ପ୍ରମୁଖ ଖବର
  • ହିଞ୍ଜିଳି : ହିଞ୍ଜିଳିରୁ ଶଙ୍ଖନାଦ କଲେ ମୁଖ୍ୟମନ୍ତ୍ରୀ, କହିଲେ ଆରମ୍ଭ ହେଲା ବିଜେଡିର ବିଜୟ ଯାତ୍ରା
  • ||
  • ଭୁବନେଶ୍ୱର : ମସଲା ବ୍ୟାନ୍‌ ପ୍ରସଙ୍ଗ: ମସଲା ବ୍ୟାନ୍‌ର ମୂଳ କାରଣକୁ ଚିହ୍ନଟ କରାଯିବ
  • ||
  • ଭୁବନେଶ୍ୱର : ନକଲି ପୁଲିସ୍‌, ସିବିଆଇ ଅଧିକାରୀ କହି ଲୁଟୁଥିଲେ; ଇରାନୀ ମୁସଲିମ୍‌ ଗ୍ୟାଙ୍ଗ୍‌ର ୭ ଗିରଫ
  • ||
  • ଭୁବନେଶ୍ୱର : ଲିଭୁନି ଚନ୍ଦକା ନିଅ, ୧୨ ଘଣ୍ଟା ନାକେଦମ୍‌ ବନ କର୍ମଚାରୀ
  • ||
  • ଫୁଲବାଣୀ : ବାରହା ଆକ୍ରମଣରେ ମହିଳା ମୃତ
  • ||
  • ମାଲକାନଗିରି ଜିଲ୍ଲାରୁ ନଗଦ ୩୦ ଲକ୍ଷ ଜବତ, ୨ ଗିରଫ
  • ||
  • ଭୁବନେଶ୍ଵର : ମେ ୧ରେ ୪୮ ଡିଗ୍ରୀ ଛୁଇଁବ, ଆହୁରି ୬ ଡିଗ୍ରୀ ବଢ଼ିଯିବ ତାତି
  • ||

ଗାଡ଼ି ମାଲିକ ସାବଧାନ ! ଭଡ଼ା ନେବା ଆଳରେ ଇନୋଭା ନେଇ ଚମ୍ପଟ ମାରିଲେ ବଙ୍ଗୀୟ ଲୁଟେରା, ଟେର୍ ପାଉନି‌ ପୁଲିସ୍‌

ଝାରସୁଗୁଡ଼ା,୧୬/୦୧: ଗାଡ଼ି ମାଲିକ ସାବଧାନ! ଝାରସୁଗୁଡ଼ାରେ ମାତିଛନ୍ତି ବଙ୍ଗୀୟ ଲୁଟେରା । ଭଡ଼ାରେ ନେବାକୁ କହି ହୋଟେଲକୁ ଡାକି ଲୁଟେରା ମାନେ ଦାମିକିଆ ଗାଡ଼ି ଲୁଟି ପାର୍‌ ହୋଇ ଯାଉଛନ୍ତି । ପୁଲିସ୍‌ ପାଉନି ଏମାନଙ୍କ ଟେର୍‌ । ଶିଳ୍ପାଞ୍ଚଳ ହୋଇଥିବାରୁ ଝାରସୁଗୁଡ଼ାରେ କର୍ମ ସଂସ୍ଥାନ ଉଦ୍ଦେଶ୍ୟରେ ଆସି ବାହାର ରାଜ୍ୟର ଏହି ଅପରାଧୀ ମାନେ ଏଠାରେ ଆତ୍ମଗୋପନ କରିବା ସହ ସମୟ ସୁବିଧା ଦେଖି ଗାଡ଼ି ଲୁଟିପାର୍‌ ହୋଇ ଯାଉଛନ୍ତି ।

ଏଭଳି ଏକ ଇନୋଭାକାର୍‌କୁ ଝାରସୁଗୁଡ଼ାରୁ ଭଡ଼ାରେ ନେଇ କେତେକ ବଙ୍ଗୀୟ ଦୁର୍ବୃତ୍ତ ପଶ୍ଚିମବଙ୍ଗରେ ପହଞ୍ଚି ଯାଇଛନ୍ତି। ସେମାନଙ୍କୁ ଧରିବା ଦିଗରେ ପୁଲିସ ବିଫଳ ହୋଇଛି । ତିନି ଦିନ ତଳର କଥା । ବାଲେଶ୍ୱର ଯିବା ପାଇଁ କିଛି ଲୋକ ଏକ ଟ୍ରାଭେଲ ଏଜେନ୍ସିର କାର୍‌ ଭଡ଼ାରେ ନେବାକୁ ବୁକିଂ କରିଥିଲେ । ମାତ୍ର କୌଣସି କାରଣରୁ ଟ୍ରାଭେଲ ଏଜେନ୍ସି କାର୍‌ ଯୋଗାଇ ନ ପାରିବାରୁ ନାରାୟଣ ଅଗ୍ରୱାଲ ନାମକ ଝାରସୁଗୁଡ଼ା ଝଣ୍ଡାଚୌକ ଅଞ୍ଚଳର ଜଣେ ଗାଡ଼ି ମାଲିକଙ୍କୁ ତାଙ୍କର କାର୍‌ ଭଡ଼ାରେ ଦେବାକୁ ସଂପୃକ୍ତ ଏଜେନ୍ସି ପକ୍ଷରୁ ଅନୁରୋଧ କରାଯାଇ ହୋଟେଲ ଉତ୍କଳ କଣ୍ଟିନେଣ୍ଟାଲ୍‌କୁ ପଠାଇବାକୁ କୁହାଯାଇଥିଲା ।

