PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଭ୍ୟାକ୍ସିନ ନେବା ପରେ ବି ହେଉଛି କରୋନା, ଓଡିଶାରେ ଟିକା ନେବା ପରେ କେତେ ଲୋକଙ୍କର ଡେଥ୍ ହୋଇଛି ତାହାର ତର୍ଜମା କରୁଛି ଟେକନିକାଲ ଟିମ୍- ଆଇଏଲଏସ୍ ନିର୍ଦ୍ଦେଶକ
  • ||
  • ମାଲକାନଗିରି : ମାଲକାନଗିରି କାଲିମେଳା ଥାନା ଟେକଗୁଡା ଗ୍ରାମରେ ଥିବା ପରିବାର ଲୋକଙ୍କ ନିକଟରେ ପହଁଚିଲା ମୃତ ମାଓନେତା ରଣଦେଵଙ୍କ ଶବ, ଆନ୍ଧ୍ରପ୍ରଦେଶ ସୀମାନ୍ତରେ ପୁଲିସର ଏନକାଉଣ୍ଟରରେ ଚାଲିଯାଇଥିଲା ଜୀବନ
  • ||
  • ନୂଆପଡ଼ା : ଗାଁରେ ପଶିଗଲା ବାଟବଣା ହରିଣ, ଉଦ୍ଧାର କରି ସୁନାବେଡା ଅଭୟାରଣ୍ୟରେ ଛାଡିଲା ବନ୍ୟପ୍ରାଣୀ ବିଭାଗ
  • ||
  • ଭୁବନେଶ୍ୱର: ଓଡ଼ିଆ ଆଇଏଏସ୍ ଗୁରୁପ୍ରସାଦ ମହାପାତ୍ର ଦେହାନ୍ତ
  • ||
  • ପୁରୀ: ମହାପ୍ରଭୁଙ୍କ ସେନାପଟା ଓ ବାହୁଟ ସେବା ନିମନ୍ତେ ବଉଳ ଗଛ ଚିହ୍ନଟ, ନିର୍ଜ୍ଜଳା ଏକାଦଶୀ ତିଥିରେ ହେବ ବୃକ୍ଷ ଚ୍ଛେଦନ
  • ||
  • ଯାଜପୁର: ଭାଇ ବିହାଘରରେ ନାଗିନ୍‌ ଡ୍ୟାନ୍ସ ପଡ଼ିଲା ମହଙ୍ଗା, କୋଭିଡ୍‌ କଟକଣାକୁ ଫୁ କରି ନିଲମ୍ବିତ ହେଲେ ସୁକିନ୍ଦା ତହସିଲଦାର ବୁଲ୍‌ବୁଲ୍‌ ବେହେରା
  • ||
  • କଟକ: ନରସିଂହପୁର ବ୍ଲକ ଅନ୍ତର୍ଗତ ସାନ ଗାଁରେ ବାଇଗଣ ବିଲକୁ ଯାଇଥିବା ବେଳେ ମହିଳାଙ୍କୁ ଆକ୍ରମଣ କଲା ବାରାହ , ଆହତ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ବଲାଙ୍ଗୀର : ତାଲା ଭାଙ୍ଗି ମଦ ଦୋକାନରୁ ଚୋରି, ଦୋକାନରୁ ପ୍ରାୟ ୫ ଲକ୍ଷ ଟଙ୍କାର ୪୯ ପେଟି ମଦ ଚୋରି
  • ||
  • ଲମତାପୁଟ : କୋରାପୁଟ ଜିଲ୍ଲା ମାଛକୁଣ୍ଡୁ ପୋଲିସ ଦ୍ୱାରା ଟ୍ରକ୍ ସହ ୨୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଜଣେ ଗିରଫ
  • ||
  • ବାଲେଶ୍ୱର: ବାପାକୁ କଟୁରୀରେ ହାଣିଲା ମାତାଲ ପୁଅ, ପ୍ରାଣ ବିକଳରେ ଦୌଡି ପଳାଇଲା ମା’
  • ||
  • ପାଟଣା : ଦୋକାନ ଆଜବେଷ୍ଟସ୍ ଭାଙ୍ଗି ଚୋରି କରୁଥିଲେ, କାବୁ କଲେ ଗ୍ରାମବାସୀ, ଚୋରଙ୍କ ଛୁରା ମାଡ଼ରେ ପୋଲିସ କର୍ମଚାରୀ ଆହତ
  • ||
  • କୋକସରା : ଲିମ୍ବ ଗଛରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ?
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ୩୪୨୭ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୨ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୩୫୫୦ ଜଣଙ୍କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ଏଯାବତ୍‌ ରାଜ୍ୟରେ ୨୪% ଅଧିକ ବର୍ଷିଛି ମୌସୁମୀ ବର୍ଷା, ଆସନ୍ତା ଦୁଇଦିନ ବଡ଼ ବର୍ଷା ନାହିଁ, ୨୧ରୁ ବଢ଼ିପାରେ
  • ||
  • ଦଶପଲ୍ଲା : ବାଣୀଗୋଛାର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା, ୩ଦିନ ରିମାଣ୍ଡରେ ଗଲା ଅଭିଯୁକ୍ତ
  • ||
  • ଭୁବନେଶ୍ୱର : ଓଲିଉଡର ବିଶିଷ୍ଟ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କୁ ସଂସ୍କୃତି ବିଭାଗର ସହାୟତା
  • ||
  • ଚଣ୍ଡୀଗଡ଼ : କିମ୍ବଦନ୍ତୀ ଆଥ୍‌ଲେଟ୍‌ ମିଲଖାଙ୍କ ପରଲୋକ, ଶୋକ ପ୍ରକାଶ କଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ
  • ||
  • ଭୁବନେଶ୍ୱର : ଭିଜିଲାନସ୍‌ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କ ବିୟୋଗ
  • ||
  • କରଞ୍ଜିଆ : ୧୪ ବର୍ଷୀୟା ନାବାଳିକାକୁ ଗଣଦୁଷ୍କର୍ମ, ମୁହଁରେ କପଡା ଦେଇ ରାତିରେ ଘରୁ ଉଠାଇ ନେଇଥିଲେ ୨ ଦୁର୍ବୃତ୍ତ
  • ||

