PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଦଳିଲେ ବିଏମସି କମିଶନର, ସଞ୍ଜୟ କୁମାର ସିଂହ ହେଲେ ନୂଆ କମିଶନର
  • ||
  • ବିନିକା : ପରିବା ବୋଝେଇ ପିକଅପ ଭ୍ୟାନକୁ ପିଟିଲା ଟ୍ରକ୍, ୩ ଗୁରୁତର
  • ||
  • ରାଜସୁନାଖଳା : ବନ୍ଧୁକ ମୁନରେ ଦମ୍ପତିଙ୍କୁ ଲୁଟ୍
  • ||
  • କେନ୍ଦୁଝର : କେନ୍ଦୁଝର ଜେଲରେ ପଶିଲା କରୋନା, ୯ କଏଦୀ ପଜିଟିଭ ଚିହ୍ନଟ
  • ||
  • ମାଲକାନଗିରି : ମାଓବାଦୀଙ୍କ ବର୍ବରକାଣ୍ଡ, ଯବାନଙ୍କୁ ଗଳାକାଟି ହତ୍ୟା
  • ||
  • ବୋରିଗୁମ୍ମା : ବୋରିଗୁମ୍ମା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଟିକା ନେବାକୁ ଛକାପଞ୍ଝା, ସାମାଜିକ ଦୂରତାକୁ ଫୁ, ଯେତିକି ଆସୁଛି ଅଣ୍ଟୁନି, ସ୍ଥାନୀୟ ଲୋକେ ଅସନ୍ତୋଷ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ୧୦ ହଜାର ଟପିଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୯୮୨ ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୬୫ ହଜାର ପାର୍
  • ||
  • ଭୁବନେଶ୍ଵର : ଓଡ଼ିଶାରେ ଆଉ ୧୭ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୨୩୨କୁ ବୃଦ୍ଧି
  • ||

ବିଲେଇକୁ ଗୁଳି ଘଟଣା : ଛାତ୍ରଙ୍କୁ ନୋଟିସ୍‌ ଧରାଇ ଛାଡି଼ଦେଲା ପୁଲିସ, ଆର୍ମସ୍‌ ଆକ୍ଟ ଲାଗିଲା, ବନ୍ଧୁକ ମିଳିଲାନି

ଭୁବନେଶ୍ୱର,୧୯ା୧୨(ବ୍ୟୁରୋ): ବିଲେଇକୁ ଗୁଳି କରି ମାରିବା ଘଟଣାରେ ଖାରବେଳନଗର ଥାନା ପୁଲିସ ଅଟକ ଛାତ୍ର ଆଶୁତୋଷ ନାୟକ(୨୪)ଙ୍କୁ ଛାଡି଼ ଦେଇଛି । ତେବେ ତାଙ୍କୁ ୪୧(ଏ) ସିଆର୍‌ପିସି ଆଧାରରେ ନୋଟିସ୍‌ ଧରାଇ ଛଡ଼ା ଯାଇଛି । ପରବର୍ତ୍ତୀ ତଦନ୍ତ ପାଇଁ ପୁଣି ଆଶୁତୋଷଙ୍କୁ ଡକାଯିବ ବୋଲି ପୁଲିସ କହିଛି । ଆଶୁତୋଷଙ୍କ ବିରୋଧରେ ପୁଲିସ ଆର୍ମ୍ସ ଆକ୍ଟ ଲଗାଇଥିବା ବେଳେ ବିଲେଇକୁ ମାରିବାରେ ବ୍ୟବହୃତ ବନ୍ଧୁକର ପତ୍ତା ମିଳିନି । ସେପଟେ ଓୟୁଏଟିରେ ଆଜି ମୃତ ବିଲେଇର ବ୍ୟବଚ୍ଛେଦ କରାଯାଇଛି ।

