଥିଲେ । ଗାଡିରେ ଟଙ୍କା ବ୍ୟାଗ୍‌ ଥିଲା । କିଛି ସମୟ ପରେ ସେ ଫେରି ଦେଖିଥିଲେ ଗାଡିର କାଚ ଭାଙ୍ଗିବା ସହ ସିଟ୍‌ରେ ଟଙ୍କା ବ୍ୟାଗ୍‌ ନାହିଁ । ଟଙ୍କା ଲୁଟ୍‌ ହୋଇଥିବା ଜାଣି ସେ ଖାରବେଳ ନଗର ଥାନାକୁ ଫୋନ୍‌ କରିଥିଲେ । ପୁଲିସ୍‌ ଘଟଣାସ୍ଥଳରେ ଲାଗିଥିବା ସିସି ଟିଭି ଫୁଟେଜକୁ ଯାଞ୍ଚ କରିଥିଲେ । ହେଲେ ଲୁଟେରାଙ୍କ ବିଷୟରେ ଟେର ମିଳି ନଥିଲା । କେବଳ ଏହି ଘଟଣା ନୁହେଁ, ରାଜଧାନୀରେ ଗୋଟିଏ ସପ୍ତାହ ଭିତରେ ୫୫ରୁ ଅଧିକ ଲୁଟ୍‌ ହୋଇଥିବା ଥାନାରେ ଅଭିଯୋଗ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.