କାର୍ ଚାଳକ ହେଲମେଟ୍ ପିନ୍ଧିନଥିବାରୁ ୫୦୦ ଟଙ୍କାର କଟିଲା ଚାଲାଣ

ବରେଲୀ ୬/୯: ନୂଆ ଟ୍ରାଫିକ୍ ନିୟମ ଲାଗୁ ହେବା ପରେ ଏମିତି ଅନେକ ଖବର ସାମ୍ନାକୁ ଆସୁଛି ଯାହାକୁ ଶୁଣିବା ପରେ ଗାଡି ନେଇ ଆଉ ଘରୁ ବାହାରିବାକୁ ଲୋକଙ୍କର ସାହସ ହେଉନି । ଅନେକ ଭାରୀ ରକମର ଚାଲାଣ କାଟୁଛନ୍ତି ଟ୍ରାଫିକ୍ ବାବୁ । କାହାର ୨୬ ହଜାର ଅଟୋପାଇଁ ୪୭ ହଜାର ଟଙ୍କା ତ ଆଉ କାହାର ୧୫ ହଜାର ସ୍କୁଟି ପାଇଁ ୨୩ ହଜାର ଟଙ୍କାର ଚାଲାଣ କଟୁଛି । ନିକଟରେ  ଭୁବନେଶ୍ୱର ଆଚାର୍ଯ୍ଯବିହାର ନିକଟରେ ଜଣେ ଅଟୋ ଡ୍ରାଇଭରଠୁ ୪୭ ହଜାର ୫୦୦ ଟଙ୍କାର ଚାଲାଣ କଟାଯାଇଛି । ଗତକାଲି ଜଣେ ଟ୍ରକ୍ ଡ୍ରାଇଭରଠୁ ହେଲମେଟ୍ ନପିନ୍ଧିଥିବାରୁ ଚାଲାଣ କଟିଛି । ତେବେ ସେହଭଳି ଏକ ଘଟଣା ଉତ୍ତର ପ୍ରଦେଶରେ ମଧ୍ଯ ଘଟିଛି । ଜଣେ କାର୍ ଚାଳକ ହେଲମେଟ୍ ନପିନ୍ଧିଥିବାରୁ ତାଙ୍କୁ ଫାଇନ୍ ଦେବାକୁ ପଡିଛି ।

ଘଟଣାଟି ଉତ୍ତର ପ୍ରଦେଶ ବରେଲିର । କାର୍ ଚାଳକଙ୍କ ୫୦୦ ଟଙ୍କାର ଚାଲାଣ କଟିଛି । ଜୋରିମାନା ଭରିଥିବା ବ୍ୟକ୍ତିଙ୍କ ନାମ ହେଉଛି ଅନିସ୍ ନରୁଲା । ତାଙ୍କ ଘର ଅଜ୍ଜତନଗର ଥାନା ଅଞ୍ଚଳରେ । ଅନିସଙ୍କ ପାଖରେ କାର୍ ଅଛି । କିଛି ଦିନ ପୂର୍ବରୁ ସେ ନିଜ ଗାଡିର କିଛି ଡକ୍ଯୁମେଣ୍ଟ ଇଣ୍ଟରନେଟରେ ଚେକ୍ କରୁଥିଲେ । ଏହି ସମୟରେ ସେ ଜାଣିବାକୁ ପାଇଲେ ଯେ ହେଲମେଟ୍ ନପିନ୍ଧିବାରୁ ତାଙ୍କର ୫୦୦ ଟଙ୍କାର ଚାଲାଣ କଟିଛି ।  ଏହି ଚାଲାଣ ୨୬ ଜୁଲାଇ ଦିନ କଟିଛି । ଚାଲାଣ ସ୍ଲିପରେ ତାଙ୍କ କାର ନମ୍ବରକୁ ସ୍କୁଟି ନମ୍ବର ବୋଲି କୁହାଯାଇଛି । ଅନିସଙ୍କ ଫୋନରେ ଚାଲାଣ କଟିବା ନେଇ କୌଣସି ମେସେଜ ମଧ୍ଯ ଆସିନି ।

ଅନିସ୍ ଥାନାରେ ଏନେଇ ଅଭିଯୋଗ କଲେ । ପୋଲିସ କହିଛି ଯେ ଏହି ଚାଲାଣ ସିଭିଲ୍ ପୋଲିସ କାଟିଥିବେ । ପୋଲିସ ଏହା ମଧ୍ଯ କହିଛି ଯେ ସିଟ୍ ବେଲ୍ଟ ଓ ହେଲମେଟକୁ ନେଇ କନଫ୍ଯୁଜନ୍ ହୋଇଛି  । ସିଟ୍ ବେଲ୍ଟ ବଦଳରେ ହେଲମେଟ୍ ପାଇଁ ଚାଲାଣ କଟିଛି ବୋଲି ଭୁଲରେ ପ୍ରୋସେସ୍ ହୋଇଯାଇଥାଇପାରେ ।

ସମ୍ବନ୍ଧିତ ଖବର