PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହରିଆଣାରେ ୨୪ମଇ ଯାଏ ବଢ଼ିଲା ଲକ୍‌ ଡାଉନ୍‌ , ମୁଖ୍ୟମନ୍ତ୍ରୀ ଖଟ୍ଟର କହିଲେ –ଜନତାଙ୍କ ଦାବି ନେଇ ନିଷ୍ପତ୍ତି
  • ||
  • ନୂଆଦିଲ୍ଲୀ : ପୂର୍ବତନ ଭାରତୀୟ କ୍ରିକେଟ ଅଲରାଉଣ୍ଡର ରାଜେନ୍ଦ୍ର ସିଂ ଜାଡେଜାଙ୍କ କରୋନାରେ ପରଲୋକ
  • ||
  • ଭୁବନେଶ୍ଵର : ରାଜ୍ୟରେ ଫିଲ୍ମ କିମ୍ଵା ସିରିୟଲ ସୁଟିଂ ଉପରେ ପ୍ରତିବନ୍ଧକ, ସମସ୍ତ ଇନଡୋର ଓ ଆଉଟଡୋର ସୁଟିଂ ବନ୍ଦ
  • ||
  • ୨୪ରେ ବଙ୍ଗୋପସାଗରରେ ଲଘୁଚାପ: ଆଣ୍ଡାମାନ ସାଗରରେ ସୃଷ୍ଟି ହେବ, ଅବପାତ ରୂପ ନେବା ପାଇଁ ପାଣିପାଗ ଅନୁକୂଳ…
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧ ହଜାର ୭୩୨ ଜଣ କରୋନା ପଜିଟିଭ, ସଂକ୍ରମିତଙ୍କ ସଂଖ୍ୟା ୬ ଲକ୍ଷ ୧୨ ହଜାର ଟପିଲା
  • ||
  • ଭୁବନେଶ୍ୱର : ଓଡ଼ିଶାରେ ୧୯ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୩୧୩କୁ ବୃଦ୍ଧି
  • ||
  • ସଇଁତଳା : ଜମିବାଡ଼ି କଳହକୁ ନେଇ ଗୋଷ୍ଠୀ ସଙ୍ଘର୍ଷ, ଜଣେ ମୃତ, ୨ ଅଟକ
  • ||
  • ପାଟଣାଗଡ଼ : କରୋନା ଯୁଦ୍ଧରେ ହାରିଗଲେ ବରିଷ୍ଠ ସାମ୍ବାଦିକ କୈଳାଶ ସାହୁ
  • ||
  • ଆଠଗଡ : ଚୋରା ଚାଲାଣ ବେଳେ ଓଲଟିଲା କାଠ ବୋଝେଇ ପିକଅପ୍ ଭ୍ୟାନ, ଡ୍ରାଇଭର ମୃତ ଜଣେ ଗୁରୁତର
  • ||
  • ଭୁବନେଶ୍ୱର : ସ୍ୱର୍ଗତ ରଘୁନାଥ ମହାପାତ୍ରଙ୍କ ପୁଅ ପ୍ରଶାନ୍ତ ମହାପାତ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର, କରୋନା ଆକ୍ରାନ୍ତ ହେବା ପରେ ଚାଲିଛି ଚିକିତ୍ସା
  • ||
  • ଭୁବନେଶ୍ୱର : ସୋମବାରଠୁ ଅନ୍‌ଲାନ୍‌ରେ ମିଳିବ ମଦ, ସକାଳ ୭ଟାରୁ ସଂଧ୍ୟା ୫ଟା ଯାଏଁ ଦେଇ ପାରିବେ ଅର୍ଡର, ହଜାର ଟଙ୍କାରେ ମଦ କିଣିଲେ ୧୦୦ ଟଙ୍କା ଡେଲିଭାରୀ ଚାର୍ଜ
  • ||
  • ଭୁବନେଶ୍ୱର : ପାରା ଧରିବାକୁ ଯାଇ ଟ୍ରେନ୍‌ ଲାଇନ୍ରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଜଳିଗଲା ନାବାଳକ, ଗୁରୁତର ଆହତ ଅବସ୍ଥାରେ ଉଦ୍ଧାର
  • ||
  • ଭୁବନେଶ୍ୱର : ମାସ ଶେଷକୁ ଓଡ଼ିଶାରେ ସଂକ୍ରମଣ ପିକ୍‌ରେ ପହଞ୍ଚିବ, ଜୁନ୍‌ ପ୍ରଥମ ସପ୍ତାହରୁ କମିପାରେ
  • ||
  • କଟକ : ବୃଦ୍ଧ ଦମ୍ପତ୍ତିଙ୍କ ସନ୍ଦେହଜନକ ଅବସ୍ଥାରେ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ !
  • ||

ବିଲେଇକୁ ଗୁଳି ହତ୍ୟା କରିଥିବା ଛାତ୍ର ଗିରଫ

ଭୁବନେଶ୍ୱର ୧୯/୧୨: ଖାରବେଳନଗର ଥାନା ଅଞ୍ଚଳରେ ଘଟିଛି ଏକ ଅଭାବନୀୟ କାଣ୍ଡ । ଜଣେ ବ୍ୟକ୍ତିଙ୍କ ପୋଷା ବିଲେଇକୁ କେହି ଗୁଳି କରି ମାରି ଦେଇଛି । ବିଲେଇର ମୁଣ୍ଡ ଓ ଦେହରେ ୨ ଟି ଗୁଳି ବାଜିଛି । ଏନେଇ ବିଲେଇର ମାଲିକ ସୁଶାନ୍ତ ପଟ୍ଟନାୟକ ଖାରବେଳନଗର ଥାନାରେ ଏତଲା ଦେଇଛନ୍ତି । ପୁଲିସ୍‌ ତଦନ୍ତ ଆରମ୍ଭ କରିଛି । ଏନେଇ ପୁଲିସ ଛାତ୍ର ଆଶୁତୋଷ ନାୟକ ଓରଫ ଆଶୁଙ୍କୁ ଗିରଫ କରିଛି । ଗିରଫ ଆଶୁତୋଷ ପୋଷ୍ଟାଲ କଲୋନୀରେ ରହନ୍ତି ।