ସେହି ଅନୁଯାୟୀ ଇନୋଭାକାର୍‌ (ଓଡି୨୩ଜେ ୬୫୨୧)କୁ ଗାଡ଼ି ମାଲିକ ଉତ୍କଳ କଣ୍ଟିନେଣ୍ଟାଲ୍‌ ହୋଟେଲକୁ ଡ୍ରାଇଭର ସହ ପଠାଇ ଦେଇଥିଲେ । ସେଠାରେ ପହଞ୍ଚିବା କ୍ଷଣି କେତେକ ଯୁବକ ଆସି କାର୍‌ରେ ବସିବା ସହ ବାଲେଶ୍ୱର ଯିବାକୁ କହିଥିଲେ । ବାଲେଶ୍ୱରରେ ପହଞ୍ଚିବା ପରେ ଏକ ହୋଟେଲକୁ ସେ ମାନେ ଯାଇଥିଲେ ।ସେଠାରେ ଖାଇବା ଜିନିଷରେ କିଛି ନିଶା ଦ୍ରବ୍ୟଖୁଆଇ ଡ୍ରାଇଭର୍‌କୁ ଅଚେତ କରିବା ସହ ଏକ କୋଠରୀରେ ବନ୍ଦ କରି ଡ୍ରାଇଭରଙ୍କ ମୋବାଇଲ ଫୋନ ଏବଂ କାର ନେଇ ଫେରାର ହୋଇ ଯାଇଥିଲେ । ଡ୍ରାଇଭର୍‌ର ଚେତା ଫେରିବା ପରେ ଘଟଣା ସଂପର୍କରେ ଜାଣି ମାଲିକଙ୍କ ସହ ଯୋଗାଯୋଗ କରିବା ପରେ ସହଦେବ ଖୁଣ୍ଟା ଥାନାରେ ଏତଲା ଦିଆଯାଇଥିଲା । ଗାଡ଼ି ମାଲିକ ବାଲେଶ୍ୱରରେ ପହଞ୍ଚି ପୁଲିସ ସହାୟତାରେ ଟ୍ରାକିଂ କରିବା ସହ ଗାଡ଼ିଟି ପଶ୍ଚିମବଙ୍ଗ ରାଜ୍ୟ ମଧ୍ୟରେ ଥିବା ଜଣାପଡ଼ିଥିଲା । ବାଲେଶ୍ୱର ପୁଲିସ୍‌ ପୂର୍ବ ବର୍ଦ୍ଧମାନ ଜିଲ୍ଲାର ପଞ୍ଚକୁଲା ଥାନା ଇଲାକାରେ ପହଞ୍ଚି ତଦନ୍ତ କରିଥିଲେ ହେଁ କାର୍‌ଟିକୁ ଠାବକରି ପାରିନାହିଁ ।

ଟୋଲ୍‌ ଗେଟ୍‌ ଗୁଡ଼ିକରେ ଯାଞ୍ଚରୁ କାର୍‌ଟି ପଶ୍ଚିମବଙ୍ଗକୁ ପ୍ରବେଶ କରିଥିବାର ପ୍ରମାଣ ମିଳିଥିଲା । ପୂର୍ବରୁ ମଧ୍ୟ ଏଭଳି ଭଡ଼ାରେ ନେବା ଆଳରେ ଗାଡ଼ି ଲୁଟି ଦୁର୍ବୃତ୍ତ ଫେରାର ହେବାର ନଜିର ରହିଛି । ହେଲେ ଝାରସୁଗୁଡ଼ାରେ ପୁଣି ଥରେ ଏଭଳି ଅପରାଧିକ କାଣ୍ଡ ଘଟିଥିବାରୁ ବାହାର ରାଜ୍ୟର ଅପରାଧି ସକ୍ରିୟ ଥିବା ଜଣାପଡ଼ିଛି । ଗାଡ଼ି ମାଲିକ ସଚେତନ ଓ ସତର୍କ ନ ହେଲେ ଏମାନେ ଭୁଆଁବୁଲାଇ ଗାଡ଼ି ଲୁଟିନେବା ଅଭିଯାନରେ ସଫଳ ହେବେ ।

ଏନେଇ ଝାରସୁଗୁଡ଼ାଏସ୍‌ପି ବିକାଶ ଚନ୍ଦ୍ର ଦାଶଙ୍କ ଦୃଷ୍ଟି ଆକର୍ଷଣ କରାଯିବାରୁ ବାହାର ରାଜ୍ୟର ଅପରାଧୀମାନେ ଏଠାକୁ ଆସି ଗାଡ଼ି ଚୋରି କରି ନେବା ଘଟଣାକୁ ହାଲୁକାଭାବେ ନିଆଯିବ ନାହିଁ । ଏଠାରେବାହାର ରାଜ୍ୟର ଅପରାଧୀଙ୍କ ଗତିବିଧିଉପରେ କଡ଼ା ନଜର ରଖିବା ଲାଗିସ୍ଥାନୀୟ ପୁଲିସ୍‌କୁ ନିର୍ଦ୍ଦେଶ ଦେବା ସହଏହାର ତଦନ୍ତରେ ସହାୟତା କରାଯିବବୋଲି କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.