ବିଲେଇକୁ ଗୁଳି କରିବା ଘଟଣା ଗଣମାଧ୍ୟମରେ ପ୍ରଚାରିତ ହେବା ପରେ ପୁଲିସ ତତ୍ପର ହୋଇଥିଲା । ବିଲେଇ ମାଲିକ ସୁଶାନ୍ତ ପଟ୍ଟନାୟକଙ୍କ ଅଭିଯୋଗକ୍ରମେ ପୁଲିସ ଏକ ମାମଲା ରୁଜୁ କରିଥିଲା । ଆଇପିସି ଧାରା ୪୨୯, ଆର୍ମ୍ସ ଆକ୍ଟ ୨୫ ଓ ୨୭ ସହ ବନ୍ୟପ୍ରାଣୀ ନିଷ୍ଠୁରତା ନିରୋଧ ଆଇନର ଧାରା ୧୧ (୧)(ଆଇ) ଲଗାଇଥିଲା । ଗତକାଲି ବିଳମ୍ବିତ ରାତିରେ ଅଭିଯୁକ୍ତ ଆଶୁତୋଷଙ୍କୁ ପୁଲିସ ତାଙ୍କ ଘରୁ ଉଠାଇ ଆଣିଥିଲା । ପୁଲିସର ଏକ ଟିମ୍‌ ଆଜି ପୋଷ୍ଟାଲ କଲୋନିରେ ଥିବା ଆଶୁତୋଷଙ୍କ ଘରକୁ ଯାଇଥିଲା । ବିଲେଇ ହତ୍ୟାରେ ବ୍ୟବହୃତ ହୋଇଥିବା ବନ୍ଧୁକ ଖୋଜିଥିଲା । ହେଲେ ସେଠାରୁ କୌଣସି ବନ୍ଧୁକ ମିଳିନଥିବା ପୁଲିସ କହିଛି ।

ବିଲେଇକୁ ଉଦ୍ଦେଶ୍ୟମୂଳକ ଭାବେ ମରା ଯାଇଥିବା ମାଲିକ ସୁଶାନ୍ତ ଅଭିଯୋଗ କରୁଛନ୍ତି । ବିଲେଇର ହତ୍ୟାକାରୀକୁ ଉଚିତ୍‌ ଶାସ୍ତି ଦେବାକୁ ସେ ଦାବି କରିଛନ୍ତି । ତେବେ ପୁଲିସର ଏଭଳି ହାଲୁକା ତଦନ୍ତ ଅନେକଙ୍କ ହଜମ ହେଉନି । ଗଲା ମାସ ୧୮ ତାରିଖରେ ୪ଟି କୁକୁର ଛୁଆଙ୍କୁ ଗାଡ଼ି ମଡ଼ାଇ ମାରିଦେବୋ ଘଟଣାରେ ଚନ୍ଦ୍ରଶେଖରପୁର ଥାନା ପୁଲିସ ଜଣେ ଓଲା ଡ୍ରାଇଭରଙ୍କୁ ଗିରଫ କରିଥିଲା । ଏ ଘଟଣାରେ ଏକ ପ୍ରାଣୀକୁ ଗୁଳି କରି ହତ୍ୟା କରା ଯାଇଥିଲେ ହେଁ ପୁଲିସର ହାଲୁକା ଭାବେ ନେଉଛି । ଏନେଇ ବରିଷ୍ଠ ଆଇନଜୀବୀ ଚିତ୍ତରଞ୍ଜନ ଦାଶ କହିଛନ୍ତି, ପୂର୍ବରୁ ଅନେକ ମାମଲାରେ ପୁଲିସ ଆଇପିସି ଧାରା ୫୦୬, ୩୭୯ ଓ ୪୨୦ ଲଗାଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରୁଛି । ହେଲେ ଏଠି ଆର୍ମ୍ସ ଆକ୍ଟ ଭଳି ଦଫା ଲାଗିବା ସତ୍ତେ୍ୱ ୪୧(ଏ) ସିଆର୍‌ପିସି ବଳରେ ଛାଡି଼ଦେବା ପୁଲିସର ଅଭିଯୁକ୍ତଙ୍କ ପ୍ରତି ଦରଦକୁ ଦର୍ଶାଉଛି ।

ସମ୍ବନ୍ଧିତ ଖବର