PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର : ସନ୍ଧ୍ୟାବେଳେ ବେଳାଭୂମିରେ ବସିଥିବା ବେଳେ ମୁଣ୍ଡ ଉପରେ ପଡ଼ିଲା ଚଡ଼କ, ଛାତ୍ର ମୃତ ଛାତ୍ରୀ ଗୁରୁତର
  • ||
  • ବିଶ୍ୱର ସବୁଠୁ ବଡ଼ କ୍ରିକେଟ ଷ୍ଟାଡ଼ିୟମ୍‌ରେ ଖେଳା ଯିବ ଆଇପିଏଲ ୨୦୨୨ ଫାଇନାଲ
  • ||
  • ଆନନ୍ଦପୁର : ଝରକା ଗ୍ରୀଲ୍ ଭାଙ୍ଗି ଶିକ୍ଷକଙ୍କ ଘରେ କଳାକନା ବୁଲାଇଦେଲେ ଦୁର୍ବୃତ୍ତ, ୧୫ ଭରି ସୁନାଅଳଙ୍କାର ସହ ନଗଦ ୫୨ ହଜାର ଟଙ୍କା ଲୁଟ୍
  • ||
  • ସୋର : ଗୋରୁ ବୋଝେଇ କଣ୍ଟେନର ଜବତ, ୪୦ ରୁ ଉର୍ଦ୍ଧ୍ଵ ଗୋରୁ ଉଦ୍ଧାର, ୧୧ ଗିରଫ
  • ||
  • ସମାନ ନାଗରିକ ସଂହିତା ଲାଗୁ କରିବା ପ୍ରସ୍ତୁତିରେ ମୋଦି ସରକାର , ପ୍ରଥମେ ଉତ୍ତରାଖଣ୍ଡରେ ଏହି ଆଇନ୍‌ ଲାଗୁ କରାଯିବାର ଅଭ୍ୟାସ ଆରମ୍ଭ କରାଯାଇଛି
  • ||
  • ଗୁଜରାଟରେ ବଡ଼ ବିଜୟର ପ୍ରସ୍ତୁତିରେ ବିଜେପି , କଂଗ୍ରେସ ଦୁର୍ବଳତାର ବି ମିଳିବ ଫାଇଦା
  • ||

ପିଏନବି ଖାତାଧାରୀଙ୍କୁ ସାବଧାନ! ୬୧ଜଣଙ୍କ ଖାତାରୁ ଗାଏବ ହୋଇଛି ୧୫ଲକ୍ଷ ଟଙ୍କା

ନୂଆଦିଳ୍ଳୀ ୨୦।୪: ଭାବନ୍ତୁ ତ କ’ଣ ହେବ ଯଦି ଆପଣଙ୍କ ଏଟିଏମ୍ କାର୍ଡ ଆପଣଙ୍କ ପାଖରେ ଥିବ, ଆଉ ତାପରେ ବି ଆପଣଙ୍କ ଆକାଉଣ୍ଟରୁ କିଏ ଲକ୍ଷ ଲକ୍ଷ ଟଙ୍କା କାଢ଼ୁଥିବ। ଆପଣ ଏଭଳି କେବେ ଭାବି ମଧ୍ୟ ନଥିବେ, କିନ୍ତୁ ଏପଟେ ହ୍ୟାକର୍ସ ଆପଣଙ୍କ ଭାବନାଠାରୁ ବି ଅଧିକ ଆଗକୁ ଯାଇ ସେମିତି କିଛି କାମ କରୁଥିବ। ଅର୍ଥାତ୍ ଏଟିଏମରେ ହାତ ନ ଲଗାଇ ଆପଣଙ୍କ ବ୍ୟାଙ୍କ ଖାତାରୁ ସବୁ ଟଙ୍କା ଖାଲି କରିଦେଇଥିବ। ଏମିତି ହିଁ ଘଟିଛି ନୂଆଦିଲ୍ଲୀ ସ୍ଥିତ ବସନ୍ତ ବିହାର ପଞ୍ଜାବ ନେସନାଲ ବ୍ୟାଙ୍କର ୬୧ ଆକାଉଣ୍ଟ ହୋଲ୍ଡର୍ସଙ୍କ ସହିତ।

ଏମାନଙ୍କ ଖାତାରେ ଥିବା ମୋଟ ୧୫ଲକ୍ଷ ଟଙ୍କା କେହି କାଢ଼ି ନେଇଛି। ବ୍ୟାଙ୍କ ଏସବୁ ବିଷୟରେ ସେତେବେଳେ ଜାଣିଲା ଯେତେବେଳେ ଜଣେ ଖାତାଧାରୀ ଅଭିଯୋଗ କରିଥିଲେ। ଅଭିଯୋଗ କ୍ରମେ ବ୍ୟାଙ୍କ୍ ଯାଞ୍ଚ କରିବା ପରେ ଜଣାପଡ଼ିଲା ଏହା କେବଳ ଆକାଉଣ୍ଟରୁ ନୁହେଁ ବରଂ ୬୧ଜଣ ଖାତାଧାରୀଙ୍କ ସହିତ ହୋଇଛି।

ରିପୋର୍ଟ ଅନୁସାରେ, ପିଏନବିର ୬୧ ଆକାଉଣ୍ଟସ୍ ହୋଲ୍ଡର୍ସଙ୍କ ଖାତାରୁ ୧୫ଲକ୍ଷ ଟଙ୍କା କଢ଼ାଯାଇଛି। ବସନ୍ତ ବିହାର ପିଏନବି ବ୍ରାଞ୍ଚ ସହିତ ଯୋଡି ହୋଇ ରହିଥିବା ୬୧ ଖାତାଧାରୀଙ୍କ ମୋଟ ୧୫ଲକ୍ଷ ଟଙ୍କାକୁ ଜଣ ଜଣଙ୍କ ଏଟିଏମରୁ କେହି ଜଣେ କାଢ଼ିଛି। ଏହି ଘଟଣା ସମ୍ପର୍କରେ ଥାନାରେ ମାମଲା ରୁଜୁ ହୋଇଛି ଏବଂ ଗ୍ରାହକଙ୍କୁ ବ୍ୟାଙ୍କ୍ କିଛି ଉପଦେଶ ମଧ୍ୟ ଦେଇଛି।

ଖବର ଅନୁସାରେ, ପିଏନବି ଖାତାଧାରୀ ବ୍ୟାଙ୍କକୁ ସୂଚନା ଦେଇଥିଲେ କି କୈାଣସି ତଥ୍ୟ ନ ଥାଇ ବି ଏଟିଏମରୁ ଟଙ୍କା କଢ଼ାଯାଉଛି। ଏହି ଘଟଣା ପରେ ପିଏନବି ନିଜ ଗ୍ରାହକଙ୍କୁ କିଛି ଉପଦେଶ ଜାରୀ କରିଛି। ଅର୍ଥାତ୍ ଖାତାଧାରୀ ନିଜ ଡିଭାଇସରେ ଅଟୋ ଲକ୍ ରଖିବେ। ଏହା ସହିତ ନିଜ ସିମ୍ ପାଇଁ ପିନ ବ୍ୟବହାର କରନ୍ତୁ। ଏହା ଦ୍ବାରା ମୋବାଇଲ ଚୋରି ହେବା ଦ୍ବାରା ବି ହ୍ୟାକର୍ସ ଆପଣଙ୍କ ସିମ୍ ବ୍ୟବହାର କରିପାରିବ ନାହିଁ। ମେମୋରି କାର୍ଡ ପାଇଁ ମଧ୍ୟ ପାସଓ୍ବାର୍ଡ ରଖନ୍ତୁ। ଏମିତି କଲେ ଆପଣ ନିଜ ଖାତାକୁ ସୁରକ୍ଷିତ ରଖିପାରିବେ। ଏହା ବ୍ୟତୀତ ଯଦି କାର୍ଡ କେଉଁଠି ହଜି ଯାଉଛି ତେବେ ଯଥାଶୀଘ୍ର ବ୍ୟାଙ୍କକୁ ଯାଇ କାର୍ଡକୁ ବ୍ଲକ୍ କରନ୍ତୁ।

ସମ୍ବନ୍ଧିତ ଖବର