କାର୍ଟୁନ ନେଟଓ୍ବର୍କ ହେଲା ହ୍ୟାକ୍,୧୬ ଦେଶରେ ୩ ଦିନ ପର୍ଯ୍ୟନ୍ତ ଚାଲିଲା ଅଡଲ୍ଟ ଭିଡିଓ

ନୂଆଦିଲ୍ଲୀ,୧୦।୫: କାର୍ଟୁନ ନେଟଓ୍ବାର୍କର ଓ୍ବେବସାଇଟ୍ ବହୁ ଦେଶରେ ହ୍ୟାକ୍ ହୋଇଯାଇଛି। ଏହି କାମ ବ୍ରାଜିଲର ଦୁଇ ଜଣ ହ୍ୟାକର କରିଥିବାର ଜଣାପଡିଛି। ୧୬ଟି ଦେଶରେ ଥିବା କାର୍ଟୁନ ନେଟଓ୍ବର୍କର ଓ୍ବେବସାଇଟକୁ ହ୍ୟାକ୍ କରାଯାଇଛି। ହ୍ୟାକରମାନେ କାର୍ଟୁନ ନେଟଓ୍ବର୍କର ଓ୍ବେବସାଇଟକୁ ୧୬ଟି ଦେଶରେ ହ୍ୟାକ୍ କରିଦେଇଛନ୍ତି। ହ୍ୟାକରମାନେ କାର୍ଟୁନ ନେଟଓ୍ବର୍କର ଭିଡିଓ ବଦଳରେ ଆରୋବିକ୍ ମିମ୍ସ, ବ୍ରାଜିଲିୟନ ହିପ-ହପ୍ ସଙ୍ଗ ସହିତ ବ୍ରାଜିଲିୟନ ମେଲ ଷ୍ଟ୍ରିପର୍ସ ଭିଡିସକୁ ମଧ୍ୟ ଦେଖାଇଛନ୍ତି। କାର୍ଟୁନ ନେଟଓ୍ବର୍କରେ ଅଡଲ୍ଟ ଭିଡିଓ ଦେଖିକି ପିଲାଙ୍କ ବାପା-ମା’ମାନେ ମଧ୍ୟ ଯୋରଦାର ଅସନ୍ତୋଷ ପ୍ରକାଶ କରିଛନ୍ତି। ୟୁକେ ଓ ଋଷରେ କାର୍ଟୁନ ନେଟଓ୍ବର୍କ ସାରା ଓ୍ବିକଏଣ୍ହ ପର୍ଯ୍ୟନ୍ତ ହ୍ୟାକ୍ କରାଯାଇଥିଲା। ସେଠାରେ କାର୍ଟୁନ ନେଟଓ୍ବର୍କର ରିଜିନ ଏହାକୁ ନେଇ କିଛି ମଧ୍ୟ କରିପାରିନଥିଲା।

ରିପୋର୍ଟ ଅନୁସାରେ ଦୁଇଜଣ ହ୍ୟାକର ଆଫ୍ରିକା, ଆରବ, ଚେକ୍ ରିପବ୍ଳିକ, ଡେନମାର୍କ, ଜର୍ମାନ, ହଙ୍ଗେରି, ଇଟାଲି, ମେକ୍ସିକୋ, ନେଦରଲ୍ୟାଣ୍ହ, ନାଇରୋବି, ପୋଲାଣ୍ହ, ରୋମାନିଆ, ଋଷ ଓ ତୁର୍କୀରେ କାର୍ଟୁନ ନେଟଓ୍ବର୍କକୁ ହ୍ୟାକ୍ କରିଦେଇଛନ୍ତି। ୨୫ ଅପ୍ରେଲରେ ଏହି ବିଷୟରେ ଖୁଲାସା ହୋଇଥିଲା। ଯାହାପରେ କାର୍ଟୁନ ନେଟଓ୍ବର୍କ ଓ୍ବେବସାଇଟ୍ ମଧ୍ୟ ବନ୍ଦ କରିଦିଆଯାଇଥିଳା ଓ ନୂଆ ଭର୍ସନ ଅପଲୋଡ କରାଯାଇଥିଲା। ଟ୍ବିଟରରେ ଲୋକମାନେ ସ୍କ୍ରିନସଟ୍ ସେୟାର କରିଥିଲେ ଓ କହିଥିଲେ କାର୍ଟୁନ ନେଟଓ୍ବର୍କର ଓ୍ବେବସାଇଟରେ ଆଡଲ୍ଟ ଭିଡିଓ ଦେଖିବାକୁ ମିଳିଥିଲା। ଟ୍ବିଟରେ ହ୍ୟାକର୍ସ କହିଛନ୍ତି ଯେ, କାର୍ଟୁନ ନେଟଓ୍ବର୍କର ଅନ୍ୟ ଓ୍ବେବସାଇଟକୁ ମଧ୍ୟ ତାଙ୍କ ପାଖରେ ଆକସେସ ରହିଛି। କିନ୍ତୁ ସେ କେବଳ ଏଥିରେ ହ୍ୟାକ୍ କରିଛନ୍ତି। କାର୍ଟୁନ ନେଟଓ୍ବର୍କ ୟୁକେ ଓ କାର୍ଟୁନ ନେଟଓ୍ବର୍କ ଋଷ ବ୍ୟତୀତ କୌଣସି ଓ୍ବେବସାଇଟକୁ ହ୍ୟାକ୍ କରିବାର ଖବର ଆସିନଥିଲା।

   ସମ୍ବନ୍ଧିତ ଖବର


ନିର୍ଦ୍ଦୟ ପ୍ରେମିକ ! ପ୍ରେମିକାକୁ ଗର୍ଭବତୀ କରିବା ପରେ ମଧ୍ୟ ବିବାହ ପ୍ରତିଶ୍ରୁତି ଦେଇ ବାରମ୍ବାର କରୁଥିଲା ଯୌନଶୋଷଣ …

ୟୁପି ସରକାରଙ୍କ ଲଭ ଜିହାଦ ଅଧ୍ୟାଦେଶକୁ ରାଜ୍ୟପାଳଙ୍କ ମଞ୍ଜୁରୀ, ବେଆଇନ ଭାବେ ଧର୍ମାନ୍ତରୀକରଣ ବିରୁଦ୍ଧରେ କଡାନିୟମ ଲାଗୁ…

ମିଳିଳା ୫ ହଜାର ବର୍ଷ ପୁରୁଣା ତିମି ମାଛର କଙ୍କାଳ,ଖୋଲିବ ଏହି ସବୁ ରହସ୍ୟ

ବୈଜ୍ଞାନିକଙ୍କୁ ମିଳିଲା ବଡ଼ ସଫଳତା: ଗ୍ରହାଣୁ ଧକ୍କାକୁ ଅନୁକରଣ କରି କିଛି ମିନିଟ୍‌ ମଧ୍ୟରେ ପ୍ରୟୋଗଶାଳାରେ ବିକଶିତ କଲେ ହୀରା

ବିପତ୍ତି ଆଣିଦେଲା ସୁଯୋଗ, ଏହି କାରିଗର ଆରମ୍ଭ କରିଦେଲେ ସୁନା-ରୁପାର ମାସ୍କ

ଆତ୍ମହତ୍ୟା ଉଦ୍ୟମ କଲେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ସଚିବ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି…