ମା’ର ମମତା: ଅସୁସ୍ଥ ଛୁଆକୁ ପାଟିରେ କାମୁଡି ହସ୍ପିଟାଲରେ ପହଁଞ୍ଚିଲା ମା’ ବିଲେଇ, ସୋସିଆଲ ମିଡିଆରେ ଭାଇରାଲ ହେଲା ଫଟୋ

ଇସ୍ତାନବୁଲ,୧।୫: କରୋନା ଭାଇରସ୍ ମହାମାରୀ ଭିତରେ କେବେ କେବେ ଖୁବ୍ ହୃଦୟସ୍ପର୍ଶୀ ଫଟୋ ସୋସିଆଲ ମିଡିଆରେ ଦେଖିବାକୁ ମିଳିଥିାଏ। ଯାହାକୁ ଦେଖିବା ପରେ ମନ ଭିତରେ ଏକ ସକାରତ୍ମକ ଚିନ୍ତାଧାରା ସୃଷ୍ଟି ହୋଇଥାଏ। ଏଭଳି ଏକ ଫଟୋ ଖୁବ୍ ଭାଇରାଲ ହେଉଛି ଏକ ବିଲେଇର, ଯିଏକି ନିଜର ଅସୁସ୍ଥ ଶିଶୁକ ପାଟିରେ କାମୁଡିକି ହସ୍ପିଟାଲରେ ପହଁଞ୍ଚିଥିଲା।

ଏହି ମାମଲା ତୁର୍କୀର ଇସ୍ତାନବୁଲର ବୋଲି ଜଣାପଡିଛି। ବିଲେଇଟି ତା’ର ପିଲାକୁ ଧରି ଆସିବା ବେଳେ ଏହି ସମୟର ଏକ ଫଟୋ ଟ୍ବିଟର ୟୁଜର ଓଜକନ୍ ସେୟାର କରିଛନ୍ତି। ବିଲେଇଟି ଯେତେବେଳେ ନିଜର ପିଲାକୁ ନେଇ ହସ୍ପିଟାଲରେ ପହଁଞ୍ଚିଥିଲା ସେଠାର ଷ୍ଟାଫମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ବିଲେଇଟି ନିଜର ପିଲାକୁ ପାଟିରେ କାମୁଡି ସେଠାରେ ପହଁଞ୍ଚିଥିଲା।

ଏହି ଫଟୋକୁ ପୋଷ୍ଟ କରି ଓଜନକ ନାମକ ୟୁଜର ଲେଖିଛନ୍ତି, ଆଜି ଆମେ ଏମର୍ଜନ୍ସି ରୁମରେ ଥିଲୁ। ସେତେବେଳେ ଏକ ବିଲେଇ ନିଜର ଅସୁସ୍ଥ ପିଲାକୁ ପାଟିରେ କାମୁଡିକି ଆସି ସେଠାରେ ପହଁଞ୍ଚିଥିଲା।’ ଯେତେବେଳେ ବିଲେଇଟିକୁ ହସ୍ପିଟାଲରେ ନିଜର ପିଲାକୁ ନେଇ ପହଁଞ୍ଚିଥିଲା ସେଠାର ଷ୍ଟାଫ୍ ବିଲେଇକୁ ଖାଇବା ଓ ପିଇବାକୁ କ୍ଷୀର ଦେଇଥିଲେ। ଏହାପରେ ବିଲେଇ ଛୁଆକୁ  ନେଇ ଷ୍ଟାଫମାନେ ଚିକିତ୍ସା ଆରମ୍ଭ କରିଥିଲେ।  ଏବେ ସୋସିଆଲ ମିଡିଆରେ ବିଲେଇର ଏହି ଫଟୋଟି ଖୁବ୍ ଭାଇରାଲ ହେଉଛି।

   ସମ୍ବନ୍ଧିତ ଖବର


ଲଦାଖରୁ ଧରାପଡିଥିବା ଚୀନ୍ ସୈନିକଙ୍କୁ ଫେରାଇଲା ଭାରତ, ୨ ଦିନ ପୂର୍ବେ ଭୁଲରେ ସୀମା ଭିତରକୁ ପଶିଆସିଥିଲେ

ପତ୍ନୀ ଓ ୬ ସନ୍ତାନଙ୍କୁ ନେଇ ଚିନ୍ତାରେ ବ୍ରିଟେନ ପ୍ରଧାନମନ୍ତ୍ରୀ, ଦରମା ଅଣ୍ଟୁନଥିବାରୁ ଛାଡିବେ ଚାକିରି…

କରୋନାକୁ ନେଇ ମୋଦିଙ୍କ ଚେତାବନୀ, ଟିକା ଆସିବା ପର୍ଯ୍ୟନ୍ତ ସତର୍କ ହେବା…

ଅହମଦାବାଦରେ ଭାରତ-ଇଂଲଣ୍ଡ ମଧ୍ୟରେ ଖେଳାଯିବ ପିଙ୍କ୍‌ ବଲ ଟେଷ୍ଟ ମ୍ୟାଚ୍, ସୂଚନା ଦେଲେ ସୌରଭ

କାମାନ୍ଧ ଯୁବକଙ୍କ ଅଜବ ଯୌନ ଲାଳସା; ମହିଳାଙ୍କ ଅନ୍ତବସ୍ତ୍ର ଚୋରାଇବା ପାଇଁ ଭାଙ୍ଗୁଥିଲେ କଠିନ ଲକଡାଉନ କଟକଣା, ଘରୁ ମିଳିଲା ୧୦୦ ବ୍ରା ଓ ୪୧ ହଳ ପ୍ୟାଣ୍ଟି…

7th pay commission: କେନ୍ଦ୍ରୀୟ କର୍ମଚାରୀଙ୍କୁ ଦିପାବଳୀ ଉପହାର ଦେବେ ସରକାର, ଜାଣନ୍ତୁ କ’ଣ ନୂଆ ନିଷ୍ପତ୍ତି…