PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୩୫କୁ ବୃଦ୍ଧି
  • ||
  • ଗଞ୍ଜାମ: କୋଦଳା ଖଦାଳ ସାହିରେ ଗୋଷ୍ଠୀ ସଂଘର୍ଷ, ଜଣେ ମୃତ
  • ||
  • ଭୁବନେଶ୍ୱର: ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ଆଉ ୬୬୩ ଜଣ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ୱର: ୨୦ରୁ ଯୁକ୍ତ ୩ ଦ୍ୱିତୀୟ ବର୍ଷ କ୍ଲାସ୍‌ ରୁମ୍‌ ପଢ଼ା, ଆଜିଠୁ ଖୋଲିବ ହଷ୍ଟେଲ
  • ||
  • ଭୁବନେଶ୍ୱର: BBI ଓ OOPRE ବାରକୁ ସିଲ୍ କଲା ବିଏମ୍‌ସି, ମ୍ୟାନେଜରଙ୍କ ସହ ୪ ଜଣ ଅଟକ
  • ||
  • ଭୁବନେଶ୍ୱର: ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ହେବ ମନୋରମା ମହାପାତ୍ରଙ୍କ ଶେଷକୃତ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଲେ ଘୋଷଣା
  • ||

ବିବାଦରେ ହନି ସିଂ : ସ୍ତ୍ରୀ ଆଣିଲେ ଘରୋଇ ହିଂସା ଅଭିଯୋଗ, ପୂର୍ବରୁ ବି କଣ୍ଟ୍ରୋଭର୍ସିରେ ଆସିଥିଲା ରାପରଙ୍କ ନାଁ

ମୁମ୍ବାଇ ୪।୮: ବଲିଉଡ ସିଙ୍ଗର ତଥା ରାପର ହନି ସିଂ ଏବେ ବିବାଦରେ। ସେ ପ୍ରାୟତଃ ସବୁବେଳେ ଗୋଟିଏ କାରଣ ପାଇଁ ଚର୍ଚ୍ଚାରେ ଥାନ୍ତି । ତେବେ ଦୀର୍ଘ ଦିନ ଧରି ହନି ସିଂ ବିବାଦରୁ ନିଜକୁ ଦୂରେଇ ରଖିବା ପାଇଁ ବହୁତ ଚେଷ୍ଟା କରିଥିଲେ। କିନ୍ତୁ ପୁଣି ଥରେ ସେ ଲାଇମଲାଇଟ୍ ଭିତରକୁ ଆସିଛନ୍ତି, କିନ୍ତୁ ଏଥର ସେ ତାଙ୍କର କୌଣସି ଗୀତ ପାଇଁ ନୁହେଁ ବରଂ ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ଚର୍ଚ୍ଚାରେ ଅଛନ୍ତି। ହନି ସିଂଙ୍କ ପତ୍ନୀ ଶାଲିନୀ ତଲୱାର ସ୍ବାମୀଙ୍କ ବିରୋଧରେ ଅନେକ ଗୁରୁତର ଅଭିଯୋଗ ଆଣି କୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି।

ହନିଙ୍କ ପତ୍ନୀ ଶାଲିନୀ ତଲଓ୍ବାର ତାଙ୍କ ବିରୋଧରେ ଗରୋଇ ହିଂସାର ଅଭିଯୋଗ ଆଣିଛନ୍ତି। ଶାରୀରିକ ହିଂସା, ଯୌନ ନିର୍ଯାତନା, ମାନସିକ ଉତ୍ପୀଡ଼ନ ଏବଂ ଆର୍ଥିକ ହିଂସା ଅଭିଯୋଗ କରିଛନ୍ତି ଶାଲିନୀ। ଦିଲ୍ଲୀ ସ୍ଥିତ ତିସ ହଜାରୀ କୋର୍ଟର ମାଜିଷ୍ଟ୍ରେଟ ତାନିୟା ସିଂହଙ୍କ ନିକଟରେ ଶାଲିନୀ ଅଭିଯୋଗ କରିଥିବା ଜଣାପଡ଼ିଛି। ସନ୍ଦୀପ କପୁର, ଜିଜି କଶ୍ୟପ ଏବଂ ଅପୂର୍ବା ପାଣ୍ଡେ ଏହି ମାମଲା ଲଢୁଥିବା ବେଳେ କୋର୍ଟଙ୍କ ପକ୍ଷରୁ ହନି ସିଂହଙ୍କ ନାମରେ ଏକ ନୋଟିସ ଜାରି କରାଯାଇଛି । ଆସନ୍ତା ୨୮ ଅଗଷ୍ଟ ପୂର୍ବରୁ ଏହି ମାମଲାରେ ନିଜର ପକ୍ଷ ରଖିବା ପାଇଁ କୋର୍ଟ ତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ହନି ସିଂଙ୍କ ସହ ଶାଲିନୀ ମଧ୍ୟ ତାଙ୍କ ପିତାମାତା ଏବଂ ଭଉଣୀଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ସେ ‘ଘରୋଇ ହିଂସା ଆଇନରୁ ମହିଳାଙ୍କ ସୁରକ୍ଷା’ ଅଧୀନରେ ହନି ସିଂଙ୍କ ବିରୋଧରେ ଏକ ପିଟିସନ ଦାଖଲ କରିଛନ୍ତି। ଏହି ଆବେଦନ ତିସ ହଜାରୀ କୋର୍ଟରେ ଦାଖଲ କରାଯାଇଥିଲା।

ହନି ସିଂ ଏବଂ ଶାଲିନୀ ୨୦ ବର୍ଷର ବନ୍ଧୁତାକୁ ପ୍ରେମରେ ପରିଣତ କରିଥିଲେ । ୨୦୧୧ ମସିହାରେ ଦୁହେଁ ବିବାହ କରିଥିଲେ । ଯଦିଓ ଏହି ଦୁଇଜଣଙ୍କର ବିବାହ ବିଷୟରେ ବହୁତ କମ୍ ଲୋକ ଜାଣନ୍ତି । ମଝିରେ ହନି ସିଂଙ୍କ ନାମ ଡାଏନା ଅପ୍ପଲ ସହିତ ମଧ୍ୟ ଜଡିତ ଥିଲା, କିନ୍ତୁ ଏହା ସେମାନଙ୍କ ସମ୍ପର୍କକୁ ପ୍ରଭାବିତ କରିନଥିଲା ।