ମିଳିଥିବା ସୂଚନା ମୁତାବକ, ସୁଶାନ୍ତ ଖାରବେଳନଗର ଥାନା ପୋଷ୍ଟାଲ୍‌ କଲୋନୀ ପ୍ଲଟ୍‌ ନଂ-ଆଇଭିଏନ୍‌-୩୮ରେ ରହୁଛନ୍ତି। ସୁଶାନ୍ତଙ୍କ ବାପା ଓ ମା’ପୋଷା ପଶୁ ପ୍ରେମୀ ହୋଇଥିବାରୁ ତାଙ୍କ ଘରେ କିଛି ପଶୁପକ୍ଷୀ ପାଳିଛନ୍ତି । ସୁଶାନ୍ତଙ୍କର ମଧ୍ୟ ଏହି ଜନ୍ତୁଗୁଡ଼ିକ ବେଶ୍‌ ପ୍ରିୟ । ବୁଧବାର ପୂର୍ବାହ୍ଣରେ ସୁଶାନ୍ତ ବେଙ୍ଗାଲୁରୁ ଯିବେ ବୋଲି ଘରୁ ବାହାରି ଏୟାରପୋର୍ଟରେ ପହଞ୍ଚିଥିଲେ । ଏହି ସମୟରେ

ତାଙ୍କ ମା’ ଫୋନ୍‌ କରି କହିଥିଲେ ଯେ ପୋଷ ବିଲେଇର ମୁଣ୍ଡରୁ ରକ୍ତ ବାହାରୁଛି । ସେ ଛଟପଟ ହେଉଛି । ଏହା ଶୁଣି ସୁଶାନ୍ତ ବେଙ୍ଗାଲୁରୁ ନଯାଇ ବିମାନ ବନ୍ଦରରୁ ସିଧା ଘରକୁ ଫେରିଆସିଲେ । ବିଲେଇକୁ ସେ ସଙ୍ଗେସଙ୍ଗେ ଓୟୁଏଟି ପ୍ରାଣୀ ଚିକିତ୍ସା କେନ୍ଦ୍ରକୁ ଆଣିଥିଲେ । ଡାକ୍ତରମାନେ ତାକୁ ବଞ୍ଚାଇ ପାରି ନଥିଲେ । ବିଲେଇ ଶରୀରର ଏକ୍ସ-ରେ କରିବା ପରେ ତା ମୁଣ୍ଡ ଓ ଦେହରେ ୨ଟି ଗୁଳି ରହିଥିବା ଜଣାପଡ଼ିଥିଲା । ଏନେଇ ସୁଶାନ୍ତ ଖାରବେଳନଗର ଥାନାକୁ ଯାଇ ତାଙ୍କ ପଡ଼ୋଶୀ ଆଶୁ ନାମକ ଜଣେ ଯୁବକଙ୍କ ନାଁରେ ଲିଖିତ ଅଭିଯୋଗ କରିଥିଲେ । ପୁଲିସ୍‌ ଆଶୁଙ୍କ ଘରେ ପହଞ୍ଚି ତାଙ୍କୁ ଖୋଜିଥିଲା । ସେଠାରେ ତାଙ୍କୁ ନପାଇ ପୁଲିସ୍‌ ଖାଲି ହାତରେ ଫେରିଥିଲା । ହେଲେ ବିଳମ୍ବିତ ରାତିରେ ପୁଲିସ ତାଙ୍କୁ ଗିରଫ କରିଛି ।

ଏ ସମ୍ପର୍କରେ ସୁଶାନ୍ତ କହିଛନ୍ତି, ୬ ମାସ ଭିତରେ ଆମର ୧୧ ପୋଷା ବିଲେଇ ନିଖୋଜ ହୋଇ ଯାଇଛନ୍ତି । ଏହି ଘଟଣା ପରେ ସ୍ପଷ୍ଟ ହୋଇଛି ଯେ, ଆଶୁ ଗୁଳି କରି ସମସ୍ତଙ୍କୁ ମାରିଛି । ଏହି ବିଲେଇଟି ସବୁ ଠାରୁ ବଡ଼ ଥିଲା । ପୋଷା ବିଲେଇର ଏଭଳି ମୃତ୍ୟୁ ପରେ ମୋ ମା’ ଭାଙ୍ଗି ପଡିଛନ୍ତି । ଅଭିଯୁକ୍ତଙ୍କ ବିରୋଧରେ ପୁଲିସ୍‌ ଯଦି କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରେ ତେବେ ମୁଁ କୋର୍ଟଙ୍କ ଦ୍ୱାରସ୍ଥ ହେବି । ବିଲେଇ ଭଳି ଜନ୍ତୁକୁ ଗୁଳିକରି ମାରିବା ଘଟଣା ପ୍ରଚାରିତ ହେବା ପରେ ପଶୁ ପ୍ରେମୀମାନେ ଏଭଳି କାଣ୍ଡକୁ ଘୋର ବିରୋଧ କରିଛନ୍ତି ।

ସମ୍ବନ୍ଧିତ ଖବର