ଗାଡ଼ି ପାର୍କିଂରୁ ନେଇ ଚାଳକଙ୍କୁ ମାଡ଼ ମାରି ରକ୍ତାକ୍ତ କଲା ପୁଲିସ୍‌, ଅନ୍ୟ କାର୍‌ ଚାଳକ ଧାରଣାରେ ବସିବା ପରେ ଭୁଲ୍ ମାଗିଲେ ପୁଲିସ୍ ବାବୁ

ଭୁବନେଶ୍ୱର,୩୧/୧୦: ରକ୍ତମୁଖା ହୋଇଛି ପୁଲିସ୍‌ । ସାମାନ୍ୟ କଥାରେ ସାଧରଣ ଲୋକଙ୍କୁ ଆକ୍ରମଣ କରୁଛି। ଏମିତି ଘଟଣା ଦେଖିବାକୁ ମିଳିଛି ଏୟାରପୋର୍ଟ ଛକରେ । ରାସ୍ତା କଡ଼ରେ ଗାଡ଼ି ପାର୍କିଂକୁ କେନ୍ଦ୍ର କରି ପୁଲିସ୍‌ ମାଡ଼ରେ ଜଣେ କାର୍‌ ଚାଳକଙ୍କ ମୁହଁ ଫାଟିଛି । ପୁଲିସର ଏହି ଦୁର୍ବ୍ୟବହାର ବିରୋଧରେ ଅନ୍ୟ କାର୍‌ ଚାଳକ ମାନେ ଏକାଠି ହୋଇ ଧାରଣା ଦେଇଥିଲେ । ଏହାପରେ ପୁଲିସ୍‌ ଭୁଲ୍‌ ମାଗି ସେମାନଙ୍କୁ ବୁଝାସୁଝା କରିବା ପରେ ସ୍ଥିତି ନିୟନ୍ତ୍ରଣ ହୋଇଥିଲା ।

ମିଳିଥିବା ସୂଚନା ମୁତାବକ, ଏୟାରପୋର୍ଟକୁ ଯାଇଥିବା ମୁଖ୍ୟ ରାସ୍ତାର ଉଭୟ ପାଶ୍ୱର୍ରେ ରହିଛି ପାର୍କିଂ ଜୋନ୍‌। ବିମାନବନ୍ଦରକୁ ଯାତ୍ରୀ ନେବା ପାଇଁ ସେଠାରେ ଗାଡ଼ି ପାର୍କିଂ କରନ୍ତି। କାରଣ ବିମାନବନ୍ଦର ଭିତରେ ଥିବା ଷ୍ଟାଣ୍ଡରେ କାର୍‌ ପାର୍କିଂ କଲେ ଅଧିକ ଟଙ୍କା ଦେବାକୁ ହୁଏ । ରାସ୍ତା କଡ଼ରେ ଅନେକ ଗାଡି ପାର୍କିଂ ହୋଇଥିଲା। ଏହି ସମୟରେ ସେଠାରେ ପହଞ୍ଚିଥିଲେ ଏୟାରପୋର୍ଟ ଥାନାର କର୍ମଚାରୀ । ଏଠାରେ କ’ଣ ପାଇଁ ପାର୍କିଂ କରିଛ ବୋଲି ପ୍ରଶ୍ନ କରି ଫାଇନ୍‌ ଦେବାକୁ ଜଣେ ଚାଳକଙ୍କୁ କହିଥିଲେ । ଏହାକୁ ନେଇ ଚାଳକ ଓ ପୁଲିସ୍‌ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ପୁଲିସ୍‌ କର୍ମଚାରୀଜଣଙ୍କ ହଠାତ୍‌ ରାଗି ଯାଇ ତାଙ୍କୁ ମାଡ଼ ମାରିଥିଲେ । ଫଳରେ କାର୍‌ ଚାଳକଙ୍କ ମୁହଁ ଫାଟି ଯାଇଥିଲା । ଏହା ଦେଖି ସେଠାରେ

ଅନ୍ୟ କାର୍‌ ଚାଳକମାନେ ପ୍ରତିବାଦ କରିଥିଲେ । କିଛି ସମୟରେ ପରେ ଆଉ କିଛି କାର୍‌ ଚାଳକ ସେଠାରେ ପହଞ୍ଚିଲେ । ଏହାପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖା ଦେଇଥିଲା । ଖବର ପାଇ ଏସିପି ବି.ପି ପାତ୍ର ଓ ଏସିପି ମାନସ ଗଡ଼ନାୟକ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ବୁଝାସୁଝା କରିଥିଲେ । ମୁହଁ ଫାଟିଥିବା ଚାଳକଙ୍କୁ ପୁଲିସ୍‌ କ୍ଷମା ମାଗିବା ପରେ ସ୍ଥିତି ନିୟନ୍ତ୍ରଣ ହୋଇଥିଲା । ତା’ପରେ ପୁଲିସ୍‌ ଆହତ ଚାଳକଙ୍କୁ ହସ୍ପିଟାଲ୍‌ ନେଇ ଚିକିତ୍ସା କରାଇଥିଲା । ପୁଲିସ୍‌ କହିଛି, ମୁହଁ ଫାଟିଥିବା ଯୁବକଙ୍କ ଘର ଏୟାରପୋର୍ଟ ଥାନା ଅଞ୍ଚଳରେ ଥିବା ଏକ ବସ୍ତିର । ସେ ପ୍ରଥମେ ପୁଲିସ୍‌ ଉପରେ ହାତ ଉଠାଇଥିଲେ । ତେବେ କାହା କଥା ସତ, କିଛି ସ୍ପଷ୍ଟ ହୋଇନାହିଁ ।

   ସମ୍ବନ୍ଧିତ ଖବର


ଯୋଡାମୁଣ୍ଡ ଶିଶୁ କାଳିଆର ମୃତ୍ୟୁ- ଜଗାର ସ୍ୱାସ୍ଥ୍ୟବସ୍ଥା ଭଲ ଅଛି

ସମ୍‌ରେ ଅତ୍ୟାଧୁନିକ ସେଂଟ୍ରାଲ୍ ସ୍କିଲ୍ ଲାବ୍ ଉଦ୍‌ଘାଟିତ

କ୍ୟୁଏସ୍ ଏସିଆ ୟୁନିଭର୍ସିଟି ରାଙ୍କିଙ୍ଗ୍‌ରେ ପୁଣି ଥରେ ଆଗରେ ସୋଆ

୪୩ ମୋବାଇଲ ଆପ୍‌କୁ ଭାରତ ‌ବ୍ୟାନ କରିବା ପରେ ଚୀନ ରାଗରେ ପାଚି ଲାଲ୍, କହିଲା ମିଳିବ କଡା ଜବାବ…

ଟ୍ୟୁସନ ଯିବା ସମୟରେ ନାବାଳିକାକୁ ଗଣଦୁଷ୍କର୍ମ, ଅଶ୍ଲୀଳ ଭିଡିଓ ତିଆରି କରି ଦେଉଥିଲେ ଧମକ…

ଦିଲ୍ଲୀ ଦଙ୍ଗାରେ ଥିଲେ ବାଂଲାଦେଶୀ, ରୋହିଙ୍ଗ୍ୟା, ଆଇନ ଶୃଙ୍ଖଳାକୁ ଭାଙ୍ଗିବା ପାଇଁ କରୁଥିଲେ ଷଡଯନ୍ତ୍ର…